Categories: ଖେଳ

ଆଇସିସି ଟି୨୦ ମହିଳା ବିଶ୍ୱକପ୍‌: ଭାରତର ଟାର୍ଗେଟ୍‌ ୧୮୫

ମେଲବୋର୍ନ,୮।୩- ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟି୨୦ ମହିଳା ବିଶ୍ୱକପ୍‌ରେ ଆୟୋଜକ ଅଷ୍ଟ୍ରେଲିଆ ଭାରତ ସମ୍ମୁଖରେ କଷ୍ଟାସାଧ୍ୟ ୧୮୫ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ସ୍ଥାନୀୟ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିବା ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ରେ ଟସ୍‌ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ ହରାଇ ୧୮୪ ରନ ସଂଗ୍ରହ କରିଛି। ଦଳ ତରଫରୁ ଓପନର ଅଲିସା ହିଲି ୭୫ (୩୯ ବଲ, ୭ ଚୌକା, ୫ ଛକା) ରନ ସଂଗ୍ରହ କରିଥିବା ବେଳେ ବେଥ ମୁନୀ ୫୪ ବଲରୁ ୧୦ ଚୌକା ସହ ୭୮ ରନ କରି ଅପରଜିତ ରହିଥିଲେ। ଅଧିନାୟକ ମେଗ ଲାନିଂ ୧୬ ରନ କରି ଆଉଟ ହୋଇଥିଲେ। ବୋଲିଂରେ ଭାରତ ତରଫରୁ ଦୀପ୍ତି ଶର୍ମା ୨, ପୁନମ ଯାଦବ ଓ ରାଧା ଯାଦବ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ଭାରତୀୟ ବୋଲରମାନେ ଅଷ୍ଟ୍ରେଲିଆ ବ୍ୟାଟ୍ସଓମ୍ୟାନଙ୍କୁ ବାନ୍ଧି ରଖିବାରେ ବିଫଳ ହୋଇଥିଲେ।
ଜବାବରେ ବ୍ୟାଟିଂ ଆରମ୍ଭ କରି ଭାରତ ପ୍ରାରମ୍ଭିକ ଝଟ୍‌କା ଖାଇଛି। ଇନ୍‌ ଫର୍ମ ୧୬ ବର୍ଷୀୟା ଓପନର ଶେଫାଳି ବର୍ମା ମାତ୍ର ୨ ରନ କରି ଆଉଟ ହୋଇଛନ୍ତି। ରିପୋର୍ଟ ଲେଖା ହେବାବେଳକୁ ଭରତ ୧ ଓଭରରେ ଗୋଟିଏ ଉଇକେଟ ହରାଇ ୪ ରନ ସଂଗ୍ରହ କରିଛି।

Share