Posted inଖେଳ

ଆଇସିସି ବିଶ୍ୱକପ୍‌ ଚାମ୍ପିୟନ ଦଳ ପାଇବ ୪ ନିୟୁତ ଡଲାର

ଲଣ୍ଡନ, ୧୭ା୫ (ପି.ଟି.)-ଆସନ୍ତା ଆଇସିସି ପୁରୁଷ ବିଶ୍ୱକପ୍‌ ପାଇଁ ମୋଟ ପୁରସ୍କାର ରାଶି ୧୦ ନିୟୁତ ଆମେରିକୀୟ ଡଲାର ରଖାଯାଇଛି। ବିଜେତା ଦଳକୁ ୪ ନିୟୁତ ଆମେରିକୀୟ ଡଲାର ମିଳିବ। ଟୁର୍ନମେଣ୍ଟ ଇତିହାସରେ ଏହା ସର୍ବାଧିକ ପୁରସ୍କାର ରାଶି। ୧୦ଟି ଦଳକୁ ନେଇ ହେବାକୁଥିବା ଏହି ଟୁର୍ନାମେଣ୍ଟର ଫାଇନାଲ ଜୁଲାଇ ୧୬ରେ ଐତିହାସିକ ଲଡର୍‌ସଠାରେ ହେବ। ବିଜେତାକୁ ଏକ ଆକର୍ଷଣୀୟ ଟ୍ରଫି ମଧ୍ୟ ମିଳିବ। ରାନର୍ସଅପ୍‌ ଦଳକୁ ୨ ନିୟୁତ ଡଲାର ଏବଂ ପରାଜିତ ସେମିଫାଇନାଲାଷ୍ଟ ଦଳ ଦ୍ୱୟକୁ ୮୦୦,୦୦୦ ଡଲାର ଲେଖାଏଁ ମିଳିବ। ମେ ୩୦ରୁ ୟୁନାଇଟେଡ କିଙ୍ଗଡମ୍‌ (ୟୁକେ)ରେ ୪୬ ଦିନ ଧରି ଏହି ଟୁର୍ନାମେଣ୍ଟ ୧୧ଟି ଭେନ୍ୟୁରେ ଖେଳାଯିବ। ଏହି ଟୁର୍ନାମେଣ୍ଟରେ ବିଶ୍ୱର ଶ୍ରେଷ୍ଠ ଦଳଗୁଡ଼ିକ ପ୍ରଥମ ପର୍ଯ୍ୟାୟରେ ରାଉଣ୍ଡ-ରବିନ ଫର୍ମାଟରେ ପରସ୍ପରକୁ ଭେଟିବେ। ଆଇସିସି କ୍ରିକେଟ ବିଶ୍ୱକପ୍‌ ୨୦୧୯ ପୁରସ୍କାର: ବିଜେତା ଦଳ-୪,୦୦୦,୦୦୦ ଡଲାର; ରନର୍ସଅପ୍‌-୨,୦୦୦,୦୦; ପରାଜିତ ସେମିଫାଇନାଲିଷ୍ଟ- ପ୍ରତ୍ୟେକ ୮୦୦,୦୦୦ ଡଲାର ଲେଖାଏଁ; ପ୍ରତିଟି ଲିଗ୍‌ ପର୍ଯ୍ୟାୟ ମ୍ୟାଚର ବିଜେତା (୪୫): ୪୦,୦୦୦ ଡଲାର ଲେଖାଏଁ; ଲିଗ୍‌ ପର୍ଯ୍ୟାୟ ଅତିକ୍ରମ କରିଥିବା ପ୍ରତିଟି ଦଳ (୬) ୧୦୦,୦୦୦ ଡଲାର ଲେଖାଏଁ।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

ଫିଲ୍ମ ‘ମେହରମୁଣ୍ଡା’ର ରିଲିଜ ପାଇଁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ସିନେ କଳାକାର

ପୁରୁଷୋତ୍ତମପୁର,୮ା୪(ସବିତା ମିଶ୍ର): ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ମେହେରମୁଣ୍ଡା’। ମେହେରମୁଣ୍ଡା ରିଲିଜ ପୂର୍ବରୁ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ…

କାରରେ ଗଞ୍ଜେଇ ନେଇ ଜାଉଥିଲେ: ମାଡ଼ି ବସିଲା ପୋଲିସ

ନନ୍ଦପୁର,୮।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଏକ ଓଆର୦୨ ବିଜେଡ ୬୧୭୦ ନମ୍ବ ବିଶିଷ୍ଟ କାର ସମେତ ୨୧ କିଲୋ ଗଞ୍ଜେଇ ଜବତ କରିଛି।…

ବିଶ୍ବ ଜାଣିଲା ସତ! ଯୁଦ୍ଧବିରତି ନେଇ ନାଁ ଘୋଷଣା କଲେ ଟ୍ରମ୍ପ, ପ୍ରଥମ ପ୍ରତିକ୍ରିୟା ଦେଲା ଚାଇନା

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ହୋଇଥିବା ଯୁଦ୍ଧବିରତି ଚୁକ୍ତିକୁ ସ୍ୱାଗତ କରିଛି ଚାଇନା । କିନ୍ତୁ ଇରାନ ସହିତ କୌଣସି ସିଧାସଳଖ ଆଲୋଚନାକୁ ନିଶ୍ଚିତ କରିନାହିଁ ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri