ଆଇତିପୁରରେ ଅଗ୍ନିକାଣ୍ଡ : ଜଳିଗଲା ୨ ବଖରା

ମହାକାଳପଡ଼ା,୧୧।୧୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବଡ଼କୂଳ ପଞ୍ଚାୟତ ଆଇତିପୁର ଗ୍ରାମର କାଙ୍ଗାଳି ପ୍ରଧାନଙ୍କ ଘରେ ସୋମବାର ପୂର୍ବାହ୍ନରେ ନିଆଁ ଲାଗି ଦୁଇ ବଖରା ଜଳିଯାଇଛି। ଘରେ ଥିବା ସମସ୍ତ ଆସବାବପତ୍ର ସହିତ ଧାନଚାଉଳ ପୋଡ଼ି ପାଉଁଶ ହୋଇଯାଇଛି। ରୋଷେଇ ଚୁଲିରୁ ନିଆଁ ଲାଗିଥିବା କୁହାଯାଉଛି। ତେବେ ମାର୍ଶାଘାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।