Categories: ଖେଳ

ଆଇସିଏ ପାଇଁ ୨ କୋଟି ଟଙ୍କା ମଞ୍ଜୁର କଲା ବିସିସିଆଇ

ନୂଆଦିଲ୍ଲୀ,୧୬।୨(ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ରବିବାର ଭାରତୀୟ କ୍ରିକେଟରଙ୍କ ଆସୋସିଏଶନ (ଆଇସିଏ) ପାଇଁ ୨ କୋଟି ଟଙ୍କା ମଞ୍ଜୁର କରିଛି। ଆଇସିଏ ଦେଶର ପ୍ରଥମ ଖେଳାଳିଙ୍କ ସଂଘଠନ। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଲୋଧା ପ୍ୟାନେଲ ସୁପାରିସ କ୍ରମେ ଆଇସିଏ ଗଠନ କରାଯାଇଛି। ଆଇସିଏ କର୍ମକର୍ତ୍ତା ଗତବର୍ଷ ଅକ୍ଟୋବରରେ ନିର୍ବାଚିତ ହୋଇଥିଲେ। ଆସୋସିଏଶନ ୧୫ରୁ ୨୦ କୋଟି ଟଙ୍କାର ଅସ୍ଥାୟୀ ବଜେଟ ପ୍ରସ୍ତୁତ କରିଛି। ପ୍ରାଥମିକ ଭାବେ ବିସିସିଆଇଠାରୁ ୫ କୋଟି ଟଙ୍କା ସହାୟତା ରାଶି ମାଗିଥିଲା। କିନ୍ତୁ ବିସିସିଆଇଠାରୁ ୨ କୋଟି ଟଙ୍କା ମିଳିଛି। ଏହି ଅର୍ଥ ମୁମ୍ବାଇରେ କାର୍ଯ୍ୟାଳୟ ପାଇଁ ଜମି କିଣାଯିବାରେ ଖର୍ଚ୍ଚ କରାଯିବ। ଟ୍ୟାକ୍ସ ସମ୍ପର୍କିତ କିଛି ବିବାଦ ରହିଛି, ଯାହାର ସମାଧାନ କରାଯିବା ଦରକାର। ଏଥିଯୋଗୁ ଆଇସିଏକୁ ୨ କୋଟି ଟଙ୍କା ପ୍ରଦାନ କରାଯାଇଛି। ଭବିଷ୍ୟତରେ ତାଙ୍କୁ ଆହୁରି ଅର୍ଥ ଦରକାର ଥିଲେ ଆମେ ମଞ୍ଜୁର କରିବୁ ବୋଲି ବିସିସିଆଇ ଅଫିସିଆଲ କହିଛନ୍ତି। ଏହି ନିଷ୍ପତ୍ତି ବିସିସିଆଇର ଆପେକ୍ସ କାଉନ୍ସିଲ ବୈଠକରେ ନିଆଯାଇଛି।

Share