ଆଉ ୨ ଟ୍ରେନରେ ଆସିଲେ ୩୩୪ ପ୍ରବାସୀ

ଭଦ୍ରକ ଅଫିସ,୨୮।୫: ଭଦ୍ରକ ଷ୍ଟେଶନରେ ଆଉ ୨ଟି ଟ୍ରେନ ପହଞ୍ଚିଛି। ତେବେ ଏହି ଟ୍ରେନରେ ସ୍ବଳ୍ପ ସଂଖ୍ୟକ ପ୍ରବାସୀ ଓହ୍ଲାଇଥିବା ଜଣାପଡ଼ିଛି। ରାତିରେ ଗୋଟିଏ ଟ୍ରେନ ସାଲେମ୍‌ରୁ ବାଲେଶ୍ୱର ଯାଇଥିବା ବେଳେ ସେଥିରୁ ୧୭୫ଜଣ ଭଦ୍ରକରେ ଓହ୍ଲାଇଥିଲେ। ସେମାନଙ୍କ ମଧ୍ୟରେ ଭଦ୍ରକ ଜିଲାର ୧୭୨, ବାଲେଶ୍ୱର ୨ ଓ କେନ୍ଦୁଝର ଜଣେ ପ୍ରବାସୀ ରହିଛନ୍ତି। ଭଦ୍ରକରେ ଓହ୍ଲାଇଥିବା ପ୍ରବାସୀଙ୍କ ମଧ୍ୟରେ ଭଦ୍ରକର ୧୩, ବାସୁଦେବପୁର ବ୍ଳକର ୫୯, ବାସୁଦେବପୁର ପୌରପାଳିକାର ୧୦, ବନ୍ତ ୧୩, ଧାମନଗର ୯, ଭଣ୍ଡାରିପୋଖରୀ ୧୬, ତିହିଡ଼ି ୩୯, ଚାନ୍ଦବାଲି ୮, ଚାନ୍ଦବାଲି ଏନ୍‌ଏସିର ୫ଜଣ ପ୍ରବାସୀ ଥିବା ସୂଚନା ରହିଛି। ଅନ୍ୟ ଏକ ଟ୍ରେନ୍‌ ମଦୁରାଇରୁ ବାଲେଶ୍ୱର ଆସିଛି। ସେଥିରେ ଭଦ୍ରକରେ ୧୫୯ଜଣ ଓହ୍ଲାଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ କେନ୍ଦୁଝର ଜିଲାର ପ୍ରବାସୀ ହୋଇଥିବା ବେଳେ ଅନ୍ୟ ସମସ୍ତେ ଭଦ୍ରକ ଜିଲାର। ସେମାନଙ୍କୁ ସମସ୍ତଙ୍କୁ କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ପଠାଇ ଦିଆଯାଇଛି।