ଆଈ ହେବେ ରବିନା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରବିନା ଟଣ୍ଡନ ମାତ୍ର ୪୪ ବର୍ଷ ବୟସରେ ଏବେ ଆଈ ହେବାକୁ ଯାଉଛନ୍ତି। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। କାରଣ ତାଙ୍କ ପାଳିତା କନ୍ୟା ଛାୟା ଏବେ ପ୍ରଥମ ସନ୍ତାନର ଜନନୀ ହେବାକୁ ଯାଉଛନ୍ତି। ମାତ୍ର ୨୦ ବର୍ଷ ବୟସରେ ରବିନା ଛାୟା ଓ ପୂଜା ନାମକ ୨ ଝିଅଙ୍କୁ ପାଳିତ କନ୍ୟା ଭାବେ ଗ୍ରହଣ କରିଥିଲେ। ନିକଟରେ ରବିନା ଛାୟାଙ୍କ ଗୋଦ ଭରାଇ ରସମର ଆୟୋଜନ କରି ଏସମ୍ପର୍କରେ ସୂଚନା ଦେଇଥିଲେ। ସାନ ଝିଅ ପୂଜା ଏବେ ନ୍ୟୁଟ୍ରିସନିଷ୍ଟ। ୨୦୦୪ରେ ରବିନା ବ୍ୟବସାୟୀ ଅନିଲ ଥଡାନିଙ୍କୁ ବିବାହ କରିଥିଲେ। ତାଙ୍କର ଗୋଟିଏ ଝିଅ ଓ ପୁଅ ଅଛନ୍ତି।

Share