Categories: ଖେଳ

ଆଇପିଏଲ ନୁହେଁ, ସୁରକ୍ଷା ଚିନ୍ତାରେ ପଛଘୁଞ୍ଚା ଦେଇଛନ୍ତି ଶ୍ରୀଲଙ୍କା ଖେଳାଳି

ନୂଆଦିଲ୍ଲୀ,୧୧।୯: ଭାରତୀୟ କର୍ତ୍ତୃପକ୍ଷଙ୍କ ଚାପରେ ବଶବର୍ତ୍ତୀ ହୋଇ ୧୦ ଜଣ ଶ୍ରୀଲଙ୍କା ଖେଳାଳି ପାକିସ୍ତାନ ଗସ୍ତରୁ ଓହରିଯାଇଥିବା ଏହି ଦେଶର ମନ୍ତ୍ରୀ ଫଓ୍ବାଦ ହୁସେନ ଅଭିଯୋଗ ଆଣିଥିଲେ। ଏହାକୁ ଖଣ୍ଡନ କରି ଶ୍ରୀଲଙ୍କା କ୍ରୀଡ଼ାମନ୍ତ୍ରୀ ହାରିନ ଫର୍ନାଣ୍ଡୋ ଟୁଇଟର ଜରିଆରେ ବୁଧବାର ଜବାବ ଦେଇଛନ୍ତି। ପାକିସ୍ତାନ ପକ୍ଷରୁ କରାଯାଇଥିବା ଦାବିରେ କୌଣସି ସତ୍ୟତା ନାହିଁ। ଆମର କିଛି ଖେଳାଳି ୨୦୦୯ ଘଟଣା ପାଇଁ ଖେଳିବାକୁ ଚାହୁଁ ନାହାନ୍ତି। ତାଙ୍କ ନିଷ୍ପତ୍ତିକୁ ସମ୍ମାନ ଦେଇ ଯେଉଁମାନେ ଗସ୍ତ କରିବାକୁ ଚାହୁଁଥିବା ଖେଳାଳିଙ୍କୁ ଦଳରେ ସାମିଲ କରିଛୁ ବୋଲି ଟୁଇଟ୍‌ କରି ଜଣାଇଛନ୍ତି। ଉଲ୍ଲେଖଥାଉ କି, ଯେଉଁ ଖେଳାଳିମାନେ ପାକିସ୍ତାନରେ ଖେଳିବେ ସେମାନଙ୍କୁ ଆଇପିଏଲରେ ଖେଳାଯିବ ନାହିଁ ବୋଲି ଭାରତୀୟ କର୍ତ୍ତୃପକ୍ଷ ଚେତାଇ ଥିବା ପାକିସ୍ତାନ ମନ୍ତ୍ରୀ ହୁସେନ କହିଥିଲେ।

Share