Posted inଖେଳ

ଆଇସିସି ବିଶ୍ୱକପ୍‌: ଇଂଲଣ୍ଡର ସହଜ ବିଜୟ

କାର୍ଡିଫ, ୯ା୬- ସ୍ଥାନୀୟ ସୋଫିଆ ଗାର୍ଡେନଠାରେ ଚଳିତ ଆଇସିସି ବିଶ୍ୱକପ୍‌ ଟୁର୍ନାମେଣ୍ଟର ଏକ ମ୍ୟାଚରେ ଜାସନ ରୟଙ୍କ ଆକର୍ଷଣୀୟ ୧୫୩ ରନ ଏବଂ ଜୋସ୍‌ ବଟଲରଙ୍କ ଷ୍ଟ୍ରୋକ୍‌ଭରା ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ୧୦୬ ରନରେ ବାଂଲାଦେଶକୁ ପରାସ୍ତ କରିଛି। ଶନିବାର ଖେଳାଯାଇଥିବା ଏହି ମ୍ୟାଚରେ ୩୮୭ ରନର କଷ୍ଟସାଧ୍ୟ ବିଜୟ ଲକ୍ଷ୍ୟକୁ ପିଛାକରି ବାଂଲାଦେଶ ଅଲରାଉଣ୍ଡର ଶକିବ ଅଲ ହସନ(୧୨୧)ଙ୍କ ଶତକ ସହାୟତାରେ ୪୮.୫ ଓଭରରେ ୨୮୦ରନ କରି ଅଲଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ଅନ୍ୟମାନଙ୍କ ମଧ୍ୟରେ ଉଇକେଟକିପର ମୁସ୍‌ଫିକର ରହିମ ୪୪ ରନ କରିଥିଲେ। ଇଂଲଣ୍ଡ ପକ୍ଷରୁ ବେନ୍‌ ଷ୍ଟୋକ୍ସ ଏବଂ ଜୋଫ୍ରା ଆର୍ଚର ୩ଟି ଲେଖାଏଁ ଏବଂ ମାର୍କ ଉଡ୍‌ ୨ଟି ଉଇକେଟ ନେଇଥିଲେ। ଇଂଲଣ୍ଡ ଟୁର୍ନାମେଣ୍ଟରେ ଏପର୍ଯ୍ୟନ୍ତ ଖେଳିଥିବା ୩ଟି ମ୍ୟାଚ ମଧ୍ୟରୁ ଏହା ଦ୍ୱିତୀୟ ବିଜୟ ହୋଇଥିବାବେଳେ ସମାନ ସଂଖ୍ୟକ ମ୍ୟାଚ ଖେଳିଥିବା ବାଂଲାଦେଶର ଏହା ଦ୍ୱିତୀୟ ପରାଜୟ।
ହାରି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୬ ଉଇକେଟ ବିନିମୟରେ ୩୮୬ ରନ ସଂଗ୍ରହ କରିଥିଲା। ରୟ ତାଙ୍କ ୧୨୧ ବଲ୍‌ର ଇନିଂସରେ ୧୪ ଚୌକା ଏବଂ ୫ଟି ଛକା ଲଗାଇଥିଲେ। ସେ ଓପନର ଜନି ବେୟାରଷ୍ଟୋ (୫୧) ଏବଂ ପ୍ରଥମ ଡାଉନ୍‌ରେ ଜୋ ରୁଟ୍‌ (୨୧)ଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ଭାଗୀଦାରି କରିଥିଲେ, ଯାହାକି ଦଳର ବ୍ୟାଟିଂ ମୂଳଦୁଆ ପକାଇବାରେ ସହାୟକ ହୋଇଥିଲା। ପରେ ବଟଲର ୪୪ ବଲ୍‌ରୁ ୬୪ ରନ କରିଥିଲେ। ଏଥିରେ ୪ ଛକା ଏବଂ ୨ ଚୌକା ସାମିଲ ରହିଥିଲା। ସେ ଅଧିନାୟକ ଇଅନ ମୋର୍ଗାନ (୩୫)ଙ୍କ ସହିତ ପାର୍ଟନରଶିପ୍‌ରେ ୯୫ରନ ଯୋଗ କରିଥିଲେ। ଫଳରେ ଇଂଲଣ୍ଡ ଟୁର୍ନାମେଣ୍ଟରେ ପ୍ରଥମ ଦଳ ହିସାବରେ ୩୫୦ରୁ ଅଧିକ ରନ ସଂଗ୍ରହ କରିପାରିଥିଲା। ବାଂଲାଦେଶ ପକ୍ଷରୁ ମହମ୍ମଦ ସଇଫୁଦ୍ଦିନ (୨/୭୮) ଏବଂ ମେହିଦି ହସନ (୨/୬୭) ଦୁଇଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର
ଇଂଲଣ୍ଡ: ୫୦ ଓଭରରେ ୩୮୬/୬ (ଜାସନ ରୟ-୧୫୩, ଜୋସ୍‌ ବଟଲର-୬୪, ଜନି ବେୟାରଷ୍ଟୋ-୫୧, ମେହିଦି ହସନ-୨/୬୭, ମହମ୍ମଦ ସଇଫୁଦ୍ଦିନ-୨/୭୮)।
ବାଂଲାଦେଶ: ୪୮.୫ ଓଭରରେ ୨୮୦/ଅଲଆଉଟ (ଶକିବ ଅଲ୍‌ ହସନ-୧୨୧, ମୁସ୍‌ଫିକର ରହିମ-୪୪, ମହମୁଦୁଲ୍ଲା-୨୮, ବେନ୍‌ ଷ୍ଟୋକ୍ସ-୩/୨୩, ଜୋଫ୍ରା ଆର୍ଚର-୩/୩୦, ମାର୍କ ଉଡ୍‌-୨/୫୨)।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri