ଆଉ ଜଣେ ପରଦେଶୀ ନାୟିକା

ରୁଷୀୟ ଲଳନା ଆଲେକ୍‌ଜାଣ୍ଡ୍ରା ସ୍କେଲସୁନୋଭା ଓରଫ ସାସା। ମଡେଲିଂ ସହ ଜଡ଼ିତ ଏହି ନବାଗତା ପ୍ରଥମ ଥର ପାଇଁ ଓଡ଼ିଆ ସିନେମାରେ ଅଭିନୟ କରୁଛନ୍ତି। ନୂଆ ଓଡ଼ିଆ ସିନେମା ‘ବାୟ ବାୟ ଦିଲ୍‌’ର ନାୟିକା ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ସେ । ମହ୍ଲାର ଏଣ୍ଟରଟେନ୍‌ମେଣ୍ଟ ଏବଂ ଏ.ବି. ସଲ୍ୟୁଶନ ବ୍ୟାନରରେ ଏହାର ପ୍ରଯୋଜନା କରିଛନ୍ତି ନବାଗତା ଜୟଲକ୍ଷ୍ମୀ ମିଶ୍ର। ନିର୍ଦ୍ଦେଶନା ଦାୟିତ୍ୱ କୁନାଲ ପଟ୍ଟନାୟକ ତୁଲାଇଥିବା ବେଳେ ସଚି ମହାନ୍ତି ଏବଂ ସନ୍ତୋଷଙ୍କ ରଚିତ ଗୀତଗୁଡିକୁ ସ୍ବର ଦେଇଛନ୍ତି ଟୁନା ଭାଇ-ଉନା ଭାଇ। ଚିତ୍ରୋତ୍ତୋଳନ କରିଛନ୍ତି ରଞ୍ଜନ ମିଶ୍ର। ଶୁଟିଂ ଶେଷ ହୋଇଥିବା ଏହି ଫିଲ୍ମରେ ସାସାଙ୍କ ଭୂମିକାଟି ହେଲା ଗ୍ଲୋରି। ଏଥିରେ ତାଙ୍କର ନାୟକ ସାଜିଛନ୍ତି ରାଜ୍‌। ସାସା-ରାଜ୍‌ ଯୋଡ଼ି ବ୍ୟତୀତ ପଲ୍ଲବୀ, ଜୀବନ ପଣ୍ଡା, ଜୟଲକ୍ଷ୍ମୀ, ପ୍ରୀତିରାଜ, କୁନାଲ, ଟୁଲୁ, ଶମ୍ଭୁ, ରାମବାବୁ ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି। ଖାସ୍‌ କଥା ହେଲା, ଶୁଟିଂ ସମୟରେ ସାସା ଓଡ଼ିଆ ଭାଷା କେତେକାଂଶରେ ଶିଖିଯାଇଛନ୍ତି। ବିଦେଶୀ ଲଳନା ଓଡ଼ିଆ ସିନେମାରେ ଅଭିନୟ କରିବା ନୂଆ କଥା ନୁହେଁ। ଏହାପୂର୍ବରୁ ପରଦେଶୀ ଚଢ଼େଇରେ ଉତ୍ତମ ମହାନ୍ତିଙ୍କ ସହ ଅରମିଣ୍ଟାଙ୍କୁ ନାୟିକା ଭାବେ ଦେଖିବାକୁ ମିଳିଥିଲା। ଏହା ବ୍ୟତୀତ ଚିତ୍ତରଞ୍ଜନ ତ୍ରିପାଠୀଙ୍କ ନିର୍ଦ୍ଦେଶିତ ‘ମୁଖ୍ୟମନ୍ତ୍ରୀ’ରେ ବିଦେଶୀ ନାୟିକା ସବ୍ରିନା ଜେନିଫର ଅଭିନୟ କରିଥିଲେ। ତେବେ ‘ବାୟ ବାୟ ଦିଲ୍‌’ରେ ସାସା ଦର୍ଶକଙ୍କୁ କେତେ ପ୍ରଭାବିତ କରିପାରୁଛନ୍ତି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶାକାହାର ସିଦ୍ଧାନ୍ତ

ବୌଦ୍ଧଧର୍ମ ଏବଂ ଜୈନଧର୍ମ ଓଡ଼ିଶାର ପ୍ରମୁଖ ଧର୍ମ ଥିଲାବେଳେ ଶାକାହାର ବା ସାଦା ଖାଇବା ପରମ୍ପରା ଅଧିକ ଦୃଢ଼ୀଭୂତ ହୋଇଥିଲା। ଜଣେ ଅତ୍ୟଧିକ ଗରିଷ୍ଠ, ମସଲାଯୁକ୍ତ, ଆମିଷ…

ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୨।୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆ ତା’ର ଅଭିଯାନର ଏକ ଦୃଢ଼ ଆରମ୍ଭ କରିଛି। ମୁମ୍ବାଇରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ଭାରତ ୨୯…

ଭାରତ ବନ୍ଦ ପ୍ରଭାବ: ବାଲେଶ୍ୱରରେ ଅଟକିଲା ବାଙ୍ଗିରିପୋଷି-ପୁରୀ ଏକ୍ସପ୍ରେସ

ବାଲେଶ୍ୱର,୧୨।୨(ବାଞ୍ଛାନିଧି ଦେ):ବାଲେଶ୍ୱର ଷ୍ଟେଶନରେ ଗୁରୁବାର ଟ୍ରେଡ ୟୁନିଅନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସକାଳେ ବାଙ୍ଗିରିପୋଷି-ପୁରୀ ଏକ୍ସପ୍ରେସ ଟ୍ରେନକୁ ଅଟକାଇ ପ୍ରତିବାଦ କରାଯାଇଛି। ଏଥିସହ ସହରର ବିଭିନ୍ନ…

ଭଲପାଇବାର ଉଦାହରଣ ସୃଷ୍ଟି କଲେ ଅବସରପ୍ରାପ୍ତ ଶିକ୍ଷକ: ସ୍ତ୍ରୀଙ୍କ ସ୍ମୃତିରେ ନିର୍ମାଣ କଲେ…

ଗୁଣୁପୁର,୧୨।୧(ସଂକେତ ପାତ୍ର): ରାୟଗଡା ଜିଲା ଗୁଣୁପୁର ପୌରପରିଷଦ ୧୯ନଂ ୱାର୍ଡ ଓମ ନଗରରୁ ଆସିଛି ଏକ ହୃଦୟସ୍ପର୍ଶୀ କାହାଣୀ, ଯାହା ପ୍ରେମ ଓ ସ୍ବାମୀ-ସ୍ତ୍ରୀ ସମ୍ପର୍କର ଅନନ୍ୟ…

ଆଜି ବାଂଲାଦେଶ ନିର୍ବାଚନ

ଢାକା,୧୨ା୨: ବାଂଲାଦେଶରେ ଗୁରୁବାର ସଂସଦୀୟ ନିର୍ୱାଚନ ହେବାକୁ ଯାଉଛି। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ଏହା ହେଉଛି ବାଂଲାଦେଶର ୧୩ତମ ସଂସଦୀୟ ନିର୍ୱାଚନ। ଏହି ନିର୍ୱାଚନକୁ…

ପେଙ୍ଗୁଇନ୍‌ ଇଣ୍ଡିଆକୁ ନୋଟିସ

ନୂଆଦିଲ୍ଲୀ,୧୨ା୨: ପୂର୍ୱତନ ସେନା ମୁଖ୍ୟ ଏମ୍‌.ଏମ୍‌. ନରଓ୍ୱଣେଙ୍କ ପୁସ୍ତକ ‘ଫୋର୍‌ ଷ୍ଟାର୍ସ ଅଫ୍‌ ଡେଷ୍ଟିନି’କୁ ନେଇ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍‌ ପେଙ୍ଗୁଇନ୍‌ ରାଣ୍ଡମ୍‌ ହାଉସ୍‌ ଇଣ୍ଡିଆକୁ…

ଏପ୍‌ଷ୍ଟିନ୍‌ ମୋତେ ଦୋମୁହଁା କହିଥିଲେ

ନୂଆଦିଲ୍ଲୀ,୧୨।୨: ଆମେରିକୀୟ ସେକ୍ସ ଅଫେଣ୍ଡର ଜେଫ୍ରି ଏପ୍‌ଷ୍ଟିନ୍‌ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଦୋମୁହଁା କହିଥିଲେ। ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆଣିଥିବା…

ଅନାସ୍ଥା ନୋଟିସରେ ତ୍ରୁଟି

ନୂଆଦିଲ୍ଲୀ,୧୨ା୨: ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ବିରୋଧରେ ବିପକ୍ଷ ସଦସ୍ୟମାନେ ଅନାସ୍ଥା ପ୍ରସ୍ତାବ ଆଗତ କରିବା ପାଇଁ ଦେଇଥିବା ନୋଟିସ ତ୍ରୁଟିଯୁକ୍ତ। ନୋଟିସ ଡ୍ରାଫ୍ଟିଙ୍ଗ୍‌ରେ ଏଭଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri