Posted inଖେଳ

ଆଇସିସିର ବାଉଣ୍ଡାରୀ ନିୟମ ପରିବର୍ତ୍ତନକୁ ନିଶାମଙ୍କ ପରିହାସ

ନୂଆଦିଲ୍ଲୀ, ୧୬।୧୦ (ପି.ଟି.)- ବିବାଦୀୟ ବାଉଣ୍ଡାରୀ କାଉଣ୍ଟ ନିୟମ ପରିବର୍ତ୍ତନ କରିବା ପରେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଏବେ ସମାଲୋଚନାର ଶିକାର ହୋଇଛି। ନ୍ୟୁଜିଲାଣ୍ଡ ଅଲରାଉଣ୍ଡର ଜିମ୍ମି ନିଶାମ ଏ ନେଇ ଆଇସିସିକୁ ସମାଲୋଚନା କରିବା ସହ ପରିହାସ କରିଛନ୍ତି। ପୂର୍ବରୁ ଥିବା ବାଉଣ୍ଡାରୀ କାଉଣ୍ଟ ନିୟମ କାରଣରୁ ନ୍ୟୁଜିଲାଣ୍ଡ ଗତ ଦିନିକିଆ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ରେ ଇଂଲଣ୍ଡଠାରୁ ପରାସ୍ତ ହୋଇ ରନର୍ସଅପ୍‌ ହୋଇଥିଲା।
ଉଲ୍ଲେଖଥାଉ କି, ଆଇସିସି ସୋମବାର ସବୁ ମେଜର ଇଭେଣ୍ଟ ତଥା ଟୁର୍ନାମେଣ୍ଟରେ ସୁପର ଓଭର ନିୟମରେ ପରିବର୍ତ୍ତନ ଆଣିଥିଲା। ଏହି ନିୟମ କାରଣରୁ ଗତ ଜୁଲାଇରେ ଅନୁଷ୍ଠିତ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ରେ ଇଂଲଣ୍ଡ ଅଧିକ ସଂଖ୍ୟାରେ ବାଉଣ୍ଡାରୀ ମାରିଥିବାରୁ ଚାମ୍ପିୟନ ଘୋଷିତ ହୋଇଥିଲା ଓ ନ୍ୟୁଜିଲାଣ୍ଡ ରନର୍ସଅପ୍‌ ହୋଇଥିଲା। ଫାଇନାଲ ମ୍ୟାଚ୍‌ ଟାଇ ହେବା ପରେ ସୁପର ଓଭର ମଧ୍ୟ ଟାଇ ରହିଥିଲା।
ଆଇସିସିର ଏହି ନିୟମ ପରିବର୍ତ୍ତନରେ ନିଶାମ ପରିହାସ କରି ଏକ ଭିନ୍ନ ପ୍ରକାର ଟୁଇଟ୍‌ କରିଛନ୍ତି। ଟାଇଟାନିକ ପାଇଁ ବରଫ୍‌ ଖଣ୍ଡ ବା ହିମଶୀଳାକୁ ଦେଖିବାକୁ ଅପେକ୍ଷାକୃତ ଭଲ ବାଇନାକୁଲାର ଆଇସିସିର ପରବର୍ତ୍ତୀ ଏଜେଣ୍ଡା ବୋଲି ସେ ଟୁଇଟ୍‌ କରିଛନ୍ତି। ନିଶାମ ବିଶ୍ୱକପ୍‌ ଫାଇନାଲରେ ସୁପର ଓଭରରେ ବ୍ୟାଟ୍ସମ୍ୟାନ ହିସାବରେ ସାମିଲ ହୋଇଥିଲେ। ଏହି ନିୟମ ପରିବର୍ତ୍ତନ କରିବାରେ ଆଇସିସି ଟିକିଏ ଡେରିକରିଦେଲା ବୋଲି କ୍ରେଗ ମ୍ୟାକ୍‌ମିଲନ ଟୁଇଟ୍‌ କରିଛନ୍ତି। ତେବେ ନ୍ୟୁଜିଲାଣ୍ଡ କ୍ରିକେଟ ମୁଖ୍ୟ କାର୍ଯ୍ୟନିର୍ବାହୀ ଡେଭିଡ ହ୍ବାଇଟ୍‌ ଏଥିରେ ସନ୍ତୋଷ ପ୍ରକଟ କରିଛନ୍ତି। ଅତୀତକୁ ଆମେ ପରିବର୍ତ୍ତନ କରିପାରିବା ନାହିଁ। ଯାହା ଘଟିଯାଇଛି ସେ ନେଇ ଚିନ୍ତା କରି କିଛି ଲାଭ ନାହିଁ। ତେବେ ଭବଷ୍ୟତରେ ପୁରୁଣା ନିୟମ ପାଇଁ କାହାକୁ ମୂଲ୍ୟ ଦେବାକୁ ହେବ ନାହିଁ ବୋଲି ସେ କହିଚନ୍ତି।
ନୂଆ ନିୟମ ଅନୁସାରେ ଯେପର୍ଯ୍ୟନ୍ତ ଅନ୍ତିମ ଫଳାଫଳ ବା ବିଜେତା ନ ମିଳିଛି ସେ ପର୍ଯ୍ୟନ୍ତ ସୁପର ଓଭର ବାରମ୍ବାର ଖେଳାଯିବ। ତେବେ ଗ୍ରୁପ ପର୍ଯ୍ୟାୟରେ ଯଦି କୌଣସି ମ୍ୟାଚ୍‌ ଟାଇ ରହେ ତାହାଲେ ତାହାକୁ ଟାଇ ଘୋଷଣା କରାଯିବ। ତେବେ ସେମିଫାଇନାଲ କିମ୍ବା ଫାଇନାଲରେ ନୂଆ ନିୟମ ଲାଗୁ ହେବ ବୋଲି ଆଇସିସି ସ୍ପଷ୍ଟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ବକ୍ସାଇଟ୍‌ ଖଣି ଖନନ ପାଇଁ ଗ୍ରାମସଭା, ଏଥିରେ ରହିଛି ମୃତକଙ୍କ ଦସ୍ତଖତ, ପ୍ରତିବାଦରେ ଉତ୍ତେଜନା

ନନ୍ଦପୁର,୨୦ା୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବାଲଡ଼ା ନାଗେଶ୍ୱରୀ ପାହାଡ଼ ବକ୍ସାଇଟ ଖଣି ଖନନ ପାଇଁ ଗତ ଅକ୍ଟୋବର ୯ ତାରିଖରେ ବାଲଡ଼ା ଓ ବନୁରରେ…

ଖୁବଶୀଘ୍ର ଭାରତ ଆସିବେ ଟ୍ରମ୍ପ! ଏହା ପୂର୍ବରୁ ହେଲା ବଡ଼ ଡିଲ୍‌

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୦।୨: ଭାରତ ଆମେରିକା ନେତୃତ୍ୱାଧୀନ ପାକ୍ସ ସିଲିକା ପଦକ୍ଷେପରେ ସାମିଲ ହୋଇଛି। ନୂଆଦିଲ୍ଲୀରେ ପାକ୍ସ ସିଲିକା ଘୋଷଣାପତ୍ର ସ୍ବାକ୍ଷର ସମାରୋହରେ ଭାରତରେ ଥିବା ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ…

ଜେଏସଡବ୍ଲୁଓ-ପୋସ୍କୋ ଷ୍ଟିଲ ପ୍ଲାଣ୍ଟ ପାଇଁ ବଡ଼ ସର୍ତ୍ତ ରଖିଲେ ଗ୍ରାମବାସୀ: ଜମି ଏକର ପିଛା ୭୫ କୋଟି ଟଙ୍କା ସହ…

ପାଟଣା,୨୦।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ରେ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ତୃତୀୟ ଗ୍ରାମ ସଭା ପାଟଣା ବ୍ଲକ ଚେମେଣା ପଞ୍ଚାୟତ ରେଙ୍ଗାଳ…

ବିମାନରୁ ହଜିଗଲା ଭାଜପା ଏମପିଙ୍କ ଲଗେଜ, ଏମପି କହିଲେ, ‘ଲଜ୍ଜାଜନକ, ମୋର ମୂଲ୍ୟବାନ…’

ନୂଆଦିଲ୍ଲୀ,୨୦।୨: ଦେଶର ସର୍ବବୃହତ ଘରୋଇ ବିମାନ କମ୍ପାନୀ ଇଣ୍ଡିଗୋ ପୁଣି ଥରେ ଏହାର ଖରାପ ସେବା ଏବଂ ଭୁଲ ପରିଚାଳନା ପାଇଁ ବିବାଦରେ ଫସିଛି। ସଦ୍ୟତମ ଘଟଣାରେ…

ଇସାରାରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଏମିତି କହିଦେଲେ ଟ୍ରମ୍ପ: ମୋଦିଙ୍କୁ ନେଇ…

ୱାଶିଂଟନ,୨୦।୨: ୱାଶିଂଟନରେ ଶାନ୍ତି ବୋର୍ଡର ଉଦଘାଟନୀ ଅଧିବେଶନରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଆଲୋଚନା ହେଉଛି। ତାଙ୍କ ଭାଷଣ ସମୟରେ ଆମେରିକା…

ନିଜ ନିଜ ଭିତରେ ଲଢିଲେଣି ପାକିସ୍ତାନ ଖେଳାଳି, ଏବେ ଶାହିଦ ଆଫ୍ରିଦି ଶାଦାବଙ୍କୁ ଗାଳି ଦେଇ କହିଲେ, ‘ପୁଅ, ତୁମେ…’

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିବା ପରେ, ପାକିସ୍ତାନୀ କ୍ରିକେଟର ଶାଦାବ ଖାନ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଇଥିଲେ ଏବଂ ନିଜ…

୩୯ ଶିକାରିଙ୍କୁ ବାନ୍ଧିଲା ବନବିଭାଗ: ୯ ଦେଶୀ ବନ୍ଧୁକ, ୨୦ ଧନୁତୀର ଜବତ

ବାରିପଦା,୨୦।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନ ଅଞ୍ଚଳରେ ଶିକାର କରିବାକୁ ପ୍ରବେଶ କରିଥିବା ଶିକାରିଙ୍କୁ ବନବିଭାଗ ଗିରଫ କରଛି…

୩ ଥର ଶୂନ୍ୟରେ ଆଉଟ ହେବାରୁ ଅଭିଷେକଙ୍କୁ ଏମିତି କହିଲେ ପାକିସ୍ତାନର ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୦।୨: ପୂର୍ବତନ ପାକିସ୍ତାନ ଖେଳାଳି ମହମ୍ମଦ ଆମିର ଅଭିଷେକ ଶର୍ମାଙ୍କ ବିଷୟରେ କହିଥିଲେ ଯେ ସେ କେବଳ ଜଣେ ଚଳ ଚଞ୍ଚଳ ଖେଳାଳି। ଏହି ବକ୍ତବ୍ୟକୁ ବହୁଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri