Posted inଖେଳ

ଆଇସିସି ବିଶ୍ୱକପ୍‌: ଭାରତ- ପାକିସ୍ତାନ ହାଇଭୋଲ୍‌ଟେଜ ମୁକାବିଲା

ମାଞ୍ଚେଷ୍ଟର,୧୬।୬(ପି.ଟି.)- ପୁଣି ଥରେ ଉପମହାଦେଶର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଏକ ହାଇଭୋଲଟେଜ କ୍ରିକେଟ ମ୍ୟାଚ୍‌ରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଚଳିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ର ୨୨ତମ ମ୍ୟାଚ୍‌ରେ ବିରାଟ କୋହଲିଙ୍କ ଭାରତୀୟ ଦଳ ପୁଣି ଥରେ ବାଜି ମାରିବା ଲକ୍ଷ୍ୟରେ ରହିଛି। ସ୍ଥାନୀୟ ଓଲ୍ଡ ଟ୍ରାଫର୍ଡ ଗ୍ରାଉଣ୍ଡରେ ରବିବାର ଖେଳାଯିବକୁ ଥିବା ଏହି ମ୍ୟାଚ୍‌ ଉପରେ ସାରା ବିଶ୍ୱର ନଜର ରହିଛି। ତେବେ ବର୍ଷା ତଥା ଖରାପ୍‌ ପାଗ କାରଣରୁ ମ୍ୟାଚ୍‌ ବାଧାପ୍ରାପ୍ତ ହେବାର ଯଥେଷ୍ଟ ଆଶଙ୍କା ରହିଛି। ସର୍ଫରାଜ ଅହମ୍ମଦଙ୍କ ନେତୃତ୍ୱରେ ପାକିସ୍ତାନ ମଧ୍ୟ ବିଜୟୀ ହୋଇ ଏକ ନୂଆ ଆରମ୍ଭ ଲକ୍ଷ୍ୟରେ ରହିଛି।
ଦୁଇ ଦେଶ ମଧ୍ୟରେ ଚାଲିଥିବା ରାଜନୈତିକଓ କୂଟନୈତିକ ତିକ୍ତତା ଏହି ମ୍ୟାଚର ଗୁରୁତ୍ୱକୁ ଆହୁରି ବଢାଇଦେଇଛି। ଏହା ଏକ ସାଧାରଣ ମ୍ୟାଚ୍‌ ନୁହଁ। ଏହା ଏକ ସ୍ବତନ୍ତ୍ର ମ୍ୟାଚ୍‌ ବୋଲି ଦୁଇ ଦେଶର ଖେଳାଳି ଓ ପ୍ରଶଂସକମାନେ ହୃଦୟଙ୍ଗମ କରିଛନ୍ତି। ୨୦୧୭ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଭାରତ ଫେଭରାଇଟ ବିବେଚିତ ହେଉଥିଲେ ମଧ୍ୟ ପାକିସ୍ତାନ ବାଜି ମାରିଥିଲା। ଦ୍ରୁତ ବୋଲର ମହମ୍ମଦ ଆମୀର ପ୍ରଥମ ୩ଟି ଉଇକେଟ ନେଇ ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ଫଳରେ ଭାରତ ଅତି ସହଜରେ ମ୍ୟାଚ୍‌ ହାରି ରନର୍ସଅପ୍‌ରେ ସନ୍ତୁଷ୍ଟ ହୋଇଥିଲା। ତେଣୁ ଏଥର ଆମୀରଙ୍କ ବିପକ୍ଷରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିବାକୁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ପରାମର୍ଶ ଦେଇଛନ୍ତି। ଏକ ସ୍ବତନ୍ତ୍ର ମନୋଭାବ ନେଇ ପଡିଆକୁ ଓହ୍ଲାଇବାକୁ ଅଧିନାୟକ କୋହଲି କହିଛନ୍ତି। ଭାରତ- ପାକିସ୍ତାନ ମ୍ୟାଚ୍‌ ସହିତ ଭାବପ୍ରବଣତା ଜଡିତ ରହିଥାଏ। ଫଳରେ ଏହି ମ୍ୟାଚ୍‌ କେତେଜଣ ହିରୋ ଓ ଖଳନାୟକ ସୃଷ୍ଟି କରିଥାଏ। ୧୯୯୬ ବିଶ୍ୱକପ୍‌ କ୍ୱାର୍ଟର ଫାଇନାଲରେ ସେତେବେଳର ତାରକା ଦ୍ରୁତ ବୋଲର ଓ୍ବାକର ୟୁନିସ୍‌ଙ୍କୁ ନିର୍ଦ୍ଧୁମ ପ୍ରହାର କରି ଅଜୟ ଜାଡେଜା ଦମ୍‌ଦାର ପ୍ରଦର୍ଶନ କରି ସବୁଦିନ ପାଇଁ ହିରୋ ବନିଯାଇଥିଲେ। ସେହିପରି ୧୯୮୭ ବିଶ୍ୱକପ୍‌ରେ ଇଡେନ୍‌ ଗାର୍ଡେନରେ ଖେଳାଯାଇଥିବା ମ୍ୟାଚ୍‌ରେ ସଲିମ ମଲିକ ୩୫ ବଲରୁ ୭୨ ରନ କରି ଷ୍ଟାଡିୟମରେ ୯୦ ହଜାରରୁ ଊର୍ଦ୍ଧ୍ୱ ଦର୍ଶକଙ୍କୁ ସ୍ତବ୍ଧ କରିଦେଇଥିଲେ। ଲୋକେ ଏହି ମ୍ୟାଚ୍‌ଗୁଡିକୁ ଏପର୍ଯ୍ୟନ୍ତ ମନେ ରଖିଛନ୍ତି। ପରେ ଏହି ଦୁଇ କ୍ରିକେଟର ମ୍ୟାଚ୍‌ ଫିକ୍ସିଂରେ ଲିପ୍ତ ଥିବା କଥା ଜଣାପଡିଥିଲେ ମଧ୍ୟ ପ୍ରଶଂସକ ଏହି ଦୁଇଟି ମ୍ୟାଚ୍‌ ଓ କ୍ରିକେଟରଙ୍କୁ ମନେରଖିଛନ୍ତି। ସେହିପରି ବିଶ୍ୱକପ୍‌ରେ ହ୍ୟାଟ୍ରିକ ଅର୍ଜନ କରିଥିଲେ ମଧ୍ୟ ଚେତେନ ଶର୍ମା ୧୯୮୬ରେ ଶାରଜାରେ ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ଶେଷ ବଲ୍‌ରେ ଫୁଲ ଟସ୍‌ ପକାଇ ଜାଭେଦ ମିଁଆଦାଦଙ୍କୁ ଛକା ଦେଇ ସବୁଦିନ ପାଇଁ ଖଳନାୟକ ବନିଯାଇଥିଲେ। ସେହିପରି ୧୯୯୮ରେ ଢାକାରେ ଖେଳାଯାଇଥିବା ଏକ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ରେ ଭାରତ ହୃଷୀକେଶ କାନିତ୍‌କର ଶେଷ ବଲରେ ପାକିସ୍ତାନର ସାକଲିନ୍‌ ମୁସ୍ତାକଙ୍କୁ ଚୌକା ମାରି ଭାରତକୁ ଜିତାଇଥିଲେ। ଲୋକେ ଏପର୍ଯ୍ୟନ୍ତ ଏଥିପାଇଁ କାନିତକରଙ୍କୁ ମନେ ରଖିଛନ୍ତି।
ଏହି ମ୍ୟାଚ୍‌ରେ ଆମୀରଙ୍କ ପ୍ରଥମ ସ୍ପେଲ ଉପରେ ସମସ୍ତଙ୍କ ନଜର ରହିବ। ଗତ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଆମୀର ଦମ୍‌ଦାର ପ୍ରଦର୍ଶନ କରିଥିଲେ। ତେଣୁ ଭାରତର ଦୁଇ ଓପନର ରୋହିତ ଶର୍ମା ଓ ଲୋକେଶ ରାହୁଲ ନିଶ୍ଚିତ ଭାବେ ପରୀକ୍ଷାର ସମ୍ମୁଖୀନ ହେବେ। ପାକିସ୍ତାନ ବିପକ୍ଷରେ କୋହଲିଙ୍କ ପ୍ରଦର୍ଶନ ବେଶ୍‌ ଭଲ ରହି ଆସିଛି। ୨୦୧୫ ବିଶ୍ୱକପ୍‌ରେ କୋହଲି ଆଡିଲେଡ୍‌ରେ ଖେଳାଯାଇଥିବା ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଶତକ ହାସଲ କରିଥିଲେ। ଏଥର ମଧ୍ୟ କୋହଲି ଏହି ସଫଳତା ଦୋହରାଇବେ ବୋଲି ଆଶା କରାଯାଉଛି। ତେଣୁ ପାକିସ୍ତାନ ଯୁବ ଦ୍ରୁତ ବୋଲର ହାସନ ଅଲି ଓ ଶାହୀନ ଶାହ ଆଫ୍ରିଦି ପରୀକ୍ଷାର ସମ୍ମୁଖୀନ ହେବେ। ପୂର୍ବରୁ ଏହି ଦୁଇ ବୋଲର କୋହଲିଙ୍କୁ ବୋଲିଂ କରି ନାହାନ୍ତି।
ଓଲ୍ଡ ଟ୍ରାଫର୍ଡର ଏହି ଗ୍ରାଉଣ୍ଡରେ ବଲ ସିମ୍‌ କରିବା ସହ ସୁଇଂ ମଧ୍ୟ କରିବ। ତେବେ ଏହା ସତ୍ତ୍ୱେ ବ୍ୟାଟ୍ସମ୍ୟାନଙ୍କ ପାଇଁ ଏହି ପିଚ୍‌ ଉପଯୋଗୀ ସାବ୍ୟସ୍ତ ହେବ ଓ ଏହି ମ୍ୟାଚ୍‌ ହାଇସ୍କୋରିଂ ହେବ ବୋଲି ଆଶା କରାଯାଉଛି।
ମିଡଲ ଅର୍ଡରକୁ ନେଇ ଭାରତର ସମସ୍ୟା ରହିଛି। ଦୀନେଶ କାର୍ତ୍ତିକଙ୍କ ଅଭିଜ୍ଞତା କାମରେ ଆସିବ। ତେବେ ଟିମ୍‌ ମ୍ୟାନେଜମେଣ୍ଟ ତାଙ୍କୁ ଖେଳାଇବ କି ନା ତାହା ଦେଖିବାକୁ ବାକି ରହିଲା। ତେବେ ଯଦି ବିଜୟ ଶଙ୍କରଙ୍କୁ ଭାରତ ୪ ନମ୍ବରରେ ଖେଳାଏ ତାହେଲେ ସେ କିଛି ଓଭର ବୋଲିଂ କରିବେ। ତେବେ କାର୍ତ୍ତିକ ଚାପର ସଫଳ ମୁକାବିଲା କରିପାରିବେ। ସ୍ପିନ ବିପକ୍ଷରେ ପାକିସ୍ତାନ ବ୍ୟାଟ୍ସମ୍ୟାନ ଭଲ ଖେଳୁଥିବାରୁ ଓ ଦ୍ରୁତ ବୋଲରଙ୍କୁ ସୁହାଇବା ପରିସ୍ଥିତିରେ କୋହଲି ଦୁଇ ରିଷ୍ଟ ସ୍ପିନର ୟୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବଙ୍କ ମଧ୍ୟରୁ ଜଣକୁ ବସାଇ ମହମ୍ମଦ ସାମିଙ୍କୁ ଅନ୍ତିମ ଏକାଦଶରେ ସାମିଲ କରିବେ ବୋଲି ଆଶା କରାଯାଉଛି। କାରଣ ଏହି କଣ୍ଡିସନରେ ସାମି ଜବରଦସ୍ତ ପ୍ରଦର୍ଶନ କରିବାର କ୍ଷମତା ରଖନ୍ତି। ଯଶପ୍ରୀତ ବୁମ୍‌ରା ଗତ ଚାମ୍ପିୟନ୍ସ ଟ୍ରଫି ଫାଇନାଲ ମ୍ୟାଚ୍‌ର ଓଭରଷ୍ଟପ୍‌ ଭୁଲ୍‌କୁ ଦୋହରାଇବେ ନାହିଁ ବୋଲି ଆଶା କରାଯାଉଛି। ଭୁବନେଶ୍ୱର କୁମାର ମଧ୍ୟ ଲାଇନ୍‌ ଲେନ୍ଥ ବଜାୟ ରଖି ଅଫ୍‌ ଷ୍ଟମ୍ପ ଉପରେ ବଲ୍‌ ରଖିବେ। ମହମ୍ମଦ ହାଫିଜଙ୍କ ଅଭିଜ୍ଞତା ଏହି ମ୍ୟାଚ୍‌ରେ କାମଦେବ। ସେହିପରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କଠାରୁ ଆଉ ଏକ ଧୂଆଁଧାର ଇନିଂସ ଦେଖିବାକୁ ପ୍ରଶଂସକମାନେ ଆଶା ରଖିଛନ୍ତି। ଅଭିଜ୍ଞ ମହେନ୍ଦ୍ର ସିଂ ଧୋନୀ ପୁଣି ଥରେ ଏଭଳି ମ୍ୟାଚ୍‌ରେ ଦଳକୁ ଦିଗ୍‌ଦର୍ଶନ ଦେବେ। ଉଇକେଟ ପଛରେ ରହି ସେ କୋହଲି ଓ ଅନ୍ୟ ଖେଳାଳିଙ୍କୁ ଗାଇଡ କରିବେ। ଯଦି ବର୍ଷା ନ ହୁଏ ଏହି ମ୍ୟାଚ୍‌ ଐତିହାସକ ହେବ ବୋଲି କୁହାଯାଇପାରେ। ପୁଣି ଥରେ ସାରା ବିଶ୍ୱର ପ୍ରଶଂସକ ଏକ ରୋମାଞ୍ଚକ ମ୍ୟାଚ୍‌ ଦେଖିବେ ବୋଲି ଆଶା କରାଯାଉଛି।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ଲୋକେଶ ରାହୁଲ, ରୋହିତ ଶର୍ମା, ବିଜୟ ଶଙ୍କର, ମହେନ୍ଦ୍ର ସିଂ ଧୋନୀ, ହାର୍ଦ୍ଦିକ ପାଣ୍ଡ୍ୟା, କେଦାର ଯାଦବ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମ୍‌ରା, ମହମ୍ମଦ ସାମି, ଦୀନେଶ କାର୍ତ୍ତିକ, ରବୀନ୍ଦ୍ର ଜାଡେଜା ଓ ଶିଖର ଧାଓ୍ବନ।
ପାକିସ୍ତାନ ଦଳ: ସର୍ଫରାଜ ଅହମ୍ମଦ (ଅଧିନାୟକ), ଫଖର ଜାମାନ, ଇମାମ ଉଲ୍‌ ହକ୍‌, ବାବଦ ଆଜମ, ହାରିସ ସୋହେଲ, ହାସନ ଅଲି, ଶଦାବ ଖାଁ, ମହମ୍ମଦ ହାଫିଜ, ମହମ୍ମଦ ହାସନେନ, ଶାହୀନ ଶାହ ଆଫ୍ରିଦି, ଓ୍ବାହାବ ରିୟାଜ, ମହମ୍ମଦ ଆମୀର, ସୋଏବ ମଲିକ, ଇମାଦ ଓ୍ବାସିମ ଓ ଆସିଫ ଅଲି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri