Posted inଖେଳ

ଆଇସିସି ବିଶ୍ୱକପ୍‌: ଭାରତ ସେମିର ନିକଟତର

ମାଞ୍ଚେଷ୍ଟର,୨୮।୬(ପି.ଟି.) – ଆଇସିସି କ୍ରିକେଟ ବିଶ୍ୱକପ୍‌ରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ସେମିଫାଇନାଲର ନିକଟତର ହୋଇଛି। ସ୍ଥାନୀୟ ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ଦମ୍‌ଦାର ବୋଲିଂ କରି ୧୨୫ ରନରେ ଓ୍ବେଷ୍ଟଇଣ୍ଡିଜକୁ ହରାଇ ବୃହତ୍‌ ବିଜୟ ହାସଲ କରିଛି। ଆଉ ଗୋଟିଏ ବିଜୟ ହାସଲ କଲେ ଭାରତ ସେମିଫାଇନାଲରେ ପ୍ରବେଶ କରିବ। ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ଉଇକେଟ ହରାଇ ୨୬୮ ରନ ସଂଗ୍ରହ କରିଥିଲା। ଜବାବରେ ଓ୍ବେଷ୍ଟଇଣ୍ଡିଜ ୩୪.୨ ଓଭରରେ ୧୪୩ ରନକରି ଅଲଆଉଟ୍‌ ହେବା ସହ ଆତ୍ମସମର୍ପଣ କରିଛି। ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଏକମାତ୍ର ଦଳ ଭାବେ ଅପରାଜେୟ ରହିଥିବା ଭାରତ ୬ଟି ମ୍ୟାଚ୍‌ ଖେଳି ୫ଟି ବିଜୟ ଓ ଗୋଟିଏ ବିନା ଫଳାଫଳ ସହ ୧୧ ପଏଣ୍ଟ ପାଇ ନ୍ୟୁଜିଲାଣ୍ଡକୁ ହଟାଇ ଉନ୍ନତ ନେଟ୍‌ ରନ୍‌ରେଟ୍‌ରେ ତାଲିକାର ଦ୍ୱିତୀୟ ସ୍ଥାନକୁ ଉଠି ସେମିଆଶାକୁ ଆହୁରି ଦୃଢୀଭୂତ କରିଛି। ଅନ୍ୟପଟେ ଓ୍ବେଷ୍ଟଇଣ୍ଡିଜ୍‌ ୭ଟି ମ୍ୟାଚ୍‌ ଖେଳି ଗୋଟିଏ ବିଜୟ, ୫ଟି ପରାଜୟ ଓ ଗୋଟିଏ ବିନା ଫଳାଫଳ ସହ ୩ ପଏଣ୍ଟ ପାଇ ତାଲିକାରେ ପୂର୍ବପରି ଅଷ୍ଟମ ସ୍ଥାନରେ ରହିଛି। ରବିବାର ଭାରତ ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ଇଂଲଣ୍ଡକୁ ବର୍ମିଂହାମ୍‌ରେ ଭେଟିବ। ୭୨ ରନର ଧୈର୍ଯ୍ୟପୂର୍ଣ୍ଣ ଇନିଂସ ଖେଳିଥିବା କୋହଲିଙ୍କୁ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ କରାଯାଇଛି।
୨୬୯ ରନ ଚ୍ୟାଲେଞ୍ଜିଂ ଟାର୍ଗେଟର ପିଛା କରି ଓ୍ବେଷ୍ଟଇଣ୍ଡିଜ ୧୬ ରନରେ ୨ ଉଇକେଟ ହରାଇ ପ୍ରାରମ୍ଭିକ ଝଟ୍‌କା ଖାଇଥିଲା। ବିସ୍ଫୋରକ ଓପନର କ୍ରିସ୍‌ ଗେଲ୍‌ ୬ ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ସାଇ ହୋପ୍‌ ୫ ରନକରି ମହମ୍ମଦ ସାମିଙ୍କ ଦ୍ୱାର ଆଉଟ ହୋଇଥିଲେ। ଏହାପରେ ତୃତୀୟ ଉଇକେଟରେ ସୁନୀଲ ଅମ୍ବ୍ରିସ୍‌ ଓ ନିକୋଲାସ ପୁରାନ ୫୫ ରନ ସଂଗ୍ରହ କରି ସ୍ଥିତି ସମ୍ଭାଳିବାକୁ ପ୍ରୟାସ କରିଥିଲେ। ତେବେ ୩୧ ରନ କରିଥିବା ବେଳେ ଅମ୍ବ୍ରିସ୍‌ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ଏହାପରେ ନିୟମିତ ବ୍ୟବଧାନରେ ଗୋଟିଏ ପରେ ଗୋଟିଏ ଉଇକେଟ ଝଡିଥିଲା। ତାସ୍‌ଘର ପରି ଓ୍ବେଷ୍ଟଇଣ୍ଡିଜ ଇନିଂସ ଭୁଶୁଡି ପଡିଥିଲା। ପୁରାନ ୨୮ ରନକରି ଚାଇନାମ୍ୟାନ କୁଲଦୀପ ଯାଦବଙ୍କ ଦ୍ୱାର ଆଉଟ ହୋଇଥିଲେ। ଶିମରନ ହେଟ୍‌ମେୟର ୧୮ ରନ କରିଥିବା ସାମିଙ୍କ ତୃତୀୟ ଶିକାର ହୋଇଥିଲେ। ଅଧିନାୟକ ଜାସନ ହୋଲ୍ଡର ୬, କାର୍ଲୋସ ବ୍ରାଥଓ୍ବେଟ ୧, ଶେଲଡନ କଟ୍ରେଲ ୧୦ ରନ କରି ଆଉଟ ହୋଇଥିଲେ। ଫାବିଆନ ଆଲେନ ଓ ଓଶେନ ଥୋମାସ ଖାତା ଖୋଲିପାରି ନ ଥିଲେ। କେମର ରୋଚ୍‌ ୧ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଭାରତ ତରଫରୁ ସାମି ସର୍ବାଧିକ ୪, ବୁମ୍‌ରା ୨ ଓ ୟୁଜବେନ୍ଦ୍ର ଚହଲ ୨ଟି ଲେଖାଏ, ପାଣ୍ଡ୍ୟା ଓ କୁଲଦୀପ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଦେଖିଚାହିଁ ଆରମ୍ଭ କରିଥିଲା। ଇନ୍‌ଫର୍ମ ତାରକା ଓପନର ରୋହିତ ଶର୍ମା ୨୩ ବଲରୁ ଗୋଟିଏ ଲେଖାଏ ଚୌକା ଓ ଛକା ସହ ୧୮ ରନ କରିଥିବା ବେଳେ ଦ୍ରୁତ ବୋଲର କେମର ରୋଚ୍‌ଙ୍କ ବଲ୍‌ରେ ଉଇକେଟ କିପର ସାଇ ହୋପ୍‌ଙ୍କୁ କ୍ୟାଚ୍‌ ଦେଇଥିଲେ। ଫିଲ୍ଡ ଅମ୍ପାୟର ଆଉଟ୍‌ ଘୋଷିତ କରି ନ ଥିଲେ। ତେବେ ଡିଆରଏସ୍‌ରେ ଥାର୍ଡ ଅମ୍ପାୟର ତାଙ୍କୁ ଆଉଟ ଘୋଷିତ କରିଥିଲେ। କିନ୍ତ ଟିଭି ରିପ୍ଲେରେ ବଲ୍‌ ବ୍ୟାଟ୍‌ରେ ବାଜିଥିବା ସ୍ପଷ୍ଟଭାବେ ଜଣାପଡୁ ନ ଥିଲା। ଦ୍ୱିତୀୟ ଉଇକେଟରେ ଅନ୍ୟତମ ଓପନର ଲୋକେଶ ରାହୁଲ ଓ ଅଧିନାୟକ ବିରାଟ କୋହଲି ୬୯ ରନ ସଂଗ୍ରହ କରିଥିଲେ। ରାହୁଲ ଭଲ ଆରମ୍ଭ କରିଥିଲେ ମଧ୍ୟ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ସେ ୬୪ ବଲରୁ ୬ ଚୌକା ସହ ୪୮ ରନ କରି କ୍ରିଜ୍‌ରେ ଜମି ଆସୁଥିବା ବେଳେ ଲାଇନ୍‌ ମିସ୍‌ କରି ଜାସନ ହୋଲ୍ଡରଙ୍କ ବଲ୍‌ରେ କ୍ଲିନ୍‌ ବୋଲ୍ଡ ହୋଇଥିଲେ ୨ ରନ ପାଇଁ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। ୪ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ବିଜୟ ଶଙ୍କର ପୁଣି ବିଫଳ ହୋଇଥିଲେ। ୧୯ ବଲରୁ ୩ ଚୌକା ସହ ୧୪ ରନ କରିଥିବା ବେଳେ ରୋଚ୍‌ଙ୍କ ବଲ୍‌ରେ ହୋପ୍‌ଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ସୁଯୋଗ ମିଳିବା ସତ୍ତ୍ୱେ ଶଙ୍କର ୪ ନମ୍ବରରେ ଏହାର ସଦ୍‌ ବ୍ୟବହାର କରିବାରେ ବିଫଳ ହୋଇଛନ୍ତି। ଭାରତୀୟ ମିଡଲ ଅର୍ଡର ପୁଣିଥରେ ସାଂଘାତିକ ଭାବେ ବିଫଳ ହୋଇଥିଲା। ଶଙ୍କରଙ୍କ ପରେ ବ୍ୟାଟିଂ କରିବାକୁ ଆସିଥିବା କେଦାର ଯାଦବ ମଧ୍ୟ ବିଫଳ ହୋଇଥିଲେ। ଗୋଟିଏ ସ୍ଥାନ ଉପରକୁ ଆସି କେଦାର ମାତ୍ର ୭ ରନ କରିଥିବା ବେଳେ ରୋଚ୍‌ଙ୍କ ଅଫ୍‌ ଷ୍ଟମ୍ପ ବାହାରର ବଲ୍‌ ଖେଳିବାକୁ ଯାଇଥିଲେ। ବଲ ବ୍ୟାଟର ଏଜ୍‌ ନେଇଥିଲା ଓ ହୋପ୍‌ କ୍ୟାଚ୍‌ ଧରିଥିଲେ। ଏହାପରେ ପାଳି ପଡିଥିଲା ଅଧିନାୟକ ବିରାଟ କୋହଲିଙ୍କର। ସେ ୮୨ଟି ବଲ୍‌ର ସମ୍ମୁଖୀନ ହୋଇ ୮ ଚୌକା ସହ ୭୨ ରନ କରିଥିବା ବେଳେ ହୋଲ୍ଡରଙ୍କ ବଲ୍‌କୁ ପୁଲ୍‌ କରିବାକୁ ଯାଇ ମିଡ ଉଇକେଟରେ ବଦଳ ଖେଳାଳି ଡ୍ବେନ ବ୍ରାଭୋଙ୍କ ହାତରେ ଧରାପଡିଥିଲେ। ବଲ୍‌ ଆଶାନୁରୂପ ବାଉନ୍ସ କରି ନ ଥିଲା ଓ ସେ ଜଲ୍‌ଦି ଖେଳିଥିଲେ ଫଳରେ ବଲ ବ୍ୟାଟ୍‌ର ଠିକ୍‌ ସଂଯୋଗ ହୋଇ ନ ଥିଲା। ୪ଟି ମ୍ୟାଚ୍‌ରୁ କୋହଲି କ୍ରମାଗତ ୪ଟି ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ପୁଣି ଥରେ ଏହାକୁ ଶତକରେ ପରିଣତ କରିପାରି ନ ଥିଲେ। ମହେନ୍ଦ୍ର ସିଂ ଧୋନୀଙ୍କ ସହ କୋହଲି ପଞ୍ଚମ ଉଇକେଟରେ ୪୦ ରନ ସଂଗ୍ରହ କରିଥିଲେ। ମନ୍ଥର ବ୍ୟାଟିଂ ଯୋଗୁ ବେଶ୍‌ ସମାଲୋଚିତ ହୋଇଥିବା ଧୋନୀ ଏହାକୁ ଦୋହରାଇଥିଲେ। ଧୋନୀ ଷ୍ଟ୍ରାଇକ ରୋଟେଟ କରିବାରେ ବିଫଳ ହୋଇଥିଲେ। ତାଙ୍କ ଇନିଂସରେ ଡଟ୍‌ ବଲ୍‌ ସଂଖ୍ୟା ଟିମ୍‌ ମ୍ୟାନେଜମେଣ୍ଟ ପାଇଁ ଚିନ୍ତା ସୃଷ୍ଟି କରିଛି। ଆଫଗାନିସ୍ତାନ ବିପକ୍ଷରେ ଭାରତ ୧୫୨ଟି ଡଟ୍‌ ବଲ୍‌ ଦେଇଥିଲା। ଏହି ମ୍ୟାଚ୍‌ରେ ଭାରତ ୧୬୩ଟି ଡଟ୍‌ ବଲ୍‌ ଦେଇଛି। ତେବେ ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ୍‌ ହେବା ପୂର୍ବରୁ ୩୮ ବଲରୁ ୫ ଚୌକା ସହ ୪୬ ରନ କରି ଦଳର ସ୍କୋରକୁ ଆଗକୁ ବଢାଇଥିଲେ। ପାଣ୍ଡ୍ୟା ଶେଲଡନ କୋଟ୍ରେଲଙ୍କ ବଲକୁ ଘୂରାଇ ମାରିବାକୁ ପ୍ରୟାସ କରିଥିଲେ ମଧ୍ୟ ଡିପ୍‌ କଭରରେ ଫାବିଏନ ଆଲେନ ହାତରେ ଧରା ପଡିଥିଲେ। ମହମ୍ମଦ ସାମି ଖାତା ଖୋଲିବା ପୂର୍ବରୁ କୋଟ୍ରେଲଙ୍କ ବଲ୍‌ରେ ହୋପ୍‌ଙ୍କୁ କ୍ୟାଚ୍‌ ଦେଇଥିଲେ। ଷଷ୍ଠ ଉଇକେଟରେ ଧୋନୀ ଓ ପାଣ୍ଡ୍ୟା ୬୦ ବଲରୁ ୭୦ ରନ ସଂଗ୍ରହ କରିଥିଲେ। ଅନ୍ତିମ ଓଭରରେ ଧୋନୀ ୨ଟି ଛକା ଓ ଗୋଟିଏ ଚୌକା ମାରି ୧୬ ରନ ସଂଗ୍ରହ କରିଥିଲେ। ଧୋନୀ ୬୧ଟି ବଲ୍‌ ଖେଳି ୩ ଚୌକା ଓ ୨ ଛକା ସହ ୫୬ ରନର ଶତକୀୟ ପାଳି ଖେଳି ଅପରାଜିତ ରହିଥିଲେ। କୁଲଦୀପ ଖାତା ଖୋଲି ନ ପାରି ଅପରାଜିତ ରହିଥିଲେ। ବୋଲିଂରେ ଓ୍ବେଷ୍ଟଇଣ୍ଡିଜ ତରଫରୁ ରୋଚ୍‌ ୩, କୋଟ୍ରେଲ ଓ ହୋଲ୍ଡର ଦୁଇଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri