ଶିଳ୍ପ ଜଗତ ଲାଗି ପ୍ୟାକେଜ ଶୀଘ୍ର

ନୂଆଦିଲ୍ଲୀ,୧। ୪: କରୋନା ପ୍ରଭାବକୁ କମ୍‌ କରିବା ଲାଗି ସରକାର ନିକଟରେ ୧.୭ ଲକ୍ଷ କୋଟିର ଏକ ପ୍ୟାକେଜ ଘୋଷଣା କରିଛନ୍ତି। ଏହି ପ୍ୟାକେଜ ବିଶେଷ କରି ଲୋକମାନଙ୍କ ପାଇଁ ଆସିଛି। ଶିଳ୍ପ ଜଗତ ଉପରେ ଏବେ କରୋନା ଭୂତାଣୁର ପ୍ରଭାବ ରହିଥିବା ବେଳେ ଲକ୍‌ଡାଉନ ଯୋଗୁ ଦେଶ ମଧ୍ୟରେ ଆର୍ଥତ୍କ କାର୍ଯ୍ୟକଳାପ ଠପ୍‌ ହୋଇ ଯାଇଛି। ୨୧ ଦିନର ଲକ୍‌ଡାଉନ ସମୟରେ ଘରୋଇ ବଜାରକୁ ପ୍ରାୟ ୯ ଲକ୍ଷ କୋଟି ଟଙ୍କାର କ୍ଷତି ସହିବାକୁ ପଡିବ ବୋଲି ଏକ ପ୍ରାରମ୍ଭିକ ଆକଳନରେ କୁହାଯାଇଛି। ଏପଟେ ଶିଳ୍ପ ଜଗତ ଲାଗି କୌଣସି ପ୍ୟାକେଜ ଘୋଷଣା ହୋଇନାହିଁ। କୋଭିଡ-୧୯ ଦ୍ୱାରା ପ୍ରଭାବିତ ଶିଳ୍ପ କ୍ଷେତ୍ରକୁ ସହାୟତା କରିବା ଲାଗି ସରକାର ଶୀଘ୍ର ପ୍ୟାକେଜ ଘୋଷଣା କରିପାରନ୍ତି ବୋଲି ଶୁଣାଯାଉଛି। ଏହି ସମୟରେ ଶିଳ୍ପ ଜଗତକୁ ଟିକସ ରିହାତି ପ୍ରଦାନ କରାଯାଇପାରେ ବୋଲି ଆଶା କରାଯାଉଛି।
କୋଭିଡ-୧୯ ଲାଗି ଅଣୁ,କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ), ସର୍ଭିସ ଏବଂ ରପ୍ତାନି କ୍ଷେତ୍ର ବେଶି କ୍ଷତିଗ୍ରସ୍ତ ହୋଇଛି। ବିଭିନ୍ନ ଋଣ ପ୍ରଦାନକାରୀ ସଂସ୍ଥା ସହାୟତା ଲାଭ କରିବା ଲାଗି ଭାରତ ସରକାର ଜାତିସଂଘ ସହ ଆଲୋଚନା ଆରମ୍ଭ କରିଛନ୍ତି। ଏହା ଦ୍ୱାରା ଆବଶ୍ୟକ ସ୍ବାସ୍ଥ୍ୟ ଭିତ୍ତିଭୂମି ସ୍ଥାପନ ବାଦ ଅନ୍ୟ କିଛି କ୍ଷେତ୍ରକୁ ସହାୟତା ଯୋଗାଇ ଦେବା ନେଇ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏହି ଦିଗରେ ସରକାର କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଏହି ଯୋଜନା ଉପରେ ବିସ୍ତୃତ ଘୋଷଣା ଶୀଘ୍ର ହେବ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟ ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ, ରପ୍ତାନି କ୍ଷେତ୍ରରେ ପରଫରମାନ୍ସ ଭିତ୍ତିକ ପ୍ରୋତ୍ସାହନ ପ୍ୟାକେଜ ଆସିପାରେ। ସୂଚନା ଯୋଗ୍ୟ ମାର୍ଚ୍ଚ ୨୫ରେ ଘୋଷଣା ହୋଇଥିବା ଲକ୍‌ଡାଉନ ପାଇଁ ରପ୍ତାନି, ରିଟେଲ, କଞ୍ଜ୍ୟୁମର ଡ୍ୟୁରେବଲ ସମେତ ବିମାନ, ହସ୍ପିଟାଲିଟି, ଫୁଡ, ଟ୍ରାଭେଲ ଏବଂ ଟୁରିଜିମ କ୍ଷେତ୍ର କ୍ଷତିଗ୍ରସ୍ତ ହୋଇଛି।
ବେଶି କ୍ଷତିଗ୍ରସ୍ତ ହୋଇଥିବା କ୍ଷେତ୍ରଗୁଡିକ ପ୍ୟାକେଜ ମଧ୍ୟରେ ସାମିଲ କରାଯିବ। ଏହି ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ସ୍ବରୂପ ଏବେ ଅର୍ଥ ମନ୍ତ୍ରଣାଳୟ, ଅଂଶୀଦାର ମନ୍ତ୍ରଣାଳୟ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ) ଆଲୋଚନା କରୁଥିବା ଅଧିକାରୀ କହିଛନ୍ତି। ନିକଟରେ ସୀତାରାମନ ଘୋଷଣା କରିଥିବା ପ୍ୟାକେଜରେ ଖାଦ୍ୟଶଷ୍ୟ ଏବଂ ଜରୁରି ଭିତ୍ତିରେ ଅର୍ଥରାଶିକୁ ସାମିଲ କରାଯାଇଛି। ରିଜର୍ଭ ବ୍ୟାଙ୍କ ଶୁକ୍ରବାର କିଛି ପଦକ୍ଷେପ ଘୋଷଣା କରିଛି। ଏହା ୭୫ ବେସିସ ପଏଣ୍ଟ ରେପୋ କମାଇବା ସହ କ୍ୟାଶ ରିଜର୍ଭ ରେସିଓରେ ୧୦୦ ବେସିସ ପଏଣ୍ଟ ହ୍ରାସ କରିଛି। ମିଆଦି ଋଣ ଉପରେ ୩ ମାସର ଆଶ୍ୱସ୍ତି ପ୍ରଦାନ କରାଯାଇଛି। ପ୍ୟାକେଜ ଆସିଲେ ଏହା ଶିଳ୍ପ ଜଗତକୁ ଟ୍ରାକ୍‌କୁ ଫେରିବାରେ ସହାୟକ ହେବ ବୋଲି ବଜାର ବିଶେଷଜ୍ଞମାନେ ଆଶା ପ୍ରକଟ କରିଛନ୍ତି।
୨ ଲକ୍ଷ କୋଟିର ପ୍ୟାକେଜ ନେଇ ଶିଳ୍ପ ଆଶାବାଦୀ
ସରକାରଙ୍କ ଆର୍ଥତ୍କ ପ୍ରୋତ୍ସାହନ ପ୍ୟାଜେକ ଦେଶର ଜିଡିପିର ୧% ବା ୨ ଲକ୍ଷ ହେଉ ବୋଲି ଶିଳ୍ପଜଗତ ଆଶାବାଦି ରହିଛି। ଏହାବାଦ ଦୀର୍ଘ କାଳୀନ ପୁଞ୍ଜି ପ୍ରାପ୍ତି ଟିକସ ହ୍ରାସଏବଂ ରପ୍ତାନି କ୍ଷେତ୍ରକୁ ପ୍ରୋତ୍ସାହନ ପ୍ୟାକେଜ ପ୍ରଦାନ କରାଯିବା ନେଇ ଇଣ୍ଡିଆ ଇଙ୍କ ଆଶା ରଖିଛି। ଏଭଳି ସ୍ଥିତିରେ ଅଧିକାଂଶ ରେଟିଂ ଏଜେନ୍ସି ଭାରତର ବିକାଶ ଅନୁମାନକୁ କମାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପର୍ବପର୍ବାଣୀ ପୂର୍ବରୁ ବଡ଼ ଝଟକା! ଦୈନନ୍ଦିନ ବ୍ୟବହାରର ସାମଗ୍ରୀ ଉପରେ ମହଙ୍ଗା ମାଡ଼, ବଢିଯିବ ଦାମ୍‌

ନୂଆଦିଲ୍ଲୀ,୧।୮: ବର୍ତ୍ତମାନ ମୌସୁମୀ ଋତୁ ଚାଲିଛି। ଯେପରି ମୌସୁମୀ ବିଦାୟ ନେବ, ଭାରତୀୟମାନେ ପର୍ବପର୍ବାଣୀକୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେବେ। ଘର ରଙ୍ଗ କରିବାଠାରୁ…

ନୂଆ ମାସ, ନୂଆ ନିୟମ! ଅଗଷ୍ଟ ୧ରୁ ବଦଳିଲା ଅନେକ ବ୍ୟବସ୍ଥା, ଜାଣନ୍ତୁ କ’ଣ କ’ଣ…

ନୂଆଦିଲ୍ଲୀ,୧।୮: ପ୍ରତି ମାସର ପ୍ରଥମ ଦିନ ପରି ଅଗଷ୍ଟ ମାସ ମଧ୍ୟ ଏହା ସହିତ କିଛି ପରିବର୍ତ୍ତନ ନେଇ ଆସୁଛି, ଯାହା ଆମର ଏବଂ ଆପଣଙ୍କ ଜୀବନ…

ଟ୍ରେନ୍‌ରେ ଅଧିକ ସାମଗ୍ରୀ ନେବା ହେଲା ସହଜ! କନ୍‌ଫର୍ମ ଟିକେଟ୍‌ରେ ଆରମ୍ଭ ହେଲା ଅନ୍‌ଲାଇନ୍ ଲଗେଜ୍ ବୁକିଂ

ନୂଆଦିଲ୍ଲୀ,୩୧।୭: ଭାରତୀୟ ରେଳ ୩୧ ଜୁଲାଇରୁ କନ୍‌ଫର୍ମ ଟ୍ରେନ୍ ଟିକେଟ୍ ଥିବା ଯାତ୍ରୀଙ୍କ ପାଇଁ ବ୍ୟକ୍ତିଗତ ଜିନିଷପତ୍ର (ପର୍ସନାଲ ଲଗେଜ୍)ର ଅନ୍‌ଲାଇନ୍ ବୁକିଂ ଆରମ୍ଭ କରିବାକୁ ଯାଉଛି।…

ରକ୍ଷାବନ୍ଧନ ପୂର୍ବରୁ ବଡ଼ ଝଟକା! ପୋଷ୍ଟ ଅଫିସ ବଢ଼ାଇଲା ସ୍ପିଡ୍ ପୋଷ୍ଟ ଦର, ଜାଣିନିଅନ୍ତୁ କେତେ…

ନୂଆଦିଲ୍ଲୀ,୩୦।୭: ଆଜି ମଧ୍ୟ, ବହୁ ସଂଖ୍ୟକ ଲୋକ ପାନ୍, ଆଧାର କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପଠାଇବା ପାଇଁ ସ୍ପିଡ୍ ପୋଷ୍ଟ ବ୍ୟବହାର କରିବାକୁ ପସନ୍ଦ କରନ୍ତି…

ଲକ୍ଷ୍ମୀ ଯୋଜନା: ପ୍ରତିମାସରେ ମିଳିବ ୨୫୦୦ଟଙ୍କା, RD ରେ ଜମା କଲେ ସିଧା ୧ ଲକ୍ଷ! ଜାଣନ୍ତୁ ସମ୍ପୂର୍ଣ୍ଣ ହିସାବ…

ନୂଆଦିଲ୍ଲୀ,୩୦।୭: ସାଧାରଣତଃ ଆମକୁ ଟଙ୍କା ମିଳିଲେ ଆମେ ତାହା ଖର୍ଚ୍ଚ କରିଦେଇଥାଉ, କିନ୍ତୁ କିଛି ଟଙ୍କା ଯଦି ଆର.ଡି. (RD) ରେ ନିବେଶ କରାଯାଏ, ତେବେ ଅନେକ…

E20 ପେଟ୍ରୋଲକୁ ନେଇ ସରକାରଙ୍କ ବଡ଼ ବୟାନ! ପୁରୁଣା BS-3 ଗାଡ଼ିରେ ବଦଳାଇବାକୁ ପଡ଼ିପାରେ ଏସବୁ ପାର୍ଟସ୍

ନୂଆଦିଲ୍ଲୀ,୨୯।୭: ଯଦି ଆପଣଙ୍କ ପାଖରେ ୨୦୧୬ ମସିହା ପୂର୍ବରୁ ନିର୍ମିତ କୌଣସି BS-3 ମଡେଲର କାର୍ କିମ୍ବା ବାଇକ୍ ରହିଛି, ତେବେ ଏହି ଖବର ଆପଣଙ୍କ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri