ଆଉ ଏକ ଓଡ଼ିଆ ସିନେମା: ତିତିଲି

ଆଞ୍ଜେନେୟା ମିଡିଆ ବ୍ୟାନରରେ ପ୍ରସ୍ତୁତ ହେବାକୁ ଯାଉଛି ଆଉ ଏକ ଓଡ଼ିଆ ସିନେମା, ଯାହାର ଟାଇଟଲ ରହିଛି ‘ତିତିଲି’। ପ୍ରଯୋଜକ ଶିଶିର ଦାସ ଏଥିରେ ଦୁଇ ଜଣ ନୂଆ ମୁହଁକୁ ବ୍ରେକ୍‌ ଦେଉଛନ୍ତି। ସେ ହେଲେ ନବାଗତ ତୁଷାର ଏବଂ ନବାଗତା ଦିବ୍ୟାସ୍ନାତା। ଖାସ୍‌ କଥା ହେଲା ଏହାର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇବେ ପୂର୍ବରୁ ‘ଆକାଶେ କି ରଙ୍ଗ ଲାଗିଲା’ ପରି ସୁପରହିଟ୍‌ ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ଏସ.କେ.ମୁରଲୀଧରନ। ଏହାପୂର୍ବରୁ ଶିଶିର ‘ବ୍ୟାଡ୍‌ଗର୍ଲ’, ‘ଧର୍ମ’, ‘ଭୈରବ’ ଏବଂ ‘ଦେବଦାସ’ ଓଡ଼ିଆ ଚଳଚ୍ଚିତ୍ରର ପ୍ରଯୋଜନା କରିସାରିଛନ୍ତି। ତେବେ ଏହି ନୂଆ ସିନେମାରେ ଭିନ୍ନତା ରହିଛି ଏବଂ ତାହା ସବୁ ବର୍ଗର ଦର୍ଶକଙ୍କୁ ନିଶ୍ଚୟ ପ୍ରଭାବିତ କରିବ ବୋଲି ଆଶା ରଖିଛନ୍ତି ସେ। ଚିତ୍ରଟିରେ ସଂଯୋଜିତ ଗୀତଗୁଡ଼ିକୁ ସ୍ବର ଦେଉଛନ୍ତି ଅଗାଧାଡ଼ିର ସ୍ବର ସଂଯୋଜକ ପ୍ରେମ ଆନନ୍ଦ। ଫିଲ୍ମଟିର କ୍ରିଏଟିଭ୍‌ ହେଡ୍‌ ଅଛନ୍ତି ପ୍ରଣୟ ଜେଠୀ। ନୂଆ ଯୋଡ଼ି ତୁଷାର-ଦିବ୍ୟାସ୍ନାତାଙ୍କ ବ୍ୟତୀତ ଏହି ଫିଲ୍ମରେ ମିହିର ଦାସ ଏବଂ ବବି ମିଶ୍ରଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।

Share