ଆଇସୋଲେଶନ ଓ୍ବାର୍ଡକୁ ନ ଗଲେ ଭୋଗିବାକୁ ପଡିବ ଜେଲ ଦଣ୍ଡ

ରୋମ,୧୪।୩: କରୋନା ଭାଇରସ ଏବେ ତା’ର ଠିକଣା ବଦଳାଇ ଇଟାଲି ମୁହାଁ ହୋଇଥିବା କୁହାଯାଉଛି। କାରଣ ଏଠାରେ ଏବେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାକୁ ଆୟତ୍ତକୁ ଆଣିବାକୁ ଯାଇ ଇଟାଲି ସରକାର ଆଇନରେ ମଧ୍ୟ ପରିବର୍ତ୍ତନ କରିଥିବା ଜଣାପଡିଛି। ଯଦି କୌଣସି କରୋନା ଭାଇରସରେ ପୀଡିତ ରୋଗୀ ଆଇସୋଲେଶନ ଓ୍ବାର୍ଡକୁ ଯିବାକୁ ରାଜି ନ ହୁଅନ୍ତି ତେବେ କରୋନାକୁ ନେଇ ଜାରି କରାଯାଇଥିବା ଗାଇଡ୍‌ ଲାଇନକୁ ସେ ଅବମାନନା କରୁଥିବା ଦର୍ଶାଇ ତାଙ୍କୁ ୨୧ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯିବ ବୋଲି ଜଣାପଡିଛି। ମେଟ୍ରୋ ଡଟ୍‌ କୋ ଡଟ୍‌ ୟୁକେରେ ପ୍ରକାଶିତ ଏକ ଖବରରୁ ଏହା ଜଣାପଡିଛି। ତେବେ ଉକ୍ତ ରିପୋର୍ଟରୁ ଜଣାପଡିଛି ଯଦି କୌଣସି ବ୍ୟକ୍ତିଙ୍କ ପାଖରେ କଫ, କାଶ ଭଳି ସମସ୍ୟା ଦେଖାଦିଏ ତେବେ ସେମାନଙ୍କୁ ତୁରନ୍ତ ଆଇସୋଲେଶନ ଓ୍ବାର୍ଡରେ ଭର୍ତ୍ତି କରାଯିବ। ଯଦି ଏଥିରେ କେହି ଅରାଜି ହେବେ ତେବେ ତାଙ୍କ ବିରୋଧରେ ହତ୍ୟା ମାମଲା ଲାଗୁ ହେବ।

Share