ଆଉ ଏକ ଫ୍ଲାଇଙ୍ଗ ଅବଜେକ୍ଟକୁ ନଷ୍ଟ କଲା ଆମେରିକା

ୱାଶିଂଟନ,୧୩ ।୨: ଆମେରିକା ଆକାଶରେ ଆଉ ଏକ ଫ୍ଲାଇଙ୍ଗ ଅବଜେକ୍ଟ ମିଳିଥିବା ସୂଚନା ରହିଛି । ରବିବାର ଆମେରିକା ଏହି ଫ୍ଲାଇଙ୍ଗ ଅବଜେକ୍ଟକୁ ନଷ୍ଟ କରିଦେଇଛି । ମିଡିଆ ରିପୋର୍ଟ ଅନୁଯାୟୀ, ଫ୍ଲାଇଙ୍ଗ ଅବଜେକ୍ଟ ଆମେରିକା-କାନାଡା ସୀମା ଉପରେ ଦେଖାଯାଇଥିଲା । ଆମେରିକା ସେନାର ଫାଇଟର ଜେଟ ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିର୍ଦ୍ଦେଶକମରେ ଏହାକୁ ଟାର୍ଗେଟ କରି ନଷ୍ଟ କରିଦେଇଥିଲା ।
ଗତ ୧ ସପ୍ତାହ ମଧ୍ୟରେ ଆମେରିକା ଓ କାନାଡା ଆକାଶରେ ଅଜ୍ଞାତ ଫ୍ଲାଇଙ୍ଗ ଅବଜେକ୍ଟ ଦେଖାଯିବାର ଏହା ଚତୁର୍ଥ ଘଟଣା । ଏହା ପୂର୍ବରୁ କାନାଡା ଆମେରିକା ବିମାନ ସହାୟତାରେ ଗୋଟିଏ ଫ୍ଲାଇଙ୍ଗ ଅବଜେକ୍ଟକୁ ନଷ୍ଟ କରି ଦେଇଥିଲା ।

Share