ଆକ୍ସନ ଅବତାର

ଶ୍ରଦ୍ଧାଙ୍କ ଖୁସି ଏବେ କହିଲେ ନ ସରେ। କାରଣ ଖୁବ୍‌ ଶୀଘ୍ର ସେ ବଡ ପରଦାରେ ଆକ୍ସନ ଅବତାରରେ ଦେଖାଦେବେ। ତେଣୁ ଏ ନେଇ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ରୋଲ୍‌ଟିକୁ ଫୁଲ୍‌ ଜଷ୍ଟିସ ଦେବାକୁ ସେ ଜୁଡୋ ଏବଂ ଏମଏମଏ (ମିକ୍ସଡ ମାର୍ଶଲ ଆର୍ଟ) ଟ୍ରେନିଂ ନେଉଛନ୍ତି। ‘ବାଗୀ-୩’ରେ ତାଙ୍କୁ ଏପରି ଏକ ଭୂମିକା ମିଳିଛି, ଯାହାର ମେଲ୍‌ ଲିଡ୍‌ରେ ଅଛନ୍ତି ଟାଇଗର ଶ୍ରଫ। ଏପରି ଏକ ଭୂମିକାଟିଏ ପାଇବା ପରେ ସେ ଆଶଙ୍କାରେ ପଡିଯାଇ ଥିଲେ। ହେଲେ ଟାଇଗରଙ୍କ କେଇ ପଦ କଥା ତାଙ୍କ ମନରେ ଥିବା ସନ୍ଦେହକୁ ଦୂର କରିଦେଇଥିଲା। ଶ୍ରଦ୍ଧା ଜୁଡୋ ଏବଂ ଏମଏମଏ ଶିଖିବାକୁ ଏବେ ସର୍ବିଆରେ ଡେରା ପକାଇଛନ୍ତି। ଅହମ୍ମଦ ଖଁାଙ୍କ ଦ୍ୱାରା ପ୍ରଯୋଜିତ ଏହି ସିକୁଏଲ ଆସନ୍ତାବର୍ଷ ମାର୍ଚ୍ଚ ୬ରେ ରିଲିଜ ହେବାର ଯୋଜନା ରହିଛି। ତେବେ ଆକ୍ସନ ଭୂମିକାରେ ଶ୍ରଦ୍ଧା କେତେ ସକସେସ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

Share