ଆକାଉଣ୍ଟରେ ଟଙ୍କା ପଠାଇଲେ ଯୁକ୍ତ ୨ ପାସ୍‌ : ଫୋନ୍‌ରେ ଦାବି କରାଯାଉଛି ୩ରୁ ୬ ହଜାର ଟଙ୍କା

ନୟାଗଡ଼ ଅଫିସ,୨୭ା୪- ନୟାଗଡ଼ ଜିଲାର ଯୁକ୍ତ ୨ ପରୀକ୍ଷା ଦେଇଥିବା ବିଭିନ୍ନ ପିଲାଙ୍କ ନିକଟକୁ ଆସୁଛି ଫୋନ୍‌ କଲ୍‌। ପରୀକ୍ଷାରେ ଗୋଟିଏ ବିଷୟରେ ତୁମେ ଫେଲ୍‌ ହୋଇଯାଇଛ, ପାସ୍‌ କରିବା ପାଇଁ ଆକାଉଣ୍ଟରେ ୩ରୁ ୬ ହଜାର ଟଙ୍କା ପଠାଇବାକୁ କୁହାଯାଉଛି। ଟଙ୍କା ଡିପୋଜିଟ ପରେ ତୁମେ ପାସ୍‌ କରିବ ବୋଲି ମଧ୍ୟ ସୂଚନା ଦିଆଯାଉଛି। ଏପରି କି କେତେଜଣ ଛାତ୍ର ଉକ୍ତ ଆକାଉଣ୍ଟରେ ଟଙ୍କା ପଇଠ କରିଥିବା ଜଣାପଡ଼ିଛି। ଏହାକୁ ନେଇ ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭ କରି ଅଭିଭାବକମାନେ ଚିନ୍ତାରେ ଅଛନ୍ତି। ଏ ନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଛି।

ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଏସ୍‌ ଭାଗ୍ୟଲକ୍ଷ୍ମୀ ମହାପାତ୍ର କୁହନ୍ତି, ଶୁକ୍ରବାର ମଧ୍ୟାହ୍ନ ୧୨ଟାରେ ତାଙ୍କ ବାପା ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ମୋବାଇଲ୍‌କୁ ଏକ ଫୋନ୍‌ କଲ୍‌ ଆସିଥିଲା। ସୁରେଶ ଘରକୁ ଆସି ଏ ବିଷୟରେ ଝିଅକୁ ଜଣାଇବା ସହ ଉକ୍ତ ବ୍ୟକ୍ତି ତୋ ସହିତ କଥା ହେବାକୁ ଚାହୁଁଥିବା କହିଥିଲେ। ଭାଗ୍ୟଲକ୍ଷ୍ମୀ ଉକ୍ତ ନମ୍ବରରେ ଫୋନ୍‌ କରିବାରୁ ସେପଟୁ ଜଣେ ବ୍ୟକ୍ତି ତୁମର ପଦାର୍ଥ ବିଜ୍ଞାନ (ଫିଜିକ୍ସ)ରେ ୫ ମାର୍କ କମିଯାଇଛି, ତେଣୁ ତୁମେ ଯୁକ୍ତ ୨ରେ ଫେଲ୍‌ ହୋଇଯିବ। ଭାଗ୍ୟଲକ୍ଷ୍ମୀ ଏ ବିଷୟରେ ବାପାଙ୍କୁ କହିଥିଲେ। ସୁରେଶ ଉକ୍ତ ବ୍ୟକ୍ତିଙ୍କୁ ଭାଗ୍ୟଲକ୍ଷ୍ମୀଙ୍କ ରୋଲ୍‌ ନମ୍ବର ପଚାରିଥିଲେ। ଆଶ୍ଚର୍ଯ୍ୟର କଥା ବ୍ୟକ୍ତି ଜଣକ ଭାଗ୍ୟଲକ୍ଷ୍ମୀଙ୍କ ଠିକ୍‌ ରୋଲ୍‌ ନମ୍ବର କହି ଦେଇଥିଲେ। କ’ଣ କରାଯିବ ପଚାରିବାରୁ ମୁଁ ତୁମକୁ ଗୋଟିଏ ଆକାଉଣ୍ଟ ନମ୍ବର ମେସେଜ୍‌ କରୁଛି। ତୁମେ ସେଥିରେ ୩ ହଜାର ଟଙ୍କା ପଠାଇଲେ ପାସ୍‌ ହୋଇଯିବ ବୋଲି ବ୍ୟକ୍ତି ଜଣକ କହିଥିଲେ। ପରେ ସୁରେଶ ଏ ନେଇ ଝିଅ କୋଚିଂ ନେଉଥିବା ନିଷ୍ଟ ସେଣ୍ଟରର ଶିକ୍ଷକଙ୍କୁ ଜଣାଇଥିଲେ। ଶିକ୍ଷକ ଜଣକ ତୁମେ କୌଣସି ଟଙ୍କା ପଠାଅ ନାହିଁ ବୋଲି କହିଥିଲେ। ସେହିପରି ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟର ଛାତ୍ରୀ ସରିତାରାଣୀ ପୂଜାରୀ କହନ୍ତି, ସେ ଓ ତାଙ୍କ ଭଉଣୀ କବିତାରାଣୀ ପୂଜାରୀ ଯୁକ୍ତ ୨ ପରୀକ୍ଷା ଦେଇଛନ୍ତି। ୯ଟା ୪୦ ମିନିଟରେ ତାଙ୍କ ମୋବାଇଲ୍‌କୁ କଲ୍‌ ଆସିଥିଲା। ସେପଟୁ ଜଣେ ବ୍ୟକ୍ତି ହିନ୍ଦୀରେ ତାଙ୍କ ସହିତ କଥାବାର୍ତ୍ତା ହୋଇଥିଲେ। ତୁମେ ଯୁକ୍ତ ୨ ପରୀକ୍ଷା ଦେଇଛ, ସବୁଥିରେ ତୁମର ପାସ୍‌ ମାର୍କ ରହିଛି ହେଲେ ଗଣିତରେ ୨୮ ମାର୍କ ଅଛି। ତେଣୁ ତୁମେ ଫେଲ୍‌ ହୋଇଯିବ। ପାସ୍‌ କରିବାକୁ ଚାହୁଁଥିଲେ ଆମକୁ ଟଙ୍କା ପଠାଅ ବୋଲି କହିଥିଲେ। ସରିତା ତୁମେ କିଏ ବୋଲି ପଚାରିବାରୁ ସେପଟୁ ବ୍ୟକ୍ତି ଜଣକ ମୁଁ ବୋର୍ଡରୁ କହୁଥିବା କହିଥିଲେ। ପରେ ସରିତା ଏ ବିଷୟରେ ନିଷ୍ଟ କୋଚିଂ ସେଣ୍ଟର ଶିକ୍ଷକଙ୍କୁ ଜଣାଇ ମୋବାଇଲ୍‌ରେ ଉକ୍ତ ନମ୍ବରକୁ ବ୍ଲକ୍‌ କରି ଦେଇଥିଲେ। ଶୁକ୍ରବାର ଗୋଟିଏ ଦିନରେ ଜିଲାର ଯୁକ୍ତ ୨ ପରୀକ୍ଷା ଦେଇଥିବା ଅଧିକାଂଶ ଛାତ୍ରୀଛାତ୍ରଙ୍କ ନିକଟକୁ ଏଭଳି କଲ୍‌ ଓ ମେସେଜ୍‌ ଆସିଛି। ପାସ୍‌ କରାଇଦେବା ପାଇଁ କାହାକୁ ୩ ହଜାର ତ ଆଉ କାହାଠାରୁ ୬ ହଜାର ଟଙ୍କା ଦାବି କରାଯାଇଛି। ଜଣେ ଛାତ୍ର ମଧ୍ୟ ଆକାଉଣ୍ଟରେ ୬ ହଜାର ଟଙ୍କା ଡିପୋଜିଟ୍‌ କରିଛନ୍ତି। କଲ୍‌ ଆସିଥିବା ଦୁଇଟି ମୋବାଇଲ୍‌ ନମ୍ବର ହେଲା ୦୭୬୩୨୯୪୮୮୯୧ ଓ ୦୯୫୭୦୫୭୦୧୦୧। ଦୁଇଟି ଏସ୍‌ବିଆଇ ଆକାଉଣ୍ଟ ନମ୍ବର ହେଲା ୩୮୩୩୨୮୨୬୫୭୪ ଓ ୩୮୦୨୪୯୭୧୧୮୯। ଏହି ଆକାଉଣ୍ଟ ବାଙ୍ଗୋଲୋରର ବୋଲି ଜଣାପଡ଼ିଛି। ଏ ନେଇ ନିଷ୍ଟ କୋଚିଂ ଇନ୍‌ଷ୍ଟିଚ୍ୟୁଟର ନିର୍ଦ୍ଦେଶକ ବିକାଶ ଷଡ଼ଙ୍ଗୀ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଶିକ୍ଷାନୁଷ୍ଠାନରେ କୋଚିଂ ନେଇଥିବା ୩୦ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୨୬ ଜଣଙ୍କ ପାଖକୁ ଏଭଳି ଫୋନ୍‌ କଲ୍‌ ଆସିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଟିସିଏସ୍‌ (ଟାଟା କନ୍‌ସଲଟାନ୍ସି ସର୍ଭିସ) କିଛିବର୍ଷ ହେଲା ଯୁକ୍ତ ୨ ଛାତ୍ରୀଛାତ୍ରଙ୍କ ଅନ୍‌ଲାଇନ୍‌ରେ ଖାତା ଦେଖିବା ପାଇଁ ଟେଣ୍ଡର ନେଇଥିଲା। ହେଲେ ଚଳିତବର୍ଷ ଏହା ଅନ୍ୟ ଏକ ସଂସ୍ଥାକୁ ଦିଆଯାଇଛି। ସେହିଠାରୁ କିମ୍ବା ବୋର୍ଡ କାର୍ଯ୍ୟାଳୟରୁ ପିଲାମାନଙ୍କ ଏହି ତଥ୍ୟ ପ୍ରଘଟ କରାଯାଇଥିବା ଆଲୋଚନା ହେଉଛି। ବର୍ତ୍ତମାନ ଯୁକ୍ତ ଦୁଇ ଖାତାଦେଖା ଚାଲୁଥିବାରୁ ଏହି କଥା ସତ ହୋଇଯିବ ଭାବି ଅଭିଭାବକଙ୍କଠାରୁ ଆରମ୍ଭ କରି ଛାତ୍ରୀଛାତ୍ରମାନେ ଚିନ୍ତାରେ ଅଛନ୍ତି। ଏ ଦିଗରେ ଉଚ୍ଚଶିକ୍ଷା ବିଭାଗ ଦୃଷ୍ଟି ଦେବାକୁ ଦାବି ହେଉଛି। ନୟାଗଡ଼ ଟାଉନ ଥାନା ଅଧିକାରୀ ଜୟଦୀପ ମହାନ୍ତି କହନ୍ତି, ଥାନାରେ ଅଭିଯୋଗ ହେବା ପରେ ଏହାର ତଦନ୍ତ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri