ଆକ୍ରମଣ ଜୋର୍‌ଦାର କରିବାକୁ ଟ୍ରମ୍ପ୍‌ଙ୍କ ଧମକ

ଓ୍ବାଶିଂଟନ୍‌,୩ା୩: ଇରାନ-ଆମେରିକା ଯୁଦ୍ଧ ବେଳକୁ ବେଳ ତୀବ୍ର ହେବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଇସ୍ରାଏଲ ଏବଂ ଆମେରିକା ମିଳିତ ଭାବେ ଇରାନର ବହୁ ଗୁରୁତ୍ୱପୂର୍ଣ୍ଣ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରି ୧୩୧ ସହର ଉପରେ ଆକ୍ରମଣ କରିଛନ୍ତି। ଏଥିରେ ୫୫୦ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଶହ ଲୋକ ଆହତ ହୋଇଛନ୍ତି। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲୀ ଖାମେନେଇଙ୍କ ସମେତ ସାମରିକ ଓ କ୍ଷମତାଶୀଳ ୪୮ ନେତାଙ୍କ ମଧ୍ୟ ମୃତ୍ୟୁ ହୋଇସାରିଛି। ଏହାସତ୍ତ୍ୱେ ଯୁଦ୍ଧ ବିରତିର ପ୍ରଶ୍ନ ଉଠୁନାହିଁ। ବରଂ ଆଗକୁ ଆକ୍ରମଣ ଆହୁରି ଜୋର୍‌ଦାର କରିବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଦୃଢୋକ୍ତି କରିଛନ୍ତି। ଏପରିକି କିଛି ସପ୍ତାହ ନୁହେଁ, ଦୀର୍ଘସୂତ୍ରୀ ଯୁଦ୍ଧ ପାଇଁ ଆମେରିକା ପ୍ରସ୍ତୁତ ବୋଲି ଟ୍ରମ୍ପ୍‌ କହିଛନ୍ତି। ଇରାନ ଅଭିଯାନ ସମ୍ପର୍କରେ ଟ୍ରମ୍ପ୍‌ ସ୍ପଷ୍ଟ କରି କହିଛନ୍ତି, ଇରାନ ଅନେକ ବର୍ଷ ଧରି ଆମେରିକୀୟଙ୍କୁ ଟାର୍ଗେଟ କରିଆସିଛି। କିନ୍ତୁ ଏବେ ଆଉ ସମୟ ନାହିଁ। ଇରାନକୁ କଦାଚିତ ଆଣବିକ ଅସ୍ତ୍ର କ୍ଷମତାସମ୍ପନ୍ନ ହେବାକୁ ଦିଆଯିବ ନାହିଁ। ତାହାର ସବୁ କ୍ଷେପଣାସ୍ତ୍ର ମଧ୍ୟ ଧ୍ୱଂସ କରିଦିଆଯିବ ବୋଲି ଟ୍ରମ୍ପ୍‌ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବଢିଲା ଯୁଦ୍ଧର ପରିସର, ଆମେରିକା ଦୂତାବାସ ଉପରେ ଡ୍ରୋନ ଆକ୍ରମଣ

ରିୟାଦ,୩।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ବଢ଼ିବାରେ ଲାଗିଛି। ସଦ୍ୟତମ ରିପୋର୍ଟ ଅନୁଯାୟୀ, ରିୟାଦରେ ଥିବା ଆମେରିକୀୟ ଦୂତାବାସ ଉପରେ ଡ୍ରୋନ ଆକ୍ରମଣ ନିଆଁ…

ବର୍ଷା ଯୋଗୁ ଯଦି ଭାରତ-ଇଂଲଣ୍ଡ ଟି-୨୦ ବିଶ୍ୱକପ ସେମିଫାଇନାଲ ବାତିଲ ହୁଏ, ତେବେ କିଏ ଯିବ ଫାଇନାଲକୁ? ଜାଣନ୍ତୁ କ’ଣ କହୁଛି ICC ନିୟମ

ନୂଆଦିଲ୍ଲୀ,୩।୩: ଭାରତ ଏବଂ ଇଂଲଣ୍ଡ ମାର୍ଚ୍ଚ ୫ରେ T20 ବିଶ୍ୱକପ ୨୦୨୬ର ଦ୍ୱିତୀୟ ସେମିଫାଇନାଲରେ ମୁହାଁମୁହିଁ ହେବେ। ଏହି ମ୍ୟାଚ ମୁମ୍ବାଇର ଐତିହାସିକ ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବାକୁ…

ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି

ଭୁବନେଶ୍ୱର,୩।୩: ଇରାନ- ଆମେରିକା ଯୁଦ୍ଧ ନେଇ ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି ହୋଇଛି। ଯୁଦ୍ଧକାଳୀନ ଜରୁରୀ ପରସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା…

ସେମିଫାଇନାଲରେ ଭାରତ ଖେଳ ବିଗାଡ଼ି ପାରନ୍ତି ଏହି ୫ ଇଂଲଣ୍ଡ ଖେଳାଳି

ମୁମ୍ବାଇ,୩।୩: ୨୦୨୬ ଟି୨୦ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଭାରତ ଦୁଇଥର ଚାମ୍ପିଅନ ଇଂଲଣ୍ଡକୁ ଭେଟିବ। ଏହି ଟୁର୍ନାମେଣ୍ଟରେ ଇଂଲଣ୍ଡ ଅନେକ…

ହାସିସ୍‌ ତେଲ ଜବତ ପରେ ଚିତଲପଡ଼ା ଟାପୁରୁ ଶତାଧିକ କଡ଼କନାଥ, ଟର୍କି କୁକୁଡ଼ା ଉଭାନ

ନନ୍ଦପୁର,୩।୩ (ତୁଷାର କାନ୍ତ ମହାନ୍ତି)-କୋରାପୁଟ ଓ ପାଡୁଆ ପୋଲିସର ମିଳିତ ଚଢ଼ାଉରେ ନନ୍ଦପୁର ବ୍ଲକ ପରଜାବଡପଡ଼ା ପଞ୍ଚାୟତ ଜଳଘେରିରେ ଥିବା ଚିତଲପଡ଼ା ଟାପୁରେ ୧୮୦୦ ଲିଟର ଗଞ୍ଜେଇ…

ସୁଡ଼ଙ୍ଗରେ ଭରି ରହିଛି ଇରାନର ବିପୁଳ ଯୁଦ୍ଧାସ୍ତ୍ର

ତେହରାନ୍‌,୩ା୩: ଇରାନ ଗପ୍ତରେ ଏହାର ଭୂତଳ ଅସ୍ତ୍ର ଭଣ୍ଡାର ଏବଂ ସୁଡ଼ଙ୍ଗରେ ବିପୁଳ ଅସ୍ତ୍ରଶସ୍ତ୍ର ମହଜୁଦ ରଖିଛି। ସୋମବାର ଇରାନ ସେନା(ଆଇଆର୍‌ଜିସି) ପକ୍ଷରୁ ଏହାର ଏକ ଭିଡିଓ…

ଖାମେନେଇଙ୍କ ୨ ସମ୍ଭାବ୍ୟ ଉତ୍ତରାଧିକାରୀ ନିହତ: ଟ୍ରମ୍ପ୍‌

ତେହରାନ୍‌, ୩ା୩: ଆମେରିକା ଓ ଇସ୍ରାଏଲ୍‌ର ମିଳିତ ଆକ୍ରମଣରେ ଶନିବାର ଇରାନ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲୀ ଖାମେନେଇ ନିହତ ହୋଇଥିଲେ। ଏଥିସହିତ ସୁପ୍ରିମ ଲିଡରଙ୍କ ଉତ୍ତରାଧିକାରୀ…

ହୋର୍ମୁଜ୍‌ ଷ୍ଟ୍ରେଟ୍‌: ସର୍ବବୃହତ୍‌ ଏନର୍ଜି କରିଡର

ମୁମ୍ବାଇ ,୩ା୩: ଇରାନ-ଆମେରିକା ଯୁଦ୍ଧ ପରିପ୍ରେକ୍ଷୀରେ ଇରାନ ଓ ଓମାନ ମଝିରେ ରହିଥିବା ଏକ ସଂକୀର୍ଣ୍ଣ ସାମୁଦ୍ରିକ ପଥ ବା ପ୍ରଣାଳୀ ‘ହୋର୍ମୁଜ୍‌ ଷ୍ଟ୍ରେଟ୍‌’ର ବିଶେଷତ୍ୱ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri