ଆଇସୋଲେଶନରେ ମ୍ୟାକ୍‌କ୍ୟାର୍ଥି

ଲଣ୍ଡନ,୨୪ା୩(ଏଏଫ୍‌ପି)-ଆୟର୍ଲାଣ୍ଡ ଫୁଟ୍‌ବଲ ମ୍ୟାନେଜର ମିକ୍‌ ମ୍ୟାକ୍‌କ୍ୟାର୍ଥି ଓ ତାଙ୍କ ସ୍ତ୍ରୀ ଫିଓନା ବ୍ରୋମ୍‌ଲିସ୍ଥିତ ନିଜ ବାସଭବନରେ ସେଲ୍‌ଫ ଆଇସୋଲେଶନରେ ଅଛନ୍ତି। ୬୧ବର୍ଷୀୟ ମ୍ୟାକ୍‌କ୍ୟାର୍ଥି କହିଛନ୍ତି ତାଙ୍କର ଦୁଇ ପଡୋଶୀ ପୀଡ଼ିତ ଥିବା କଣାପଡ଼ିବା ପରେ ସେ ଓ ତାଙ୍କ ସ୍ତ୍ରୀ ସେଲ୍‌ଫ ଆଇସୋଶେନରେ ରହିବାକୁ ନିଷ୍ପତ୍ତି ନେଇଥିଲେ। କରୋନା ଭାଇରସ୍‌ ଦ୍ୱାରା ପୀଡ଼ିତ ହୋଇ ଦେଶରେ ୩୩୫ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି। ଭାଇରସ୍‌ର ସଂକ୍ରମଣକୁ ରୋକିବା ଲାଗି ସୋମବାର ବ୍ରିଟେନରେ ୩ ସପ୍ତାହ ପାଇଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ମ୍ୟାକ୍‌କ୍ୟାର୍ଥି ଦ୍ୱିତୀୟ ଥର ପାଇଁ ଆୟର୍ଲାଣ୍ଡ ଫୁଟ୍‌ବଲ ଟିମ୍‌ର ମ୍ୟାନେଜର ହୋଇଛନ୍ତି। ୟୁରୋ ୨୦୨୦ ପ୍ଲେ-ଅଫ୍‌ର ପ୍ରଥମ ଲେଗ୍‌ ମ୍ୟାଚରେ ତାଙ୍କ ଦଳ ସ୍ଲୋଭେନିଆକୁ ଭେଟିବା କାର୍ଯ୍ୟକ୍ରମ ରହିଥିଲା। ତେବେ କରୋନା ଭାଇରସ୍‌ ସଂକ୍ରମଣ ଆଶଙ୍କାରେ ୟୁରୋ ୨୦୨୦ ଆସନ୍ତା ବର୍ଷକୁ ସ୍ଥଗିତ ରଖାଯାଇଛି। ପ୍ଲେ-ଅଫ୍‌ ମ୍ୟାଚଗୁଡ଼ିକ ଲାଗି କାର୍ଯ୍ୟସୂଚୀ ଜୁନ୍‌ରେ ଘୋଷଣା ହେବ। ସୂଚନାଯୋଗ୍ୟ, ଇଂଲଣ୍ଡରେ ଜନ୍ମ ଲାଭ କରିଥିବା ମ୍ୟାକ୍‌କ୍ୟାର୍ଥି ପୂର୍ବରୁ ଆୟର୍ଲାଣ୍ଡ ଫୁଟ୍‌ବଲ ଦଳର ଅଧିନାୟକ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି। ଦେଶ ତରଫରୁ ୫୭ ଥର ପ୍ରତିନିଧିତ୍ୱ କରିଛନ୍ତି। ଆଇସୋଲେଶନରେ ଥିବାରୁ ଆମେ ଆମର ସନ୍ତାନ ଏବଂ ନାତି ନାତୁଣୀଙ୍କଠାରୁ ପୃଥକ୍‌ ରହିବାକୁ ପଡ଼ୁଛି। ଏହା ଖୁବ୍‌ ଯନ୍ତ୍ରଣା ଦାୟକ ବୋଲି ମ୍ୟାକ୍‌କ୍ୟାର୍ଥି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri