ଭୁବନେଶ୍ୱର,୨୪।୫: ଫନୀ ପ୍ରଭାବିତ ପୁରୀ ଜିଲାରେ ଲୋକଙ୍କ ପାଖରେ ପ୍ରମୁଖ ବ୍ୟାଙ୍କିଙ୍ଗ ସେବାକୁ ଉପଲବ୍ଧ କରାଇବା ଲାଗି ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ମୋବାଇଲ ଏଟିଏମ୍ ଭ୍ୟାନ ନିୟୋଜିତ କରାଯାଇଛି। ଏହାକୁ ରାଜ୍ୟ ସଚ୍ଚିବାଳୟ ପରିସରରୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରଶାଦ ପାଢୀ ଉନ୍ମୋଚନ କରିଥିଲେ। ନଗଦ ଉଠାଣ ଏବଂ ବ୍ୟାଙ୍କିଙ୍ଗ ଆବଶ୍ୟକତାକୁ ଧ୍ୟାନରେ ରଖି ଏଭଳି ସେବା ଶୁଭାରମ୍ଭ କରାଯାଇଥିବା ବ୍ୟାଙ୍କର ଓଡ଼ିଶା ଏବଂ ଛତିଶଗଡ ଜୋନାଲ ମୁଖ୍ୟ (ରିଟେଲ) ପ୍ରଦୋଷ ରାଉତ ସୂଚନା ଦେଇଛନ୍ତି।


