ଆଇଟିବିପିର ୪୫ ଯବାନ କରୋନା ପଜିଟିଭ

ନୂଆଦିଲ୍ଲୀ,୫।୫: ଦେଶରେ କରୋନା ଭାଇରସ ତା’ର କାୟା ବିସ୍ତାର କରି ଚାଲିଛି। ମଙ୍ଗଳବାର ସକାଳ ସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୬ ହଜାର ଅତିକ୍ରମ କରି ସାରିଥିବା ବେଳେ ଏଥିରୁ ବାଦ୍‌ ପଡି ନାହାନ୍ତି ଦେଶର ସୁରକ୍ଷା ପାଇଁ ନିୟୋଜିତ ଥିବା ଯବାନ। ମଙ୍ଗଳବାର ଇଣ୍ଡୋ-ତିବତାନ ବର୍ଡର ପୋଲିସ(ଆଇଟିବିପି)ର ୪୫ ଯବାନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୩ ଜଣ ଇଣ୍ଟରନାଲ ସିକ୍ୟୁରିଟି ଭାବେ କାମ କରୁଥିବା ବେଳେ ୨ ଜଣ ଦିଲ୍ଲୀ ପୋଲିସର ଆଇନ ଶୃଙ୍ଖଳା କାର୍ଯ୍ୟରେ ନିୟୋଜିତ ଥିଲେ। ସୂଚନାଯୋଗ୍ୟ, ଦେଶରେ ଗତ ୪ ଦିନ ମଧ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁହୁ ହୋଇ ବଢି ଚାଲିଥିବା ବେଳେ ଏବେ ଏହା ଉଭୟ ସରକାର ଓ ଜନତାଙ୍କ ପାଇଁ ଚିନ୍ତାର କାରଣ ପାଲଟିଯାଇଛି।

Share