Posted inଜାତୀୟ

ଆଇସିୟୁ ସର୍ବନିମ୍ନ ମାନ ରକ୍ଷା ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୭ା୪: ସ୍ବାସ୍ଥ୍ୟସେବାକୁ ନେଇ ଇଣ୍ଟେନସିଭ୍‌ କେୟାର ୟୁନିଟ୍‌(ଆଇସିୟୁ)ର ସର୍ବନିମ୍ନ ମାନ ରକ୍ଷା ଲାଗି ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ସ୍ତରରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ କ୍ରିଟିକାଲ୍‌ କେୟାର ବ୍ୟବସ୍ଥାର ସୁବ୍ୟବସ୍ଥିତ ଭିତ୍ତିଭୂମିର ଉନ୍ନତି କରାଯିବା ଜରୁରୀ ବୋଲି ଦର୍ଶାଇ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଏହି କାର୍ଯ୍ୟ ଶେଷ କରିବାକୁ କହିଛନ୍ତି। ସାରାଦେଶରେ କ୍ରିଟିକାଲ୍‌ କେୟାର ବ୍ୟବସ୍ଥାକୁ ନେଇ ଆଇସିୟୁ ପାଇଁ ମାର୍ଗଦର୍ଶିକା ଜାରି କରିବାକୁ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ), ସାର୍‌ ଗଙ୍ଗାରାମ ହସ୍ପିଟାଲ, ଟାଟା ମେମୋରିଆଲ ହସ୍ପିଟାଲ ଏବଂ ମେଦାନ୍ତ ଭଳି ପ୍ରତିଷ୍ଠିତ ହସ୍ପିଟାଲର ବିଶେଷଜ୍ଞମାନଙ୍କ ଦ୍ୱାରା ଯେଉଁ ପରାମର୍ଶ ଦେଇଥିଲେ ତାହା ଉପରେ ସହମତି ପ୍ରକାଶ ପାଇବା ପରେ ଏହାକୁ ଏକ ମୌଳିକ ଦସ୍ତାବିଜ୍‌ ଭାବେ ବିବେଚନା କରି କାର୍ଯ୍ୟକାରୀ କରିବାକୁ ଜଷ୍ଟିସ୍‌ ଆଶାନୁଦ୍ଦିନ ଅମାନୁଲ୍ଲା ଓ ଜଷ୍ଟିସ୍‌ ଆର୍‌. ମହାଦେବନଙ୍କ ଖଣ୍ଡପୀଠ କହିଛନ୍ତି। ବିଶେଷଜ୍ଞମାନେ ଦେଇଥିବା ପରାମର୍ଶ ଅନୁଯାୟୀ ଆଇସିୟୁରେ ଏସ୍‌ଓପି ପ୍ରଚଳନ କରିବା, କର୍ମଚାରୀମାନଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ, ସମୟାନୁଯାୟୀ ସେବା, ରିଅଲ ଟାଇମ୍‌ ହସ୍ପିଟାଲ ଆକ୍ସେସ୍‌ ବ୍ୟବସ୍ଥା ପ୍ରଚଳନ ଏବଂ ରୋଗୀମାନଙ୍କ ସହାୟତା ଲାଗି ଜିପିଏସ୍‌ ଲୋକେଟର୍‌ ବ୍ୟବସ୍ଥା ପ୍ରଚଳନ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ବିକାଶ ବାଟବଣା, ଖରାଦିନେ ରାସ୍ତାରେ ବହୁଛି ଡ୍ରେନ୍‌ ପାଣି

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ) : ବରଗଡ଼ ସହରକୁ ବିକଶିତ କରିବା ଲକ୍ଷ୍ୟ ନେଇ ପର୍ଯ୍ୟାୟକ୍ରମେ ଜବରଦଖଲ ଉଚ୍ଛେଦ କରାଯାଉଛି। ଏହି କ୍ରମରେ କେଉଁଠି ରାସ୍ତା ପ୍ରଶସ୍ତୀକରଣ ତ ଆଉ…

ଜନଗଣନାରେ ନିୟୋଜିତ ୨ଜଣଙ୍କ ମୃତ୍ୟୁ

ବେତନଟୀ/ସୁନ୍ଦରଗଡ଼,୨୭।୪(ଧରଣୀଧର ମହାନ୍ତି/ଜୟନାରାୟଣ ମେଣ୍ଡୁଳି): ଜନଗଣନା କାର୍ଯ୍ୟରେ ନିୟୋଜିତ ହୋଇଥିବା ୨ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ୍‌ ଅଧୀନ ପୁରିନ୍ଦା କଖାରୁଆ ବୈଦନାଥ ଉଚ୍ଚ…

ମରାମତି ନାଁରେ ଖୋଳିଦେଲେ ରାସ୍ତା, ଲୋକେ ହନ୍ତସନ୍ତ

ପଦ୍ମପୁର,୨୭।୪(ପ୍ରଦୀପ୍ତ ଦାଶ): ପ୍ରତି ଓ୍ବାର୍ଡ ଓ ଘରକୁ ପାଣି ପାଇପ ବିଛାଇବା ପାଇଁ ଠିକାଦାର ରାସ୍ତାକୁ ଭାଙ୍ଗି ଦେଉଛନ୍ତି। କିନ୍ତୁ କାମ ସାରିବା ପରେ ଏହି ରାସ୍ତା…

ହର୍ମୁଜ ଖୋଲିବାକୁ ପ୍ରସ୍ତୁତ ଇରାନ, ଆମେରିକାକୁ ବଦଳରେ ପଠାଇଲା ଏମିତି ପ୍ରସ୍ତାବ, ଜାଣନ୍ତୁ…

ତେହରାନ,୨୭।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଏକ ନୂତନ କୂଟନୈତିକ ବିକାଶ ଦେଖାଦେଇଛି। ଇରାନ ଆମେରିକାକୁ ଶାନ୍ତି ଚୁକ୍ତି ପାଇଁ ଏକ ନୂତନ…

ଖରାଠୁ ବଳିଯାଉଛି ଗୁଳୁଗୁଳି ଯନ୍ତ୍ରଣା, ଏହିଦିନଠୁ ପୁଣି କାଳବୈଶାଖୀ ବର୍ଷା

ଭୁବନେଶ୍ୱର,୨୭।୪(ବନ୍ଦନା ସେଠୀ): ରାଜ୍ୟରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ପଶ୍ଚିମରେ ଖରାତାତି ଓ ଉପକୂଳରେ ଗୁଳୁଗୁଳି ଅନୁଭୂତ ହେଉଛି। ଗତ କିଛିଦିନ ହେବ ସାଧାରଣତଃ ଉତ୍ତର…

Video: ଟ୍ରମ୍ପଙ୍କ ମଜା ଉଡାଇଲା ଇରାନ, ଏମିତି ଭିଡ଼ିଓ ଜାରି କଲା ଯିଏ ଦେଖିଲା କହିଲା…

ତେହରାନ,୨୭।୪: ୱାଶିଂଟନରେ ହ୍ବାଇଟ ହାଉସ କରେସପଣ୍ଡେଣ୍ଟ୍ସଙ୍କ ରାତ୍ରୀଭୋଜନ ସମୟରେ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ, ଇରାନ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପରିହାସ କରି ଏକ ଲେଗୋ-ଶୈଳୀର…

ଆମ ସଂସ୍କାର, ଆମ ପରିଚୟ

ସମ୍ପ୍ରତି ସୋସିଆଲ ମିଡିଆରେ ଏକ ଭାଇରାଲ ଭିଡିଓ ବ୍ୟାପକ ଚର୍ଚ୍ଚାର ବିଷୟ ହୋଇଛି। ନେପାଳର ଏକ ରାସ୍ତାରେ ଦୁଇଜଣ ଭାରତୀୟ ପର୍ଯ୍ୟଟକ ଗୁଟ୍‌ଖା ଛେପ ପକାଇବା ସମୟରେ…

ଦେଶରେ ଶ୍ରମିକ ଅଶାନ୍ତ

ଗତ ଏପ୍ରିଲ ୧୩ ତାରିଖରେ ନଏଡା ଫେଜ୍‌-୨ରେ ଅନେକ ହଜାର ଶ୍ରମିକଙ୍କ ଆନ୍ଦୋଳନ ସେମାନଙ୍କ ମନରେ ଥିବା ଦୀର୍ଘଦିନର ଆକ୍ରୋଶକୁ ପ୍ରକାଶ କରିଛି। ସେଠାକାର ବିଭିନ୍ନ ଶିଳ୍ପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri