Categories: ଜାତୀୟ

ଆଇସିଜେ ନିର୍ଦ୍ଦେଶ ପାଳନ କରିବ ପାକିସ୍ତାନ: କୁଳଭୂଷଣଙ୍କୁ ଭେଟି ପାରିବେ ଭାରତୀୟ ହାଇକମିଶନର

ନୂଆଦିଲ୍ଲୀ, ୧୯।୭: ଅନ୍ତର୍ଜାତୀୟ ଅଦଲାତ(ଆଇସିଜେ) କୁଲଭୂଷଣ ଯାଦବ ମାମଲାରେ ଯେଉଁ ରାୟ ଦେଇଛନ୍ତି, ତା’ହା ପାକିସ୍ତାନ ପାଳନ କରିବ। ଆଇସିଜେ ଭିଏନା କନଭେନସନର ନୀତି ଅନୁଯାୟୀ କୁଳଭୂଷଣ ଯାଦବଙ୍କୁ କନସୁଲାର ଆକ୍ସେସ ଅର୍ଥାତ ଭାରତୀୟ ହାଇକମିଶନର ଅଧିକାରୀ କୁଲଭୂଷଣଙ୍କୁ ଭେଟି ପାରିବେ। ଗୁରୁବାର ଭାରତୀୟ ବୈଦେଶକ ମନ୍ତ୍ରୀ ଏସ୍‌ ଜୟଶଙ୍କର ରାଜ୍ୟସଭାରେ କହିଥିଲେ, ଆଇସିଜେ ଭାରତ ସପକ୍ଷୟରେ ରାୟ ଦେଇଥିବାରୁ ପାକିସ୍ତାନ ତୁରନ୍ତ କୁଳଭୂଷଣଙ୍କୁ ମୁକ୍ତ କରୁ। ଏହାପରେ ପାକିସ୍ତାନ ଏଭଳି ନିଷ୍ପତି ନେଇଛି। ଅନ୍ୟପକ୍ଷରେ ପାକିସ୍ତାନ ବିପକ୍ଷରେ ଆଇସିଜେ ରାୟ ଦେଇଥିଲେ ହେଁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଇସଲମାବାଦର ବିଜୟ ହୋଇଥିବା ଦାବି କରିଛନ୍ତି।

Share