ଆଉ ଜଣେ ନୂଆ ନିର୍ଦ୍ଦେଶକ

ଓଡ଼ିଆ ଯାତ୍ରା ଜଗତକୁ ଆଉ ଜଣେ ନୂଆ ନିର୍ଦ୍ଦେଶକଙ୍କ ପ୍ରବେଶ ଘଟିଛି। ସେ ହେଉଛନ୍ତି ଶିଶିର ମହାନ୍ତି। ‘ଧଉଳି ଗଣନାଟ୍ୟ’ ଦ୍ୱାରା ପ୍ରସ୍ତୁତ ତଥା ନୀହାର ମହାନ୍ତିଙ୍କ ରଚିତ ୨୦୧୯-୨୦ବର୍ଷର ନୂଆ ନାଟକ ‘କାଳିଦାସଙ୍କର ନୂଆ କାହାଣୀ’ରେ ନିର୍ଦ୍ଦେଶନା ଦେଇ ସେ ତାଙ୍କ ଜଲିଉଡ୍‌ ଇନିଂସ ଆରମ୍ଭ କରିଛନ୍ତି। ନରସିଂହପୁରର ପାଇକ ବାରବାଟୀ ଗ୍ରାମରେ ଜନ୍ମ ହୋଇଥିବା ଶିଶିର ପିଲାଟିବେଳୁ ଯାତ୍ରା ପ୍ରତି ଆକୃଷ୍ଟ ହୋଇଥିଲେ। ନାଟ୍ୟଗୁରୁ ପ୍ରାଣକୃଷ୍ଣ ପତ୍ରୀ ହିଁ ଥିଲେ ତାଙ୍କର ପ୍ରଥମ ପଥ ପ୍ରଦର୍ଶକ। ପିଲା ବେଳେ ସ୍କୁଲ ଡ୍ରାମା ତଥା ଗଁା ଯାତ୍ରାରେ ଅନେକଥର ଅଭିନୟ ମଧ୍ୟ କରିଥିଲେ। ତେବେ +୨ ପରେ ସେ ସିଧାସଳଖ ମୁହଁାଇଲେ ଯାତ୍ରା ଆଡ଼କୁ। ନନ୍ଦୁ ବାବୁ (ନନ୍ଦୁସାର) ତାଙ୍କୁ ନେଇ ଯାଇଥିଲେ ଉତ୍ତର ବାଲେଶ୍ୱର। ସେଠାକାର ଯାତ୍ରା ଅନୁଷ୍ଠାନ ‘ଓମ୍‌ ଶ୍ରୀ’ରେ ସେ ‘ଅଫେରା ବାଟ’ ନାମକ ଏକ ନାଟକରେ ନିର୍ଦ୍ଦେଶନା ଦେଇଥିଲେ। ଏହା ଥିଲା ତାଙ୍କର ପ୍ରଥମ ଯାତ୍ରା ନିର୍ଦ୍ଦେଶନା। ଏହା ୨୦୧୧-୧୨ ମସିହାର ଘଟଣା। ତେବେ ଏହି ସମୟ ବେଳକୁ ସେ କେତେକ ବିଶିଷ୍ଟ ନିର୍ଦ୍ଦେଶକଙ୍କ ଅଧୀନରେ ସହନିର୍ଦ୍ଦେଶକ ବା ଆସିଷ୍ଟାଣ୍ଟ ଡିରେକ୍ଟର ଭାବରେ କାମ କରି ସାରିଥିଲେ। ସେମାନଙ୍କ ମଧ୍ୟରେ ନିର୍ଦ୍ଦେଶକ ତଥା ଅଭିନେତା ସୁବୋଧ ମିଶ୍ର, ନିର୍ଦ୍ଦେଶକ ଯୋଗେନ୍ଦ୍ର ମଲ୍ଲିକ ଅନ୍ୟତମ। ଶିଶିର ବିଶ୍ୱନାଥ ଅପେରା, ତପସ୍ବିନୀ ଅପେରା, ବାଣେଶ୍ୱରୀ ଗଣନାଟ୍ୟ, ଗୌରୀ ତଥା ତାରିଣୀ, ତାରାତାରିଣୀ ଆଦି ଉତ୍ତର ବାଲେଶ୍ୱର ଅନୁଷ୍ଠାନରେ ଆସିଷ୍ଟାଣ୍ଟ ତଥା ମୁଖ୍ୟ ନିର୍ଦ୍ଦେଶକ ଭାବରେ କାମ କରି ନିର୍ଦ୍ଦେଶନାର ବ୍ୟାକରଣ ହାସଲ କରି ସାରିଥିଲେ। ଏହି କାମ କରିବା ମଧ୍ୟରେ ତାଙ୍କର ସାକ୍ଷାତ ହୁଏ ସଙ୍ଗୀତ ନିର୍ଦ୍ଦେଶକ ଏକନ୍‌ଙ୍କ ସହିତ। ଏକନ୍‌ ହିଁ ତାଙ୍କୁ ନେଇ ନାଟ୍ୟକାର ନୀହାର ମହାନ୍ତିଙ୍କ ସହିତ ପରିଚିତ କରାନ୍ତି। ନୀହାରବାବୁ ହିଁ ଶିଶିରଙ୍କୁ ଆଣନ୍ତି ଧଉଳି ଗଣନାଟ୍ୟକୁ।
‘କାଳିଦାସଙ୍କର ନୂଆ କାହାଣୀ’ ଏକ ପ୍ରେତଶକ୍ତି ଆଧାରିତ କାହାଣୀ। ନାଟକଟିକୁ ନେଇ ବେଶ୍‌ ଖୁସି ଅଛନ୍ତି ଶିଶିର। ପେସାଦାର ମନୋଭାବ ସହିତ ଭଲ ନାଟକ କରିବାର ମନୋବୃତ୍ତି ରଖିଲେ ସବୁ ନାଟକ ଭଲ ହୋଇପାରିବ। ଏଥିସହିତ କଳାକାରମାନେ ନାଟ୍ୟକାର କିମ୍ବା ନିର୍ଦ୍ଦେଶକଙ୍କ କାର୍ଯ୍ୟରେ ହସ୍ତକ୍ଷେପ ନ କରି ନିଜର ଭୂମିକାକୁ ଠିକ୍‌ ଭାବରେ ନିର୍ବାହ କରିବାରେ ମନୋନିବେଶ କଲେ ଓଡ଼ିଆ ଯାତ୍ରା ଦର୍ଶକମାନଙ୍କୁ ଭରପୂର ମନୋରଞ୍ଜନ ଦେଇପାରିବ ବୋଲି କହନ୍ତି ଏହି ଯୁବକ। ସାମ୍ପ୍ରତିକ ଓଡ଼ିଆ ଯାତ୍ରାର ଗତି, ପ୍ରଗତି, ଅଧୋଗତିକୁ ନେଇ ନାନାଦି ପ୍ରସଙ୍ଗ ଉଠୁଥିବା ବେଳେ ଶିଶିରଙ୍କ ଭଳି ଉଦୀୟମାନ ଯୁବକମାନଙ୍କର ଯାତ୍ରାକୁ ପ୍ରବେଶ ନିଶ୍ଚିତ ଭାବରେ ଏକ ଶୁଭ ସୂଚନା – ଏକଥା ଅନସ୍ବୀକାର୍ଯ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ଜବରଦଖଲରେ ସରକାରୀ ଜମି: ୯ ଏପ୍ରିଲରେ ଡିମାର୍କେଶନ ନିର୍ଦ୍ଧାରିତ

ବଞ୍ଚୋ,୪।୪(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲ ନେଇ ସମସ୍ୟା ଗୁରୁତର ରୂପ ନେଇଥିଲା । ଏହି…

ସୌନ୍ଦର୍ଯ୍ୟ ହରାଇଲାଣି ଚିଲଡ୍ରେନ ପାର୍କ: ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ପଦ୍ମପୁର,୪ା୪(ପ୍ରଦୀପ୍ତ ଦାଶ ):ସହରକୁ ସରସ ସୁନ୍ଦର କରିବା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏ ସବୁ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ନୌସେନାରେ ସାମିଲ ହେଲା ‘ଅରିଦମନ’

ନୂଆଦିଲ୍ଲୀ,୪ା୪: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଣବିକ ଶକ୍ତିସମ୍ପନ୍ନ ବାଲିଷ୍ଟିକ୍‌ ମିଶାଇଲ୍‌ ବୁଡ଼ାଜାହାଜ ଆଇଏନ୍‌ଏସ୍‌ ଅରିଦମନ ଶୁକ୍ରବାର ଭାରତୀୟ ନୌସେନାରେ ସାମିଲ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ…

ପ୍ରଶାସନ ଆଖି ଆଗରେ ପ୍ରଦୂଷଣ: ରାସ୍ତାପାର୍ଶ୍ୱ ପାଲଟିଛି ଡମ୍ପିଂ ୟାର୍ଡ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପ୍ରଶାସନ ଆଖି ଆଗରେ ପ୍ରଦୂଷଣ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଗତ କିଛିଦିନ ହେଲା ସହରର ବିଭିନ୍ନ ରାସ୍ତାରେ ସ୍ତୁପ ଭଳି କୁଢ଼…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଥାନାରେ ପହଞ୍ଚିଲେ ଯୁବତୀ

କେନ୍ଦୁଝର,୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ପୋଲିସ ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ବାଲେଶ୍ୱର ଜିଲା…

ଲୋକଙ୍କୁ ଅଜଣା ପ୍ରଶାସନିକ ପଦକ୍ଷେପ: ବଢୁଛି ତାତି, ଘାରୁଛି ଭୟ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବୈଶାଖ ପାଦ ଥାପୁଣୁ ବରଗଡ଼ ଜିଲାରେ ତାତି ଅସହ୍ୟ ହୋଇପଡ଼ିଛି। ସକାଳ ୯ଟାରୁ ତାତି ବଢ଼ିବାରେ ଲାଗିଛି। ପୂର୍ବାହ୍ନ ୧୧ଟାରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି।…

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri