Posted inଖେଳ

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: ଶୀର୍ଷ ସ୍ଥାନ ହରାଇଲା ଭାରତ

ଦୁବାଇ,୧।୫(ପି.ଟି.): ସଦ୍ୟପ୍ରକାଶିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଭାରତ ତା’ର ଶୀର୍ଷ ସ୍ଥାନ ହରାଇଛି। ଶୁକ୍ରବାର ପ୍ରକାଶିତ ର଼୍ୟାଙ୍କିଙ୍ଗ୍‌ରେ ଭାରତ ତୃତୀୟ ସ୍ଥାନକୁ ଖସିଛି। ଭାରତକୁ ହଟାଇ ଅଷ୍ଟ୍ରେଲିଆ ୧ ନମ୍ବର ସ୍ଥାନ ଅଧିକାର କରିଛି। ୨୦୧୬ ଅକ୍ଟୋବର ପରଠାରୁ ଭାରତ ଶୀର୍ଷ ସ୍ଥାନରେ ରହିଆସୁଥିଲେ ମଧ୍ୟ ଆନୁଆଲ ଅପ୍‌ଡେଟ ବା ର଼୍ୟାଙ୍କିଙ୍ଗରେ ବାର୍ଷିକ ନବୀକରଣ ହେବା ଭାରତକୁ ୧ ନମ୍ବର ସ୍ଥାନ ହରାଇବାକୁ ପଡିଛି। ତେବେ ଆଇସିସି ଟେଷ୍ଟ ଚାମ୍ପିୟନଶିପ୍‌ରେ ଭାରତ ପୂର୍ବପରି ତା’ର ଶୀର୍ଷ ସ୍ଥାନ ବଜାୟ ରଖିଛି।
୨୦୧୬-୧୭ରେ ଭାରତ ୧୨ଟି ଟେଷ୍ଟରେ ବିଜୟୀ ହୋଇଥିଲା ଓ ମାତ୍ର ଗୋଟିଏ ଟେଷ୍ଟରେ ପରାସ୍ତ ହୋଇଥିଲା। ତେବେ ଏବେ ପ୍ରକାଶିତ ଚାର୍ଟରୁ ଭାରତର ଏହି ରେକର୍ଡକୁ ବାଦ୍‌ ଦିଆଯାଇଛି। ଫଳରେ ଭାରତକୁ ଶୀର୍ଷ ସ୍ଥାନ ହରାଇବାକୁ ପଡିଛି ବୋଲି ଆଇସିସି ତରଫରୁ କୁହାଯାଇଛି। ଏହି ସମୟ ଅବଧିରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ସବୁ ୫ଟି ଯାକ ଟେଷ୍ଟ ସିରିଜରେ ବିଜୟୀ ହୋଇଥିଲା। ଏଥିରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ସାମିଲ ଥିଲା। ଅନ୍ୟପଟେ ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକା ସହିତ ଭାରତଠାରୁ ପରାସ୍ତ ହୋଇଥିଲା। ଲାଟେଷ୍ଟ ଅପ୍‌ଡେଟରେ ୨୦୧୯ ମେ ପରଠାରୁ ଖେଳାଯାଇଥିବା ସବୁ ମ୍ୟାଚ୍‌ ୧୦୦ ପ୍ରତିଶତ ଓ ଗତ ଦୁଇବର୍ଷ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ୫୦ ପ୍ରତିଶତ ମୂଲ୍ୟ ବହନ କରୁଛି।
ଅନ୍ୟପଟେ ଅଷ୍ଟ୍ରେଲିଆ ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଶୀର୍ଷ ସ୍ଥାନ ହାସଲ କରିବା ସହ ଟି୨୦ ତାଲିକାରେ ପ୍ରଥମଥର ପାଇଁ ୧ ନମ୍ବର ସ୍ଥାନ ହାସଲ କରିଛି। ସେହିପରି ବିଶ୍ୱ ଚାମ୍ପିୟନ ଇଂଲଣ୍ଡ ଦିନିକିଆ ର଼୍ୟାଙ୍କିଙ୍ଗ୍‌ର ଶୀର୍ଷ ସ୍ଥାନରେ ରହିଛି। ଆନୁଆଲ ଅପ୍‌ଡେଟ୍‌ରେ ୨-୧୬-୧୭ ଫଳାଫଳକୁ ବାଦ୍‌ ଦିଆଯାଇଛି। ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଅଷ୍ଟ୍ରେଲିଆ ଏବେ ୧୧୬ ପଏଣ୍ଟ ହାସଲ କରି ଶୀର୍ଷରେ ରହିଥିବା ବେଳେ ନ୍ୟୁଜିଲାଣ୍ଡ ୧୧୫ ପଏଣ୍ଟ ସହ ଦ୍ୱିତୀୟ ଓ ଭାରତ ୧୧୪ ପଏଣ୍ଟ ପାଇଁ ତୃତୀୟ ସ୍ଥାନରେ ରହିଛି। ୨୦୦୩ ପରଠାରୁ ଟେଷ୍ଟ ର଼୍ୟାଙ୍କିଙ୍ଗ ଆରମ୍ଭ ହେବା ପରେ ଦ୍ୱିତୀୟଥର ପାଇଁ ଶୀର୍ଷ ୩ଟି ଦଳରେ ସର୍ବନିମ୍ନ ୨ ପଏଣ୍ଟର ବ୍ୟବଧାନ ରହିଛି। ପୂର୍ବରୁ ୨୦୧୬ରେ ଶ୍ରେଷ୍ଠ ୩ଟି ଦଳ ଯଥା ଭାରତ, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମାତ୍ର ୨ ପଏଣ୍ଟର ବ୍ୟବଧାନ ଥିଲା। ଦକ୍ଷିଣ ଆଫ୍ରିକା ୮ ପଏଣ୍ଟ ହରାଇ ଏବେ ଶ୍ରୀଲଙ୍କା ତଳକୁ ରହି ଷଷ୍ଠ ସ୍ଥାନରେ ରହିଛି।
ଦିନିକିଆ ଦଳୀୟ ର଼୍ୟାଙ୍କିଙ୍ଗ୍‌ରେ ଇଂଲଣ୍ଡ ୧୨୭ ପଏଣ୍ଟ ପାଇ ଶୀର୍ଷ ରହିଥିବା ବେଳେ ଭାରତ ୧୧୯ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ବିଶ୍ୱକପ୍‌ ରନର୍ସଅପ୍‌ ନ୍ୟୁଜିଲାଣ୍ଡ ୧୧୬ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଛି।
ସେହିପରି ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ଅଷ୍ଟ୍ରେଲିଆ ପାକିସ୍ତାନକୁ ହଟାଇ ୨୭୮ ପଏଣ୍ଟ ପାଇ ପ୍ରଥମ ଥର ପାଇଁ ଶୀର୍ଷ ସ୍ଥାନ ଅଧିକାର କରିଛି। ପାକିସ୍ତାନ ୨୬୦ ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ରହିଛି। ୨୬୬ ପଏଣ୍ଟ ପାଇ ଭାରତ ତୃତୀୟ ସ୍ଥାନରେ ରହିଥିବା ବେଳେ ୨୬୮ ପଏଣ୍ଟ ପାଇ ଇଂଲଣ୍ଡ ଦ୍ୱିତୀୟ ସ୍ଥାନରେ ରହିଛି। ଆଫଗାନିସ୍ତାନ ସପ୍ତମ ସ୍ଥାନରୁ ଦଶମ ସ୍ଥାନକୁ ଖସିଛି। ତେବେ ବୁଲଗେରିଆ ୧୨ଟି ସ୍ଥାନ ଉପରକୁ ଉଠି ଲମ୍ବା ଜମ୍ପ ମାରିବା ସହ ୫୧ତମ ସ୍ଥାନ ଅଧିକାର କରିଛି। ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ୮୪ଟି ଦେଶ ସାମିଲ ହୋଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାର୍ଚ୍ଚ ୧୬ରେ ରାଜ୍ୟ ସଭା ୩୭ ଆସନରେ ନିର୍ବାଚନ, ଓଡ଼ିଶାରୁ ୪

ଭୁବନେଶ୍ବର,୧୯।୨(ରବିନାରାୟଣ ଜେନା): ରାଜ୍ୟ ସଭାରେ ଖାଲି ହେବାକୁ ଥିବା ୧୦ ରାଜ୍ୟର ମୋଟ ୩୭ ଆସନ ପାଇଁ ଆସନ୍ତା ମାର୍ଚ୍ଚ ୧୬ରେ ନିର୍ବାଚନ ହେବ। ଏଥିରେ ଓଡ଼ିଶାର…

ଶେଷ ଓଭରରେ ଭାରତର ରୋମାଞ୍ଚକର ବିଜୟ, ଶେଷ ଯାଏ ଲଢ଼ିଲା ନେଦରଲ୍ୟାଣ୍ଡ

ଅହମ୍ମଦାବାଦ,୧୮।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ର ଏକ ରୋମାଞ୍ଚକର ମୁକାବିଲାରେ ଭାରତ ୧୭ ରନରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

T20 ବିଶ୍ୱକପ୍‌ ୨୦୨୬: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନେଦରଲାଣ୍ଡ ଆଗରେ ୧୯୪ ରନ୍‌ର ଲକ୍ଷ୍ୟ

ଅହମ୍ମଦାବାଦ,୧୮।୨: T20 ବିଶ୍ୱକପ୍‌ ୨୦୨୬ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ନେଦରଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୧୯୩ ରନ୍‌ର ଏକ ବଡ ସ୍କୋର ଛିଡ଼ା…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri