Categories: ଖେଳ

ଆଇପିଏଲରେ ଗୋଟେ ବଲ ପିଛା କୁମିନ୍ସଙ୍କ ଆୟ ୪.୬ ଲକ୍ଷ

ନୂଆଦିଲ୍ଲୀ,୨୫।୧୨- ଆଇପିଏଲର ଆଗାମୀ ସଂସ୍କରଣ ଲାଗି ଖେଳାଳିଙ୍କ ନିଲାମ ପ୍ରକ୍ରିୟାରେ ଅଷ୍ଟ୍ରେଲିଆ ପେସର ପାଟ କୁମିନ୍ସଙ୍କୁ ସାଢ଼େ ୧୫ କୋଟି ଟଙ୍କାରେ କିଣିଛି କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)। ସେ ଆଇପିଏଲ ଇତିହାସର ସବୁଠୁ ଦାମୀ ବିଦେଶୀ ଖେଳାଳି ହୋଇଛନ୍ତି। ଆଇପିଏଲରେ ପ୍ରତ୍ୟେକ ଦଳ ପ୍ଲେ-ଅଫ୍‌ ପର୍ଯ୍ୟାୟ ପୂର୍ବରୁ ୧୪ ଲିଗ୍‌ ମ୍ୟାଚ୍‌ ଖେଳିବେ। ଯଦି ସମସ୍ତ ୧୪ ମ୍ୟାଚ୍‌ରେ କୁମିନ୍ସ ଖେଳନ୍ତି ଓ ନିଜ କୋଟାର ୪ ଓଭର ବୋଲିଂ କରନ୍ତି, ତେବେ ସେ ମୋଟ ୩୩୬ ବଲ ପକାଇବେ। ଏହାକୁ ନେଇ ହିସାବ କଲେ ତାଙ୍କୁ ବଲ ପିଛା ୪.୬ ଲକ୍ଷ ଟଙ୍କା ମିଳିବ।

Share