Posted inଖେଳ

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: ତୃତୀୟ ଭାରତୀୟ ଭାବେ ଟପ୍‌-୧୦ରେ ରୋହିତ୍‌

ଦୁବାଇ, ୨୩।୧୦ (ପି.ଟି.)- ବିରାଟ କୋହଲି ଓ ଗୌତମ ଗମ୍ଭୀରଙ୍କ ପରେ ତୃତୀୟ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ଷ୍ଟାର୍‌ କ୍ରିକେଟର୍‌ ରୋହିତ୍‌ ଶର୍ମା ଆଇସିସି ର଼୍ୟାଙ୍କିଙ୍ଗ୍‌ର ୩ଟି ଯାକ ଫର୍ମାଟ୍‌ରେ ଟପ୍‌-୧୦ରେ ପ୍ରବେଶ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଦମ୍‌ଦାର ପ୍ରଦର୍ଶନ କରି ରୋହିତ୍‌ ଆଇସିସି ର଼୍ୟାଙ୍କିଙ୍ଗ୍‌ରେ ପ୍ରଭାବ ପକାଇବାରେ ସଫଳ ହୋଇଛନ୍ତି। ତୃତୀୟ ଟେଷ୍ଟର ପ୍ରଥମ ଇନିଂସରେ ସେ ୨୧୨ ରନର ଦ୍ୱିଶତକୀୟ ଇନିଂସ ଖେଳିଥିଲେ। ଏହି ମାରାଥନ ଇନିଂସ ଯୋଗୁ ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ରୋହିତ୍‌ ୧୨ଟି ପାହାଚ ଉପରକୁ ଉଠି ବ୍ୟାଟିଂ ତାଲିକାର ୧୦ମ ସ୍ଥାନରେ ରହିଛନ୍ତି। ‘ହିଟ୍‌ମ୍ୟାନ’ ଭାବେ ପରିଚିତ ରୋହିତ୍‌ ଦକ୍ଷିଣ ଆଫ୍ରିକା ସିରିଜ ପୂର୍ବରୁ ୫୪ତମ ସ୍ଥାନରେ ରହିଥିଲେ। କିନ୍ତୁ ସିରିଜରେ ସେ ୫୨୯ ରନ ସଂଗ୍ରହ କରି ୪୪ଟି ପାହାଚ ଉପରକୁ ଉଠିଛନ୍ତି। ଦିନିକିଆ ଓ ଟି୨୦ ବ୍ୟାଟିଂ ତାଲିକାରେ ରୋହିତ୍‌ ଯଥାକ୍ରମେ ୨ୟ ଓ ୮ମ ସ୍ଥାନରେ ରହିଛନ୍ତି। ବିରାଟ କୋହଲି ମଧ୍ୟ ପୂର୍ବରୁ ୩ଟି ଯାକ ଫର୍ମାଟ୍‌ରେ ଏକ ନମ୍ବର ସ୍ଥାନରେ ରହିଥିଲେ। ସେହିଭଳି ର୍ପୂବତନ ଓପନର୍‌ ଗୌତମ ଗମ୍ଭୀର ପୂର୍ବରୁ ଟେଷ୍ଟ ଓ ଟି୨୦ରେ ଏକ ନମ୍ବର ଏବଂ ଦିନିକିଆରେ ୮ମ ସ୍ଥାନ ହାସଲ କରିଥିଲେ। ଫଳରେ ଏହି ୩ ଭାରତୀୟ ବ୍ୟାଟ୍ସମ୍ୟାନ ଆଇସିସି ର୍ରାଙ୍କିଙ୍ଗ୍‌ର ୩ଟି ଯାକ ଫର୍ମାଟ୍‌ରେ ଟପ୍‌-୧୦ରେ ରହିବାର ସୌଭାଗ୍ୟ ଅର୍ଜନ କରିଛନ୍ତି।
ରାଞ୍ଚତ୍ ଟେଷ୍ଟର ପ୍ରଥମ ଇନିଂସରେ ୧୧୬ ରନ କରିଥିବା ଅଜିଙ୍କ୍ୟ ରାହାନେଙ୍କ ର଼୍ୟାଙ୍କିଙ୍ଗ୍‌ରେ ମଧ୍ୟ ଉନ୍ନତି ଘଟିଛି। ସେ ବ୍ୟାଟିଂ ତାଲିକାର ୫ମ ସ୍ଥାନ ଲାଭ କରିଛନ୍ତି। ପୂର୍ବରୁ ରାହାନେ ୨୦୧୬ରେ ଏହି ସ୍ଥାନ ହାସଲ କରିଥିଲେ। ବିରାଟ କୋହଲି ପୂର୍ବବତ୍‌ ଷ୍ଟିଭ ସ୍ମିଥଙ୍କ ପଛକୁ ଦ୍ୱିତୀୟ ଏବଂ ଚେତେଶ୍ୱର ପୂଜାରା ୪ର୍ଥ ସ୍ଥାନରେ ଅପରିବର୍ତ୍ତିତ ରହିଛନ୍ତି। ଅନ୍ୟତମ ଯୁବ ଓପନର୍‌ ମୟଙ୍କ ଅଗ୍ରଓ୍ବାଲ ମଧ୍ୟ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ପ୍ରଭାବୀ ପ୍ରଦର୍ଶନ କରି ଆଇସିସି ର଼୍ୟାଙ୍କିଙ୍ଗ୍‌ରେ ଉପରକୁ ଉଠି ଅଷ୍ଟାଦଶ ସ୍ଥାନ ଲାଭ କରିଛନ୍ତି। ଫଳରେ ଟପ୍‌-୨୦ରେ ଭାରତର ୫ଜଣ ବ୍ୟାଟ୍ସମ୍ୟାନ ରହିଛନ୍ତି। ଅପରପକ୍ଷରେ ବୋଲିଂ ତାଲିକାରେ ମହମ୍ମଦ ସାମି ଓ ଉମେଶ ଯାଦବ ଯଥାକ୍ରମେ ୧୪ ଓ ୨୧ତମ ସ୍ଥାନ ଦଖଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri