ଆଇଫା ଆଓ୍ବାର୍ଡରେ ଘଟିଲା ଏମିତି, ନ ହସି ରହି ପାରିଲେନି ଦୀପିକା

ବହୁ ପ୍ରତୀକ୍ଷିତ ଆଇଫା ଆଓ୍ବାର୍ଡ ୨୦୧୯ ବୁଧବାର ଆୟୋଜିତ ହୋଇଯାଇଛି। ଏହି ଉତ୍ସବରେ ବଲିଉଡ୍‌ ଅଭିନେତ୍ରୀ, ଅଭିନେତାଙ୍କ ଜଲ୍‌ଓ୍ବା ଦେଖିବାକୁ ମିଳିଥିଲା। ଗ୍ରୀନ୍‌ କାର୍ପେଟ୍‌ ଉପରେ ଷ୍ଟାରମାନେ ଭିନ୍ନ ଭିନ୍‌ ଷ୍ଟାଇଲ୍‌ ଆଉ ଲୁକ୍‌ରେ ଦର୍ଶକଙ୍କ ସାମ୍ନାକୁ ଆସିଥିଲେ। ଆଓ୍ବାର୍ଡ ଶୋ’ରେ ଦୀପିକା ପାଦୁକୋନ୍‌ଙ୍କ ସହ ଏମିତି କିଛି ଘଟିଲା, ଯାହାକୁ ନେଇ ଦୀପିକା ହସ ଅଟକାଇ ପାରି ନ ଥିଲେ।

ଏହି ସମୟର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦୀପିକା ଗ୍ରୀନ୍‌ କାର୍ପେଟ୍‌ ଉପରେ ଚାଲୁଥିବାବେଳେ ସଲ୍‌ମାନ୍‌ ଖାନ୍‌ ଏଣ୍ଟ୍ରି କରିଥିଲେ। ଏମିତିରେ ତ ସଲ୍‌ମାନ ଏଣ୍ଟ୍ରି କରିବା କ୍ଷଣି ଦର୍ଶକଙ୍କ ନଜର କେବଳ ତାଙ୍କ ଉପରେ ହିଁ ରହିଥାଏ। ଦୀପିକାଙ୍କ ପଛରେ ଥିଲେ ସଲ୍‌ମାନ। କିନ୍ତୁ ଦର୍ଶକମାନେ ଦୀପିକାଙ୍କ ଉପରୁ ନଜର ହଟାଇ ସଲ୍‌ମାନ ସଲ୍‌ମାନ କହି ଉତ୍ସାହିତ ହୋଇପଡ଼ିଥିଲେ। ଏହା ଶୁଣି ଦୀପିକା ପଛକୁ ଫେରି ଚାହିଁବା ସହ ନିଜ ହସକୁ ସମ୍ଭାଳି ପାରି ନ ଥିଲେ।

ଦୀପିକା- ସଲମାନଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଛି। ଦୀପିକା ଏକ ପର୍ପଲ କଲର ଲଙ୍ଗ୍‌ସ ଟ୍ରୋଲ୍‌ ଡ୍ରେସ୍‌ ପିନ୍ଧି ଖୁବ୍‌ ସୁନ୍ଦର ଦେଖାଯାଉଥିଲେ।

ରେଖା ଦୀପିକାଙ୍କୁ ଆଓ୍ବାର୍ଡ ପ୍ରେଜେଣ୍ଟ କରିଥିଲେ। ଦୁଇଜଣଙ୍କ କେମିଷ୍ଟ୍ରି ବହୁତ ବଢ଼ିଆ ଥିଲା। ଦୀପିକା ରେଖାଙ୍କଠାରୁ ଆଓ୍ବାର୍ଡ ଗ୍ରହଣ କରି ଖୁବ୍‌ ଖୁସି ଜଣାପଡୁଥିଲେ । ସେହିପରି ସଲମାନ ବ୍ଲୁ କଲରର ଶୁଟ୍‌ ଏବଂ ବ୍ଲେଜର ପିନ୍ଧି ହ୍ୟାଣ୍ଡ୍‌ସମ୍‌ ଲାଗୁଥିଲେ।

Share