Posted inଖେଳ

ଆଇସିସି ବିଶ୍ୱକପ୍‌: ଅଷ୍ଟ୍ରେଲିଆ- ଶ୍ରୀଲଙ୍କା ମୁକାବଲା

ଲଣ୍ଡନ,୧୫।୬(ପି.ଟି.)- ଚଳିତ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ର ୨୦ତମ ମ୍ୟାଚ୍‌ରେ ଶନିବାର ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ପରସ୍ପରକୁ ଭେଟିବେ। ସ୍ଥାନୀୟ କେନିଂଟନ ଓଭାଲ ଗ୍ରାଉଣ୍ଡରେ ଖେଳାଯିବକୁ ଥିବା ଏହି ମ୍ୟାଚ୍‌ ଶ୍ରୀଲଙ୍କା ପାଇଁ ଅପେକ୍ଷାକୃତ ଅଧିକ ଗୁରୁତ୍ୱ ବହନ କରୁଛି। ଶ୍ରୀଲଙ୍କାର ଗତ ଦୁଇଟି ମ୍ୟାଚ୍‌ ବର୍ଷା ଯୋଗୁ ଧୋଇଯାଇଥିଲା। ଫଳରେ ପଏଣ୍ଟ ଭାଗ ହୋଇଥିଲା। ତେଣୁ ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟୀ ହେବା ଶ୍ରୀଲଙ୍କା ପାଇଁ ଅପରିହାର୍ଯ୍ୟ ହୋଇପଡିଛି। ତେବେ ଅଷ୍ଟ୍ରେଲିଆ ଦଳ ସବୁ ଦୃଷ୍ଟିରୁ ବେଶ୍‌ ସନ୍ତୁଳିତ ଥିବାରୁ ଶ୍ରୀଲଙ୍କାକୁ ବେଶ୍‌ କଷ୍ଟ କରିବାକୁ ପଡିବ। ଗତ ୪ ତାରିଖ ପରେ ଶ୍ରୀଲଙ୍କା ଟୁର୍ନାମେଣ୍ଟରେ ଗୋଟିଏ ହେଲେ ବି ମ୍ୟାଚ୍‌ ଖେଳିନାହିଁ। ବାଂଲାଦେଶ ଓ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇଥିଲା।
ଶ୍ରୀଲଙ୍କା ଏହା ପୂର୍ବରୁ ୧୯୯୬ ଅର୍ଜୁନ ରଣତୁଙ୍ଗାଙ୍କ ନେତୃତ୍ୱରେ ବିଶ୍ୱକପ୍‌ ଚାମ୍ପିୟନ ହୋଇଥିଲା। ଚଳିତ ବିଶ୍ୱକପ୍‌ରେ ଶ୍ରୀଲଙ୍କା ଏପର୍ଯ୍ୟନ୍ତ ଗୋଟିଏ ବିଜୟ, ପରାଜୟ ସହ ଓ ଦୁଇଟି ବିନା ଫଳାଫଳ ସହ ମୋଟ ୪ ପଏଣ୍ଟ ପାଇ ତାଲିକାର ପଞ୍ଚମ ସ୍ଥାନରେ ରହିଛି। ଶ୍ରୀଲଙ୍କା କେବଳ ଅପେକ୍ଷାକୃତ ଦୁର୍ବଳ ଆଫଗାନିସ୍ତାନକୁ ହରାଇଛି। ପ୍ରଥମ ମ୍ୟାଚ୍‌ରେ ଶ୍ରୀଲଙ୍କା ନ୍ୟୁଜିଲାଣ୍ଡଠାରୁ ୧୦ ଉଇକେଟରେ ପରାସ୍ତ ହୋଇଥିଲା। ଅପରପକ୍ଷରେ ଅଷ୍ଟ୍ରେଲିଆ ଏପର୍ଯ୍ୟନ୍ତ ୪ଟି ମ୍ୟାଚ୍‌ ଖେଳି ୩ଟିରେ ବିଜୟୀ ହୋଇଥିବା ବେଳେ କେବଳ ଭାରତଠାରୁ ପରାସ୍ତ ହୋଇ ମୋଟ ୬ ପଏଣ୍ଟ ହାସଲ କରି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ପୂର୍ବରୁ ୫ଥର ବିଶ୍ୱକପ୍‌ ଟାଇଟଲ ଜିତିଥିବା ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚ୍‌ରେ ଆଫଗାନିସ୍ତାନକୁ, ଦ୍ୱିତୀୟ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜକୁ, ଚତୁର୍ଥ ମ୍ୟାଚ୍‌ରେ ପାକିସ୍ତାନକୁ ହରାଇଛି।
ଦୁଇଟି ଅର୍ଦ୍ଧଶତକ ଓ ଗୋଟିଏ ଶତକ ସହ ଅଷ୍ଟ୍ରେଲିଆ ତାରକା ଓପନର ଡେଭିଡ ଓ୍ବାର୍ନର ଜବରଦସ୍ତ ଫର୍ମରେ ରହିଛନ୍ତି। ଗତ ଦୁଇଟି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୩୦୦ରୁ ଉର୍ଦ୍ଧ୍ୱ ରନ ସଂଗ୍ରହ କରିଛି। ଓ୍ବାର୍ନର ଏପର୍ଯ୍ୟନ୍ତ ତାଙ୍କ ଧୂଆଁଧାର ବ୍ୟାଟିଂ ଦେଖାଇ ନ ଥିଲେ ମଧ୍ୟ ପାକିସ୍ତାନ ବିପକ୍ଷରେ ୧୧୧ଟି ବଲ ଖେଳି ୧୦୭ ରନର ଶତକୀୟ ପାଳି ଖେଳିଥିଲେ। ବଲ୍‌ ଟ୍ୟାମ୍ପରିଂ ଜନିତ ବାସନ୍ଦରୁ ଫେରିବା ପରେ ଏହା ଓ୍ବାର୍ନରଙ୍କ ପ୍ରଥମ ଶତକ ଥିଲା। ଅଧିନାୟକ ଆରୋନ ଫିଞ୍ଚ୍‌ ମଧ୍ୟ ଦୁଇଟି ଅର୍ଦ୍ଧଶତକ ଅର୍ଜନ କରିଛନ୍ତି। ସେ ଓ ଓ୍ବାର୍ନର ଅଷ୍ଟ୍ରେଲିଆକୁ ଦମ୍‌ଦାର ଆରମ୍ଭ ପ୍ରଦାନ କରିଛନ୍ତି। ପୁଣିଥରେ ଶ୍ରୀଲଙ୍କା ବିପକ୍ଷରେ ଏହି ଦୁଇ ଓପନର କମାଲ କରିବେ ବୋଲି ଆଶା କରାଯାଉଛି। ତେବେ କ୍ୱାଲିଟି ପେସ୍‌ ବୋଲିଂ ଆଗରେ ଅଷ୍ଟ୍ରେଲିଆ ସାମାନ୍ୟ ଦୁର୍ବଳ ମନେ ହେଉଛି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଅଷ୍ଟ୍ରେଲିଆ ୫ ଉଇକେଟ ହରାଇ ୭୯ ରନ ସଂଗ୍ରହ କରିଥିଲା। ପାକିସ୍ତାନ ବିପକ୍ଷରେ ମଧ୍ୟ ଅଷ୍ଟ୍ରେଲିଆ ମିଡଲଅର୍ଡର ବିପର୍ଯ୍ୟୟ ଘଟିଥିଲା। ଅଷ୍ଟ୍ରେଲିଆର ଏହି ଦୁର୍ବଳତାରୁ ଫାଇଦା ଉଠାଇବାକୁ ଶ୍ରୀଲଙ୍କା ଲକ୍ଷ୍ୟ ରଖିଛି।
ଶ୍ରୀଲଙ୍କା ଦ୍ରୁତ ବୋଲର ନୂଆନ ପ୍ରଦୀପ ପ୍ରତ୍ୟାବର୍ତ୍ତନ କଲେ ଦଳରେ ବୋଲିଂ ବିଭାଗ ଆହୁରି ଦୃଢ ହେବ। ସେହିପରି ଅଭିଜ୍ଞ ଦ୍ରୁତ ବୋଲର ଲସିଥ ମାଲିଙ୍ଗା ଶାଶୁଙ୍କ ଦେହାନ୍ତ କାରଣରୁ ଶ୍ରୀଲଙ୍କା ଯାଇଥିଲେ। ସେ ମଧ୍ୟ ଏହି ମ୍ୟାଚ୍‌ରେ ଯୋଗ ଦେବେ ବୋଲି ଆଶା କରାଯାଉଛି। ଦିମୁଥ କରୁଣାରତ୍ନେଙ୍କ ନେତୃତ୍ୱରେ ଶ୍ରୀଲଙ୍କା ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ବିପକ୍ଷରେ ପୂରା ୫୦ ଓଭର ଖେଳି ପାରିନାହିଁ। ନ୍ୟୁଜିଲାଣ୍ଡ ବିପକ୍ଷରେ ଶ୍ରୀଲଙ୍କା ୧୪ ରନରେ ୫ ଉଇକେଟ ହରାଇଥିଲା। ସେହିପରି ଆଫଗାନିସ୍ତାନ ବିପକ୍ଷରେ ୩୬ ରନରେ ୭ ଉଇକେଟ ହରାଇଥିଲା। ତେଣୁ ଶ୍ରୀଲଙ୍କାକୁ ବ୍ୟାଟିଂ ଦୁର୍ବଳତାରେ ସୁଧାର ଆଣିବାକୁ ପଡିବ। ଅଷ୍ଟ୍ରେଲିଆ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଓ ପ୍ୟାଟ କୁମିନ୍ସ ଟୁର୍ନାମେଣ୍ଟରେ ଏପର୍ଯ୍ୟନ୍ତ ଜବରଦସ୍ତ ପ୍ରଦର୍ଶନ କରି ପ୍ରତ୍ୟେକ ୯ଟି ଲେଖାଏ ଉଇକେଟ ହାସଲ କରିଛନ୍ତି। ଏହି ମ୍ୟାଚ୍‌ ବେଶ୍‌ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି।
ଅଷ୍ଟ୍ରେଲିଆ ଦଳ: ଆରୋନ ଫିଞ୍ଚ୍‌ (ଅଧିନାୟକ), ଡେଭିଡ ଓ୍ବାର୍ନର, ଉସ୍‌ମାନ ଖ୍ବାଜା, ଷ୍ଟିଭେନ୍‌ ସ୍ମିଥ୍‌, ଗ୍ଲେନ ମ୍ୟାକ୍ସଓ୍ବେଲ, ମାର୍କସ ଷ୍ଟୋଇନିସ୍‌, ଆଲେକ୍ସ କାରୀ, ନାଥାନ କଲ୍ଟର- ନାଇଲ, ପ୍ୟାଟ କୁମିନ୍ସ, ମିଚେଲ ଷ୍ଟାର୍କ, ଆଡାମ ଜାମ୍ପା, ଜାସନ ବେହରେନଡୋର୍ଫ, ନାଥାନ ଲିୟନ, ଶନ୍‌ ମାର୍ଶ ଓ କେନ୍‌ ରିଚାର୍ଡସନ।
ଶ୍ରୀଲଙ୍କା ଦଳ: ଦିମୁଥ କରୁଣାରତ୍ନେ (ଅଧିନାୟକ), ଧନଞ୍ଜୟ ଡି ସିଲ୍‌ଭା, ନୂଆନ ପ୍ରଦୀପ, ଅଭିଷ୍କା ଫର୍ନାଣ୍ଡୋ, ସୁରଙ୍ଗା ଲାକମଲ, ଲସିଥ ମାଲିଙ୍ଗା, ଆଞ୍ଜେଲୋ ମାଥ୍ୟୁସ, କୁଶଲ ମେଣ୍ଡିସ୍‌, ଜୀବନ ମେଣ୍ଡିସ୍‌, କୁଶାଲ ପେରେରା, ଥିସାରା ପେରେରା, ମିଲିନ୍ଦା ସିରିଓ୍ବର୍ଦ୍ଧନା, ଲାହିରୁ ଥିରିମାନେ, ଇସୁରୁ ଉଡାନା ଓ ଜେଫ୍ରେ ଭାଣ୍ଡରସେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଟି-୨୦ ବିଶ୍ୱକପ୍‌ରୁ ଅଷ୍ଟ୍ରେଲିଆ ଆଉଟ୍: ବର୍ଷା ସାଜିଲା ବାଧକ, ସୁପର-୮ରେ ଜିମ୍ବାୱେ

ନୂଆଦିଲ୍ଲୀ,୧୭।୨: ଟି-୨୦ ବିଶ୍ୱକପ୍‌ରେ ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ପାଲେକେଲେରେ ଜିମ୍ବାୱେ ଏବଂ ଆୟରଲାଣ୍ଡ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଯାଇଛି।…

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ,୧୭।୨: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଇତିହାସ ରଚିଲେ କାନାଡା ଯୁବରାଜ, T20 World Cupରେ କଲେ ଏମିତି ରନ ବର୍ଷା ବନିଗଲେ…

ନୂଆଦିଲ୍ଲୀ,୧୭।୨: କାନାଡାର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଯୁବରାଜ ସାମରା ୨୦୨୬ ଟି-୨୦ ବିଶ୍ୱକପରେ ଏକ ଐତିହାସିକ ଶତକ ହାସଲ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ନିଶ୍ଚିତ ବିଜୟୀ ମ୍ୟାଚରେ…

ପ୍ରେମାନନ୍ଦ ଜୀ ମହାରାଜଙ୍କ ଶରଣ ନେଲେ ବିରୁଷ୍କା

ନୂଆଦିଲ୍ଲୀ,୧୭।୨: ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହିତ ପ୍ରେନାନନ୍ଦଜୀ ମହାରାଜଙ୍କ ଦର୍ଶନ ପାଇଁ ଆସିଛନ୍ତି। ଏହା ପ୍ରଥମ ଥର ନୁହେଁ…

ଆଜି ଏହି ୨ଟି ଦଳ T20 World Cup Super-8 ପାଇଁ ଟିକେଟ ପାଇପାରନ୍ତି, ପୂର୍ବରୁ ୫ଦଳକୁ ମିଳି ସାରିଛି ଏଣ୍ଟ୍ରି

ନୂଆଦିଲ୍ଲୀ,୧୭।୨: ୨୦୨୬ ଟି-୨୦ ବିଶ୍ୱକପ ଯାତ୍ରା ଆରମ୍ଭ ହୋଇଥିଲା ୨୦ଟି ଦଳକୁ ପାଞ୍ଚଟି ଲେଖାଏଁ ଗ୍ରୁପରେ ରଖାଯାଇ। ଏବେ ଗ୍ରୁପ ପର୍ଯ୍ୟାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri