ଆକର୍ଷିତ କରୁଛି ପୁରାତନ ସାମଗ୍ରୀ

କଟକ ଅଫିସ,୯।୮: ବିଦେଶୀଙ୍କୁ ଆକୃଷ୍ଟ କରୁଛି କଟକ ଜିଲା ଖପୁରିଆସ୍ଥିତ ଆଇଟିଆଇ ସରକାରୀ କଲେଜ। ଏଠାରେ ଏକ ଦକ୍ଷତା ସଂଗ୍ରହାଳୟ ରହିଛି। ଏହା ରାଜ୍ୟର କୌଣସି ସରକାରୀ ଶିକ୍ଷାନୁଷ୍ଠାନରେ ଗଢ଼ି ଉଠିଥିବା ପ୍ରଥମ ଦକ୍ଷତା ସଂଗ୍ରହାଳୟ। କଲେଜ ଛାତ୍ରୀଛାତ୍ରଙ୍କ ଜ୍ଞାନକୌଶଳ ଓ ପ୍ରଯୁକ୍ତିବିଦ୍ୟାର ଦକ୍ଷତା ବୃଦ୍ଧି ନିମନ୍ତେ ଗଠନ ହୋଇଥିବା ଏହି ସଂଗ୍ରହାଳୟ ହିଁ ବିଦେଶୀଙ୍କୁ ଆକୃଷ୍ଟ କରିବାର ମୁଖ୍ୟ କାରଣ ପାଲଟିଛି। ଅଦରକାରୀ ବସ୍ତୁକୁ ବ୍ୟବହାର କରି ଛାତ୍ରୀଛାତ୍ରମାନେ ଆକର୍ଷଣୀୟ ସାମଗ୍ରୀର ରୂପ ଦେଉଛନ୍ତି। ଯାହାକୁ ଦେଖିବାକୁ ଗତ ମାସରେ ସିଙ୍ଗାପୁର, ଜାପାନର କେତେଜଣ ବ୍ୟକ୍ତି ଏଠାକୁ ଆସିଥିଲେ ବୋଲି କଲେଜ ଅଧ୍ୟକ୍ଷ ଡ. ହୃଷୀକେଶ ମହାନ୍ତି କହିଛନ୍ତି। ତେବେ ଗତ ଜାନୁୟାରୀରୁ ଏପର୍ଯ୍ୟନ୍ତ ପ୍ରାୟ ୪୫ଜଣ ବିଦେଶୀ ଆସି ସାରିଲେଣି ବୋଲି କଲେଜ ପକ୍ଷରୁ ସୂଚନା ଦିଆଯାଇଛି।
୨୦୧୮ ଅଗଷ୍ଟ ୪ରେ ଉକ୍ତ କଲେଜର ଦକ୍ଷତା ସଂଗ୍ରହାଳୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ୭୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ସଂଗ୍ରହାଳୟରେ ଅନେକ ପୁରାତନ ବସ୍ତୁ ସ୍ଥାନ ପାଇଛି। ବିଶେଷକରି ଜରୁରିକାଳୀନ ହେଲମେଟ, ଗାଡ଼ି ଭଗ୍ନାଂଶରୁ ଗୀଟାର, କାଠରେ ତିଆରି ଶିବଲିଙ୍ଗ, ଅତ୍ୟାଧୁନିକ ଧାନକଳ ଭଳି ଅନେକ ସାମଗ୍ରୀ ଏଠାରେ ଦେଖିବାକୁ ମିଳୁଛି। ତେବେ ଚଳନଶୀଳ ବ୍ରିଜର ଏକ ଡେମୋ ଏଠାରେ ସ୍ଥାନ ପାଇଛି। ଚାରିପାର୍ଶ୍ୱକୁ ବିସ୍ତାର ହୋଇଥିବା ବ୍ରିଜର ପାର୍ଶ୍ୱଗୁଡ଼ିକ ଆପେଆପେ ନିଜର ସ୍ଥିତି ବଦଳାଇ ଯୋଡ଼ି ହୋଇ ଯାଉଛି। ଟ୍ରାଫିକ ସମସ୍ୟାରୁ ମୁକୁଳିବା ପାଇଁ ଏହା ଏକ ବ୍ଲୁପ୍ରିଣ୍ଟ ବୋଲି ଅଧ୍ୟକ୍ଷ ଡ. ମହାନ୍ତି କହିଛନ୍ତି। ଭାରତର କୌଣସି ଆଇଟିଆଇ କଲେଜରେ ଏପରି ବ୍ୟବସ୍ଥା ନାହିଁ। ଛାତ୍ରୀଛାତ୍ରମାନଙ୍କ ପାଇଁ ଏହି ସଂଗ୍ରହାଳୟ ବେଶ୍‌ ଉପାଦେୟ। ଏହି ସଂଗ୍ରହାଳୟକୁ ନେଇ ମହାନ୍ତି କହିଛନ୍ତି, ବର୍ତ୍ତମାନ ଯୁଗରେ ପ୍ରଯୁକ୍ତି ବିଦ୍ୟାର ଦ୍ରୁତ ପରିବର୍ତ୍ତନ ଘଟୁଛି। ଛାତ୍ରୀଛାତ୍ରମାନେ କିଭଳି ଅତୀତକୁ ନେଇ ଭବିଷ୍ୟତ ଗଠନ କରିବେ ସେଥିପାଇଁ ଏହା ଏକ ପ୍ରୟାସ। କଲେଜ ଉପାଧ୍ୟକ୍ଷ ଉମେଶ ଚନ୍ଦ୍ର ମିଶ୍ର କୁହନ୍ତି, ଦେଶର ଯେତିକି ଶିଳ୍ପ ତାଲିମ ଶିକ୍ଷାନୁଷ୍ଠାନ ରହିଛି, କୌଣସି ଶିକ୍ଷାନୁଷ୍ଠାନରେ ଦକ୍ଷତା ସଂଗ୍ରହାଳୟ ନାହିଁ। ଭବିଷ୍ୟତରେ ଛାତ୍ରୀଛାତ୍ରମାନଙ୍କୁ ଅକୃଷ୍ଟ କରିବା ପାଇଁ ଏବଂ ଯେଉଁ ଛାତ୍ରୀଛାତ୍ରମାନେ ବର୍ତ୍ତମାନ ଅଧ୍ୟୟନ କରୁଛନ୍ତି ସେମାନଙ୍କର ଦକ୍ଷତା ବିକାଶ ବୃଦ୍ଧିରେ ବିଶେଷ ଭାବରେ ସହାୟକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri