Posted inଖେଳ

ଆଇପିଏଲ୍‌ ବିନା ପ୍ରଭାବିତ ହେବେ ଘରୋଇ କ୍ରିକେଟର

ନୂଆଦିଲ୍ଲୀ, ୧ା୪ (ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ନ ହେଲେ ଖେଳାଳିମାନଙ୍କୁ କିପରି ବେତନ ଦିଆଯିବ ସେ ନେଇ ଫ୍ରାଞ୍ଚାଇଜ୍‌ଗୁଡ଼ିକ ଚିନ୍ତିତ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବିକଳ୍ପ ରାସ୍ତା ବାହାର ନ କରିଲେ। କୋଭିଡ୍‌-୧୯ ପାଇଁ ସ୍ଥଗିତ ରହିଥିବା ଏହି ଟୁର୍ନାମେଣ୍ଟର ଚଳିତ ବର୍ଷ ସଂସ୍କରଣ ହେବା ସମ୍ଭବ ମନେହେଉନି। ଆଇପିଏଲ ପାଉଣା ନେଇ ପ୍ରଚଳିତ ହୋଇ ଆସୁଥିବା ନିୟମାନୁସାରେ ଜଣେ ଖେଳାଳି ତାଙ୍କ ମୋଟ ବେତନର ୧୫% ଟୁର୍ନାମେଣ୍ଟ ଆରମ୍ଭ ହେବାର ଏକ ସପ୍ତାହ ପୂର୍ବରୁ ପାଇଥାଏ। ଟୁର୍ନାମେଣ୍ଟ ଚାଲିଥିବା ସମରେ ୬୫% ପ୍ରାପ୍ୟ ପାଇଥାଏ। ଅବଶିଷ୍ଟ ୨୦ ପ୍ରତିଶତ ଇଭେଣ୍ଟ ଶେଷ ହେବାପରେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଖେଳାଳିଙ୍କୁ ମିଳିଥାଏ। ଏକ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ର ଜଣେ ବରିଷ୍ଠ କର୍ମକର୍ତ୍ତା ଏହା ପ୍ରକାଶ କରିଛନ୍ତି। ଗୋଟିଏ ସିଜନରେ ଯଦି ଆଇପିଏଲ୍‌ ବନ୍ଦ ରୁହେ ତେବେ ବିସିସିଆଇ ହଜାର ହଜାର କୋଟି ଟଙ୍କା କ୍ଷତିରେ ପଡ଼ିପାରେ। ଏହା ହେଲେ ଘରୋଇ ଖେଳାଳିଙ୍କ ବେତନ କାଟ୍‌ ହୋଇପାରେ ବୋଲି କହିଛନ୍ତି ଇଣ୍ଡିଆନ ପ୍ଲେୟର୍ସ ଆସୋସିଏଶନ (ଆଇପିଏ) ସଭାପତି ଅଶୋକ ମାଲହୋତ୍ରା। ବିସିସିଆଇକୁ ବର୍ତ୍ତମାନ ବିକଳ୍ପ ରାସ୍ତା ଖୋଜି ବାହାର କରିବାକୁ ପଡ଼ିବ। ଆଇପିଏଲ୍‌କୁ କାଟ୍‌ଛାଣ୍ଟ୍‌ କରିି ମେ ମାସରେ କରାଯିବା ସମ୍ଭାବନା ଆଶା କ୍ଷୀଣ। ଆଗରୁ କିଛି ପୂର୍ବାନୁମାନ କରି ହେଉ ନାହିଁ। କୋଭିଡ୍‌-୧୯ ସଂକ୍ରମଣକୁ ରୋକିବା ଲାଗି ଏପ୍ରିଲ ୧୪ ପର୍ଯ୍ୟନ୍ତ ସମଗ୍ର ଦେଶରେ ୨୧ ଦିନ ଧରି ଲକ୍‌ଡାଉନ୍‌ କାର୍ଯ୍ୟକାରୀ କରାଯାଉଛି। କରୋନା ଭାଇରସ୍‌ ମହାମାରୀରେ ସମଗ୍ର ବିଶ୍ୱରେ ଇତିମଧ୍ୟରେ ୩୭,୦୦୦ ଲୋକ ପ୍ରାଣ ହରାଇସାରିଲେଣି। ଆର୍ଥିକ ମାନ୍ଦା ଅବସ୍ଥା ଯୋଗୁ ଅଷ୍ଟ୍ରେଲିଆ ଓ ଇଂଲଣ୍ଡରେ ଖେଳାଳିମାନଙ୍କ ବେତନ କାଟ୍‌ ସମ୍ପର୍କରେ ବିଚାର କରାଯାଉଛି। ଅନ୍ୟ ଜଣେ ଫ୍ରାଞ୍ଚାଇଜ୍‌ ଅଫିସିଆଲ କୌଣସି ମହାମାରୀ ପାଇଁ ଖେଳାଳିମାନଙ୍କ ବେତନ ବୀମା କରାଯାଇ ନାହିଁ। ତେଣୁ ବର୍ତ୍ତମାନ ପରିସ୍ଥିତିରେ ବୀମା କମ୍ପାନୀଠାରୁ ଅର୍ଥ ଆଣି ଖେଳାଳିଙ୍କ ବେତନ ଭରଣା କରିହେବ ନାହିଁ। ପ୍ରତ୍ୟେକ ଫ୍ରାଞ୍ଚାଇଜ୍‌ ଖେଳାଳିଙ୍କ ଦରମା ବାବଦରେ ୭୫ରୁ ୮୫ କୋଟି ଟଙ୍କା ବ୍ୟୟ କରିବାକୁ ହେବ। ପରିସ୍ଥିତିରେ କେବେ ସୁଧାର ଆସିବ ତାହା ଉପରେ କୌଣସି ଗ୍ୟାରେଣ୍ଟି ନାହିଁ। ଖେଳ ସ୍ଥଗିତ ଯୋଗୁ ବିସିସିଆଇ ପାଖାପାଖି ୩୦୦୦ କୋଟି ଟଙ୍କା ହରାଇବ। ତେଣୁ ଏହାଠାରୁ କିଛି ସମାଧାନର ପନ୍ଥା ଆଶା କରାଯାଉଛି। ଆଇପିଏଲ୍‌ ସ୍ଥଗିତ ଦ୍ୱାରା ଧୋନୀ ଓ କୋହଲିଙ୍କ ଭଳି ଖେଳାଳି କ୍ଷତିଗ୍ରସ୍ତ ହେବା ନାହିଁ। କିନ୍ତୁ ଆଇପିଏଲ୍‌ରେ ପ୍ରଥମ ଥର ପଦାର୍ପଣ କରିବାକୁ ଖେଳାଳି ବିଶେଷ ଭାବେ ପ୍ରଭାବିତ ହେବେ। କଠିନ ପରିଶ୍ରମ ଓ ପ୍ରଭାବୀ ପ୍ରଦର୍ଶନ ଯୋଗୁ ସେମାନଙ୍କୁ ଏହି ବ୍ୟୟବହୁଳ ଟି୨୦ରେ ଖେଳିବା ସୁଯୋଗ ଆସିଛି। ସେମାନେ ୨୦, ୪୦ କିମ୍ବା ୬୦ ଲକ୍ଷ ଟଙ୍କା ଆୟ କରିଥାନ୍ତେ ବୋଲି ଆଶା କରିଥିଲେ। ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ଧୂମଲ କିନ୍ତୁ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଖେଳାଳିମାନଙ୍କ ଦରମା କାଟ୍‌ ବିଷୟରେ କିଛି ଆଲୋଚନା କରି ନାହାନ୍ତି।୨


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନିଜ ନିଜ ଭିତରେ ଲଢିଲେଣି ପାକିସ୍ତାନ ଖେଳାଳି, ଏବେ ଶାହିଦ ଆଫ୍ରିଦି ଶାଦାବଙ୍କୁ ଗାଳି ଦେଇ କହିଲେ, ‘ପୁଅ, ତୁମେ…’

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିବା ପରେ, ପାକିସ୍ତାନୀ କ୍ରିକେଟର ଶାଦାବ ଖାନ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଇଥିଲେ ଏବଂ ନିଜ…

୩ ଥର ଶୂନ୍ୟରେ ଆଉଟ ହେବାରୁ ଅଭିଷେକଙ୍କୁ ଏମିତି କହିଲେ ପାକିସ୍ତାନର ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୦।୨: ପୂର୍ବତନ ପାକିସ୍ତାନ ଖେଳାଳି ମହମ୍ମଦ ଆମିର ଅଭିଷେକ ଶର୍ମାଙ୍କ ବିଷୟରେ କହିଥିଲେ ଯେ ସେ କେବଳ ଜଣେ ଚଳ ଚଞ୍ଚଳ ଖେଳାଳି। ଏହି ବକ୍ତବ୍ୟକୁ ବହୁଳ…

ସେମିଫାଇନାଲରୁ ବାଦ୍‌ ପଡ଼ିବ ଟିମ୍‌ ଇଣ୍ଡିଆ: ଏହି କ୍ରିକେଟର୍‌ କଲେ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୦।୨: ICC ଟି୨୦ ବିଶ୍ୱକପ ୨୦୨୬ର ସୁପର ୮ ରାଉଣ୍ଡ ଫେବୃଆରୀ ୨୧ରେ ଆରମ୍ଭ ହେବାକୁ ଯାଉଛି। ଏଥିରେ ୮ଟି ଦଳ ସେମିଫାଇନାଲରେ ସ୍ଥାନ ପାଇବା ପାଇଁ…

୩୯ ବର୍ଷୀୟ କ୍ରିକେଟର୍‌ କଲେ ବଡ଼ କାରନାମା: ଭାଙ୍ଗିଲା ରୋହିତ ଶର୍ମାଙ୍କ ରେକର୍ଡ

ନୂଆଦିଲ୍ଲୀ,୨୦।୨: ଜିମ୍ବାୱେ ୨୦୨୬ ଟି୨୦ ବିଶ୍ୱକପରେ ଆଉ ଏକ ବଡ଼ ବିପର୍ଯ୍ୟୟ ଘଟାଇବାରେ ସଫଳ ହୋଇଛି। ଜିମ୍ବାୱେ ତା’ର ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୬…

ମଟନ-ଚିକେନ ଖାଇବା ଛାଡ଼ିଦେଲେ ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୦।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆକୁ ଟାଇଟଲ ଦେବା ପରେ ଜିମ୍ବାୱେ ଏବଂ ନାମ୍ବିଆରୁ ଫେରିଥିବା ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ରାଜସ୍ଥାନ…

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri