Categories: ଖେଳ

ଆଇପିଏଲ୍‌କୁ ନେଇ ବଡ଼ ଘୋଷଣା କଲେ ଗାଙ୍ଗୁଲି

ନୂଆଦିଲ୍ଲୀ,୨୨।୯: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୩ ସିଜିନରୁ ଏହାର ମୂଳ ଫର୍ମାଟ୍‌ ଅର୍ଥାତ୍‌ ପ୍ରି-କୋଭିଡ ଫର୍ମାଟକୁ ଫେରିବ। ଦଳ ନିଜ ଘରୋଇ ଗ୍ରାଉଣ୍ଡରେ ଏବଂ ବିପକ୍ଷ ଦଳର ଗ୍ରାଉଣ୍ଡରେ ମ୍ୟାଚ ଖେଳିବ। ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ଏନେଇ ବୋର୍ଡ ଅନୁବନ୍ଧିତ ୟୁନିଟ ଗୁଡିକୁ ଏ ବିଷୟରେ ସୂଚନା ଦେଇଛନ୍ତି। ୨୦୨୦ରେ, କରୋନା ମହାମାରୀ ଯୋଗୁ ସଂଯୁକ୍ତ ଆରବ ଏମିରେଟ୍ସର ଦୁବାଇ, ଶାରଜା ଏବଂ ଆବୁଧାବିରେ ଏହା ଆୟୋଜିତ ହୋଇଥିଲା।
୨୦୨୧ରେ, ଏହି ଟି-୨୦ ଟୁର୍ନାମେଣ୍ଟ ଦିଲ୍ଲୀ, ଅହମ୍ମଦାବାଦ, ମୁମ୍ବାଇ ଏବଂ ଚେନ୍ନାଇରେ ଚାରୋଟି ସ୍ଥାନରେ ଆୟୋଜିତ ହୋଇଥିଲା। କିନ୍ତୁ ବର୍ତ୍ତମାନ ମହାମାରୀ ନିୟନ୍ତ୍ରଣରେ ଅଛି ଏବଂ ତେଣୁ ଏହି ଲିଗ ଘରୋଇ ଗ୍ରାଉଣ୍ଡର ପୁରୁଣା ଫର୍ମାଟରେ ଖେଳାଯିବ। ସମସ୍ତ ୧୦ଟି ଦଳ ନିଜ ନିଜ ସ୍ଥାନରେ ନିଜ ଘରୋଇ ମ୍ୟାଚ ଖେଳିବେ ରାଜ୍ୟ ୟୁନିଟକୁ ପଠାଯାଇଥିବା ବାର୍ତ୍ତାରେ ଗାଙ୍ଗୁଲି ଏହା କହିଛନ୍ତି।
ଏହା ବ୍ୟତୀତ ବିସିସିଆଇ ମଧ୍ୟ ବହୁ ପ୍ରତୀକ୍ଷିତ ମହିଳା ଆଇପିଏଲ ଆସନ୍ତା ବର୍ଷ ଆରମ୍ଭରେ ଆୟୋଜନ କରିବାକୁ ଯୋଜନା କରୁଛି। ଗତ ମାସରେ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହେବାକୁ ଥିବା ମହିଳା ଟି-୨୦ ବିଶ୍ୱକପ ପରେ ମାର୍ଚ୍ଚ ମାସରେ ମହିଳା ଆଇପିଏଲ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି।

Share