Categories: ବାଣିଜ୍ୟ

ଆଇଟି ସେକ୍ଟରରେ ବଢ଼ୁଛି ନିଯୁକ୍ତି

ନୂଆଦିଲ୍ଲୀ,୧୭-୫: ଇନ୍‌ଫର୍ମେଶନ ଟେକ୍ନୋଲୋଜି(ଆଇଟି) କ୍ଷେତ୍ରରେ ଅତ୍ୟାଧୁନିକ ପ୍ରଯୁକ୍ତିରେ ଦକ୍ଷତା ଥିବା ବ୍ୟକ୍ତିବିଶେଷଙ୍କୁ ଭାରି ମାତ୍ରାରେ ନିଯୁକ୍ତି ଦିଆଯାଉଛି। ଗତ ଆର୍ଥିକ ବର୍ଷରେ ନିଯୁକ୍ତି କ୍ଷେତ୍ର ମାନ୍ଦା ଥିବା ବେଳେ ଚଳିତବର୍ଷ ଦେଶର ଶୀର୍ଷ ୪ ଆଇଟି କମ୍ପାନୀ ଟିସିଏସ୍‌, ଇନ୍‌ଫୋସିସ୍‌, ଓ୍ବିପ୍ରୋ ଏବଂ ଏଚ୍‌ସିଏଲ୍‌ ଟେକ୍ନୋଲୋଜିସ୍‌ ୭୮,୫୦୦ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି, ଯାହା କି ୮ବର୍ଷର ଶୀର୍ଷ ସ୍ତରରେ ପହଞ୍ଚତ୍ଛି। ଆର୍ଥିକ ବର୍ଷ ୨୦୧୩ରୁ ୨୦୧୮ ପର୍ଯ୍ୟନ୍ତ ନିଯୁକ୍ତି ସଂଖ୍ୟା ପ୍ରତିବର୍ଷ ୭୦ ହଜାରରୁ କମ୍‌ ଥିଲା। ନିଯୁକ୍ତି ବୃଦ୍ଧି ପାଇବା ଅର୍ଥ ଆଇଟି ସେକ୍ଟର ପୁନର୍ବାର ତା’ର ପୂର୍ବାବସ୍ଥାକୁ ଫେରି ଆସୁଛି। ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ଉକ୍ତ ୪ ଆଇଟି କମ୍ପାନୀରେ ହାରାହାରି ନିଯୁକ୍ତି ସଂଖ୍ୟା ୯.୬ ଲକ୍ଷ ରହିଛି, ଯାହା କି, ପୂର୍ବ ବର୍ଷ ଅପେକ୍ଷା ୮.୯% ଅଧିକ। ଟିସିଏସ୍‌ରେ ୪୪%, ଇନ୍‌ଫୋସିସ୍‌ରେ ୨୩.୭%, ଏଚ୍‌ସିଏଲ୍‌ ଟେକ୍‌ରେ ୧୪.୩% ଏବଂ ଓ୍ବିପ୍ରୋରେ ୧୭.୮%ଙ୍କୁ ଚଳିତବର୍ଷ ନିଯୁକ୍ତି ମିଳିଛି।

Share