Posted inଖେଳ

ଆଇପିଏଲ ଆୟୋଜନ ପାଇଁ ୟୁଏଇ ଆଗ୍ରହୀ

ଦୁବାଇ, ୭।୬(ପି.ଟି.)- ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ଆୟୋଜନ ପାଇଁ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ) ଆଗ୍ରହ ପ୍ରକାଶ କରିଛି। କୋଭିଡ-୧୯ ପାଇଁ ଭାରତ ଯଦି ଏହି ବ୍ୟୟବହୁଳ ଟି୨୦ ଲିଗ୍‌କୁ ବାହାର ପରିବେଶରେ କରାଇବାକୁ ଆଗ୍ରହ ପ୍ରକାଶ କରେ ତେବେ ଆମେ ପ୍ରସ୍ତୁତ ଅଛୁ ବୋଲି ଶନିବାର ଏମିରେଟ୍ସ କ୍ରିକେଟ ବୋର୍ଡ ପକ୍ଷରୁ ପ୍ରକାଶ କରାଯାଇଛି। ଆଇପିଏଲର ୧୩ତମ ସଂସ୍କରଣ ଗତ ମାର୍ଚ୍ଚରେ ଆରମ୍ଭ ହେବାର ଥିଲା। ମାତ୍ର ବିଶ୍ୱବ୍ୟାପୀ ସ୍ବାସ୍ଥ୍ୟ ସଙ୍କଟ ଦେଖାଦେଇଥିବାରୁ ଏହାକୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଚଳିତ ବର୍ଷ ଅଷ୍ଟ୍ରେଲିଆରେ ହେବାକୁଥିବା ଟି୨୦ ବିଶ୍ୱକପ ଯଦି ସମ୍ଭବ ନ ହୁଏ ତେବେ ଆସନ୍ତା ଅକ୍ଟୋବରରେ ଏହାକୁ ଆୟୋଜନ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଯୋଜନା କରୁଥିବା ଆଲୋଚନା ହେଉଛି। ୟୁଏଇ କ୍ରିକେଟ ବୋର୍ଡ ପକ୍ଷରୁ ଆଇପିଏଲ ଆୟୋଜନ ପାଇଁ ଅଫର ଦିଆଯିବା ସମ୍ପର୍କରେ ଗଲ୍ଫ ନ୍ୟୁଜ ରିପୋର୍ଟରେ ପ୍ରକାଶ ପାଇଛି। ”ଏମିରେଟ୍ସ କ୍ରିକେଟ ବୋର୍ଡ ପୂର୍ବରୁ ୟୁଏଇରେ ସଫଳତାର ସହ ଆଇପିଏଲ ମ୍ୟାଚ ଆୟୋଜନ କରିଛି। ଏହା ବ୍ୟତୀତ ଆମେ ନିରପେକ୍ଷ ଭେନ୍ୟୁଭାବେ ଅନେକ ଦ୍ୱିପାକ୍ଷିକ ସିରିଜ ଏବଂ ବହୁ ରଷ୍ଟ୍ରୀୟ ଟୁର୍ନାମେଣ୍ଟ ମଧ୍ୟ ଆୟୋଜନ କରିଛୁ। ଆମ ଷ୍ଟେଟ୍‌-ଅଫ୍‌-ଦି-ଆର୍ଟ ଭେନ୍ୟୁ ଗୁଡ଼ିକ ସମସ୍ତ ପ୍ରକାର କ୍ରିକେଟ ଟୁର୍ନାମେଣ୍ଟ ଆୟୋଜନ ପାଇଁ ଉପଯୁକ୍ତ ବୋଲି“ ବୋଲି ଏହାର ସାଧାରଣ ସମ୍ପାଦକ ମୁବାଶଶିର ଉସମାନି ପ୍ରକାଶ କରିଛନ୍ତି। ଏମିରେଟ୍ସ କ୍ରିକେଟ ବୋର୍ଡ ଇଂଲିଶ୍‌ ସିଜନ ଶେଷ କରିବା ପାଇଁ ଇଂଲଣ୍ଡ ଆଣ୍ଡ ଓ୍ବେଲ୍ସ କ୍ରିକେଟ ବୋର୍ଡକୁ ମଧ୍ୟ ଅଫର ଦେଇଥିଲା ବୋଲି ଉସମାନି କହିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ୟୁଏଇ ପୂର୍ବରୁ ଅନ୍ୟ ବୋର୍ଡ ମଧ୍ୟରେ ଶ୍ରୀଲଙ୍କା କ୍ରିକେଟ ଆଇପିଏଲ ଆୟୋଜନ ପାଇଁ ପ୍ରସ୍ତାବ ଦେଇଥିଲା। ଚଳିତ ମାସ ୧୦ ତାରିଖରେ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଆଇସିସି ବୋର୍ଡ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଚଳିତ ବର୍ଷର ଟି୨୦ ବିଶ୍ୱକପ ଭାଗ୍ୟ ନିର୍ଦ୍ଧାରିତ ହେବ। ଫଳରେ ଆଇପିଏଲ ଆୟୋଜନକୁ ନେଇ ସ୍ପଷ୍ଟ ଚିତ୍ର ମିଳିଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri