ଆକ୍ସନ, ଥ୍ରିଲର ଓ ରୋମାନ୍ସ ନେଇ ଆସିବ ‘ଖୁଦାହାଫିଜ’

ମୁମ୍ବାଇ: ବଲିଉଡ୍‌ର ‘କମାଣ୍ଡୋ’ ହିରୋ ବିଦ୍ୟୁତ ଜାନଓ୍ବାଲଙ୍କ ଅଭିନୀତ ଫିଲ୍ମ ‘ଖୁଦାହାଫିଜ’ର ଶୁଟିଂ ଆରମ୍ଭ ହୋଇଯାଇଛି। ଉଜ୍‌ବେକିସ୍ତାନରେ ଏହାର ଶୁଟିଂ ଆରମ୍ଭ ହେବା ନେଇ ଖବର ଆସିଛି। ଫାରୁକ କବିରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଆସନ୍ତା ବର୍ଷ ରିଲିଜ୍‌ ହେବାର ଯୋଜନା ଥିବା ବେଳେ ରିଲିଜ୍‌ ଡେଟ୍‌ ସ୍ପଷ୍ଟ ହୋଇନାହିଁ। ଏମିତିକି ଅନ୍ୟ ଷ୍ଟାରକାଷ୍ଟଙ୍କ ନାଁ ମଧ୍ୟ ଘୋଷଣା କରାଯାଇନାହିଁ। ଫିଲ୍ମର କାହାଣୀ ଏକ ସତ୍ୟ ଘଟଣା ଉପରେ ଆଧାରିତ ହୋଇଥିବା ବେଳେ ଏଥିରେ ରୋମାନ୍ସ ସହ ଆକ୍ସନ ରହିଛି ବୋଲି ଶୁଣିବାକୁ ମିଳିଛି।

Share