Categories: ଫୁରସତ

ଆଇନା କହିବ କେତେ ସୁନ୍ଦର

ସୁନ୍ଦର ଦେଖାଯିବାକୁୂ କିଏ ନ ଚାହେଁ। କିନ୍ତୁ ସମସ୍ତେ ନିଜ ସୁନ୍ଦରତାକୁ ନେଇ ସମ୍ପୂର୍ଣ୍ଣ ଭାବେ ଆଶ୍ୱସ୍ତ ନୁହନ୍ତି। ଯଦି ଏଭଳି ଭାବନା ଆପଣଙ୍କର ବି ଥାଏ, ତେବେ ଚିନ୍ତିତ ହେବାର ଆଦୌ ଆବଶ୍ୟକତା ନାହଁି। ଏକ ଆମେରିକା କମ୍ପାନୀ ଏଭଳି ଆଇନା ତିଆରି କରିଥିବା ଦାବି କରିଛି, ଯାହାକୁ ଦେଖିବା ମାତ୍ରକେ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟର ସମ୍ପୂର୍ଣ୍ଣ ଆକଳନ କରି ତାହା ସ୍କ୍ରିନ୍‌ରେ ପ୍ରଦାନ କରିବାର କ୍ଷମତା ରଖିଛି। ଏହି ଆଇନାର ନାମ ରହିଛି ହାଏମିରର୍‌ ମିନି। ବ୍ୟକ୍ତିଙ୍କର ପ୍ରଥମେ ଆଇନା ଫଟୋ ସଂଗ୍ରହ କରିଥାଏ। ଭଏସ୍‌ କମାଣ୍ଡ୍‌ ଉପରେ ଚାଲୁଥିବା ଏହି ଆଇନା ଫଟୋ ଆଧାରରେ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ, ତ୍ୱଚା, ନମନୀୟତା, ସୌନ୍ଦର୍ଯ୍ୟ ଏବଂ ତ୍ୱଚାର ଉଜ୍ଜ୍ୱଳତା ସମ୍ପର୍କରେ ସଠିକ୍‌ ସୂଚନା ପ୍ରଦାନ କରିଥାଏ। ତେବେ ମାନସିକ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ଏହି ଆଇନା ଦୁର୍ବଳ ହୃଦୟର ବ୍ୟକ୍ତିବିଶେଷଙ୍କ ପାଇଁ ହାନିକାରକ। କାରଣ ଏହାଦ୍ୱାରା ସେମାନଙ୍କ ମସ୍ତିଷ୍କ ଉପରେ କୁପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ବ୍ରିଟିଶ୍‌ ବଜାରରେ ଏହି ଆଇନାର ମୂଲ୍ୟ ୨୩୯ ପାଉଣ୍ଡ୍‌ ଅର୍ଥାତ୍‌ ୨୧,୭୭୧ ଟଙ୍କା ରହିଛି। ଏହି ଆଇନା ୧ ରୁ ୧୦୦ ସ୍କେଲ୍‌ ରେଟିଂ ମଧ୍ୟରେ ସୂଚନା ପ୍ରଦାନ କରେ। ୧୦୦ ରେଟିଂ ମିଳିବା ଅର୍ଥ ବ୍ୟକ୍ତିଙ୍କ ତ୍ୱଚା ଅ୍ଯଯନ୍ତ ସୁନ୍ଦର ରହିଛି। ଏହାଛଡ଼ା ଆଇନାରେ ଚେହେରାର ଯତ୍ନ ସମ୍ପର୍କରେ ଜରୁରୀ ତଥ୍ୟ ପ୍ରକାଶ ପାଇଥାଏ। ବ୍ୟକ୍ତିଙ୍କୁ ଏହା ନିଜ ସୌନ୍ଦର୍ଯ୍ୟ ବୃଦ୍ଧି ନିମିତ୍ତ ବିଭିନ୍ନ ପରାମର୍ଶ ମଧ୍ୟ ପ୍ରଦାନ କରେ।

Share