ଆଇସ୍‌ ଏଜ୍‌ ସମୟର ୪୬ ହଜାର ବର୍ଷ ତଳର ପକ୍ଷୀ ଅବଶେଷର ମିଳିଲା ସନ୍ଧାନ

ସାଇବେରିଆ,୨୨।୨: ସମ୍ପ୍ରତି ସାଇବେରିଆରୁ ଆଇସ୍‌ ଏଜ୍‌ ସମୟର ପକ୍ଷୀ ଅବଶେଷର ସନ୍ଧାନ ମିଳିଛି। ଏହା ୪୬ ହଜାର ବର୍ଷ ତଳର ବୋଲି ଗବେଷକ କହିଛନ୍ତି। ଏହା ଏକ ହୋର୍ଣ୍ଡ ଲାର୍କ ପକ୍ଷୀର ଅବଶେଷ ବୋଲି କୁହାଯାଉଛି। ଏନେଇ କମ୍ୟୁନିକେଶନ ବାୟୋଲୋଜି ପତ୍ରିକାରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ପ୍ରଜାତିର ପକ୍ଷୀ ଏବେ ରୁଷିଆର ପୂର୍ବ ଅଞ୍ଚଳ ଏବଂ ମଙ୍ଗୋଲିଆରେ ଦେଖିବାକୁ ମିଳୁଥିବା ପ୍ରାଣୀବିଜ୍ଞାନୀ ସୂଚନା ଦେଇଛନ୍ତି। ଏତେ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ପକ୍ଷୀର ଅବଶେଷ ସୁରକ୍ଷିତ ରହିଛି। ସାଇବେରିଆରେ ପ୍ରବଳ ଥଣ୍ଡା ହେଉଥିବାରୁ ଏଭଳି ହୋଇଥିବା ଗବେଷକ କହିଛନ୍ତି। ବର୍ତ୍ତମାନ ଦୃଷ୍ଟି ଗୋଚର ହେଉଥିବା ଲାର୍କ ପକ୍ଷୀର ଏହା ପୂର୍ବଜ ବୋଲି ପ୍ରାଣୀବିଜ୍ଞାନୀ ଲଭ୍‌ ହେଲେନ୍‌ କହିଛନ୍ତି। ତାଙ୍କୁ ଏହି ଅବଶେଷ ପ୍ରାଣୀବିଜ୍ଞାନୀ ନିକାଲାଜ୍‌ ଡୁସେକସ୍‌ ଦେଇଥିବା ହେଲେନ୍‌ ସୂଚନା ଦେଇଛନ୍ତି।

Share