Posted inଖେଳ

ଆଇସିସି ବିଶ୍ୱକପ୍‌: ପାକିସ୍ତାନ- ନ୍ୟୁଜିଲାଣ୍ଡ ମୁକାବିଲା

ବର୍ମିଂହାମ,୨୬।୬(ପି.ଟି.)- ଚଳିତ ବିଶ୍ୱକପ୍‌ରେ କେତୋଟି ଶକ୍ତିଶାଳୀ ଦଳର ପରାଜୟ ପରେ ଏବେ ଟୁର୍ନାମେଣ୍ଟ ପୂରା ଖୋଲା ଯାଇଛି। ଅର୍ଥାତ ପଏଣ୍ଟ ତାଲିକାର ନିମ୍ନରେ ଥିବା କେତୋଟି ଦଳ ପାଇଁ ସେମିଫାଇନାଲ ସୁଯୋଗ ସୃଷ୍ଟି ହୋଇଛି। ଗତ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇବା ପରେ ପାକିସ୍ତାନ ଲାଗି ସେମିଫାଇନାଲର କ୍ଷୀଣ ଆଶା ସୃଷ୍ଟି ହୋଇଛି। ତେବେ ପ୍ରଥମେ ପାକିସ୍ତାନକୁ ତା’ର ବାକିଥିବା ସବୁ ୩ଟି ମ୍ୟାଚ୍‌ରେ ବିଜୟୀ ହେବାକୁ ପଡିବ। କେବଳ ସେତିକ ନୁହଁ ସେମିଫାଇନାଲରେ ପହଞ୍ଚିବାକୁ ହେଲେ ପାକିସ୍ତାନକୁ ଅନ୍ୟ ମ୍ୟାଚ୍‌ର ଫଳାଫଳ ଉପରେ ମଧ୍ୟ ନିର୍ଭର କରିବାକୁ ପଡିବ। ବୁଧବାର ପାକିସ୍ତାନ ବିଶ୍ୱକପ୍‌ର ୩୩ତମ ମ୍ୟାଚ୍‌ରେ ଅପରାଜେୟ ଥିବା ନ୍ୟୁଜିଲାଣ୍ଡକୁ ଭେଟିବ। ପାକିସ୍ତାନ ସମ୍ମୁଖରେ ଏବେ ନିଶ୍ଚିତ ବିଜୟ ପରିସ୍ଥିତି ସୃଷ୍ଟି ହୋଇଛି। ଯଦି ପାକିସ୍ତାନ ଏହି ମ୍ୟାଚରେ ପରାସ୍ତ ହୁଏ ତାହେଲ ସେମି ଦୌଡ଼ରୁ ବାଦ୍‌ ପଡିବ। ତେଣୁ ନ୍ୟୁଜିଲାଣ୍ଡ ବିପକ୍ଷରେ ପାକିସ୍ତାନ କର ବା ମର ପରିସ୍ଥିତିର ସମ୍ମୁଖୀନ ହୋଇଛି। ପାକିସ୍ତାନ ଏପର୍ଯ୍ୟନ୍ତ ୬ଟି ମ୍ୟାଚ୍‌ ଖେଳି ୨ ବିଜୟ, ୩ ପରାଜୟ ଓ ଗୋଟିଏ ବିନା ଫଳାଫଳ ସହ ୫ ପଏଣ୍ଟ ପାଇଁ ତାଲିକାର ସପ୍ତମ ସ୍ଥାନରେ ରହିଛି। ଅନ୍ୟପଟେ ନ୍ୟୁଜିଲାଣ୍ଡ ୬ଟି ମ୍ୟାଚ୍‌ ଖେଳି ୫ ବିଜୟ ଓ ଗୋଟିଏ ବିନା ଫଳାଫଳ ସହ ୧୧ ପଏଣ୍ଟ ପାଇ ତାଲିକାର ଶୀର୍ଷରେ ରହିଛି।
ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତଠାରୁ ପରାସ୍ତ ହେବା ପରେ ପାକିସ୍ତାନ ଦଳ ସବୁ ମହଲରୁ କଡ଼ା ସମାଲୋଚନାର ଶିକାର ହୋଇଥିଲା। ତେବେ ଗତ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୪୯ ରନରେ ପରାସ୍ତ କରିବା ପରେ ପାକିସ୍ତାନ ପୁଣି ଥରେ ଟ୍ରାକ୍‌କୁ ଫେରିବା ସହ ସମାଲୋଚକଙ୍କୁ ଚୁପ୍‌ କରାଇବାରେ ସମର୍ଥ ହୋଇଛି। ତାରକା ଦ୍ରୁତ ବୋଲର ମହମ୍ମଦ ଅମୀର ଏପର୍ଯ୍ୟନ୍ତ ୧୫ଟି ଉଇକେଟ ହାସଲ କରି ଟୁର୍ନାମେଣ୍ଟର ସଫଳତମ ବୋଲର ସାବ୍ୟସ୍ତ ହୋଇଛନ୍ତି। ତେବେ ଦଳରେ ଅନ୍ୟ ବୋଲରମାନେ ତାଙ୍କୁ ଉପଯୁକ୍ତ ସହାୟତା ପ୍ରଦାନ କରିନାହାନ୍ତି। ଫଳରେ ପାକିସ୍ତାନର ପ୍ରଦର୍ଶନ ଆଶାନୁରୂପ ହୋଇ ପାରିନାହିଁ। ଦଳର ବ୍ୟାଟିଂ ଲାଇନ ମଧ୍ୟ ସଫଳ ହୋଇ ପାରିନାହିଁ। ତେବେ ପ୍ରଥମ ମ୍ୟାଚ୍‌ରୁ ବାଦ୍‌ ପଡିବା ପରେ ହାରିସ ସୋହେଲ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରତ୍ୟାବର୍ତ୍ତନ କରି ୫୯ ବଲରୁ ୮୯ ରନର ଦ୍ରୁତ ଇନିଂସ ଖେଳି ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ପାକିସ୍ତାନ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ୩୦୮/୭ ରନର କଷ୍ଟସାଧ୍ୟ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଶଦାବ ଖାଁ ଓ ଓ୍ବାହାବ ରିୟାଜ ୩ଟି ଲେଖାଏ ଓ ଅମୀର ୨ଟି ଉଇକେଟ ଅକ୍ତିଆର କରିଥିଲେ। ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଏହି ମ୍ୟାଚ୍‌ରେ ପାକିସ୍ତାନର ଫିଲ୍ଡିଂ ନିମ୍ନମାନର ଥିଲା ବୋଲି ଅଧିନାୟକ ସର୍ଫରାଜ ଏହାକୁ ସ୍ବୀକାର କରିଛନ୍ତି। ବିଜୟୀ ହେବାକୁ ହେଲେ ଫିଲ୍ଡିଂରେ ଉନ୍ନତି ଆଣିବାକୁ ହେବ ବୋଲି ସେ ସାଥୀ ଖେଳାଳିଙ୍କୁ ସତର୍କ କରାଇ ଦେଇଛନ୍ତି। ଏହି ମ୍ୟାଚ୍‌ରେ ୩ଟି କ୍ୟାଚ୍‌ ମିସ୍‌ କରିଥିଲୁ ବୋଲି ସେ କହିଛନ୍ତି।
ଅପରପକ୍ଷରେ ନ୍ୟୁଜିଲାଣ୍ଡ ଦମ୍‌ଦାର ପ୍ରଦର୍ଶନ କରି ଶୀର୍ଷରେ ରହିଛି। କେନ୍‌ ଓ୍ବିଲିୟମସନଙ୍କ ନେତୃତ୍ୱରେ ଏହି ଦଳ ବେଶ୍‌ ସନ୍ତୁଳିତ ମନେହେଉଛି। ଦଳ ଏପର୍ଯ୍ୟନ୍ତ ଗୋଟିଏ ହେଲେ ବି ମ୍ୟାଚ୍‌ ହାରିନାହିଁ। ତେବେ ଦକ୍ଷିଣ ଆଫ୍ରିକା ଓ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ନ୍ୟୁଜିଲାଣ୍ଡ ବିପଦରେ ପଡିଥିବା ବେଳେ ଓ୍ବିଲିୟମସନ ଦୁଇଟି ଶତକ ହାସଲ କରି ଦଳକୁ ବିଜୟୀ କରାଇଥିଲେ। ଓ୍ବିଲିୟମ୍‌ସନଙ୍କ ଦମ୍‌ଦାର ବ୍ୟାଟିଂ ବଳରେ ନ୍ୟୁଜିଲାଣ୍ଡ ଆଫଗାନିସ୍ତାନ ବିପକ୍ଷରେ ଟୁର୍ନାମେଣ୍ଟର ସର୍ବାଧିକ ସ୍କୋର ହାସଲ କରିଥିଲା। ଅଭିଜ୍ଞ ରସ୍‌ ଟେଲର ଆଶାନୁରୂପ ପ୍ରଦର୍ଶନ କରିଥିଲେ ମଧ୍ୟ ଦୁଇ ଓପନର ମାର୍ଟିନ ଗୁପ୍ଟିଲ ଓ କଲିନ ମୁନରୋ ଏପର୍ଯ୍ୟନ୍ତ ଦମ୍‌ ଦେଖାଇପାରି ନାହାନ୍ତି। ଟ୍ରେଣ୍ଟ ବୋଲ୍ଟ, ଲୋକି ଫର୍ଗୁସନ, ଜିମ୍ମି ନିଶାମ ଓ କଲିନ ଡି ଗ୍ରାଣ୍ଡହୋମଙ୍କୁ ନେଇ ନ୍ୟୁଜିଲାଣ୍ଡ ଦ୍ରୁତ ବୋଲିଂ ବେଶ୍‌ ଶକ୍ତିଶାଳୀ ମନେ ହେଉଛି। ନ୍ୟୁଜିଲାଣ୍ଡ ପାଇଁ ଗୋଟିଏ ସମସ୍ୟା ହେଉଛି ମନ୍ଥର ବୋଲିଂ। ନିର୍ଦ୍ଧାରିତ ସମୟରେ ବୋଲରମାନେ ସେମାନଙ୍କ ବୋଲିଂ କୋଟା ସମ୍ପୂର୍ଣ୍ଣ କରିବାରେ ବିଫଳ ହୋଇଛନ୍ତି। ଆଉ ଗୋଟିଏ ମ୍ୟାଚ୍‌ରେ ମନ୍ଥର ବୋଲିଂ ହେଲେ ଓ୍ବିଲିୟମସନଙ୍କୁ ଗୋଟିଏ ମ୍ୟାଚ୍‌ରୁ ବାସନ୍ଦ ହେବାକୁପଡିବ। ମନ୍ଥର ବୋଲିଂରେ ନ୍ୟୁଜିଲାଣ୍ଡକୁ ସୁଧାର ଆଣିବାକୁ ହେବ।
ପାକିସ୍ତାନ ଦଳ: ସର୍ଫରାଜ ଅହମ୍ମଦ (ଅଧିନାୟକ), ଫଖାର ଜମାନ, ଇମାମ ଉଲ ହକ, ବାବର ଆଜମ, ହାରିସ ସୋହେଲ, ହାସନ ଅଲି, ଶଦାବ ଖାଁ, ମହମ୍ମଦ ହାଫିଜ, ମହମ୍ମଦ ହସନୈନ, ଶାହିନ ଶାହା ଆଫ୍ରିଦୀ, ଓ୍ବାହାବ ରିୟାଜ, ମହମ୍ମଦ ଅମୀର, ସୋଏବ ମଲିକ, ଇମାଦ ଓ୍ବାସିମ ଓ ଆସିଫ ଅଲି।
ନ୍ୟୁଜିଲାଣ୍ଡ ଦଳ: କେନ୍‌ ଓ୍ବିଲିୟମସ (ଅଧିନାୟକ), ମାର୍ଟିନ ଗୁପ୍ଟିଲ, ମ୍ୟାଟ ହେନେରୀ, ଟମ୍‌ ଲାଥମ, କଲିନ ମୁନରୋ, ଜିମ୍ମି ନିଶାମ, ହେନେରୀ ନିକୋଲ୍ସ, ମିଚେଲ ସାଣ୍ଟନର, ଇଶ୍‌ ସୋଥୀ, ଟ୍ରେଣ୍ଟ ବୋଲ୍ଟ, କଲିନ୍‌ ଡି ଗ୍ରାଣ୍ଡହୋମ, ଲୋକି ଫର୍ଗୁସନ, ଟିମ୍‌ ସାଉଦି, ରସ ଟେଲର ଓ ଟମ୍‌ ବ୍ଲଣ୍ଡେଲ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri