ଆଇଓସିଏଲ୍‌ ପାଇପ୍‌ କାଟି ତେଲ ଚୋରି

ବାସୁଦେବପୁର,୧୩ା୬(ଡି.ଏନ୍‌.ଏ.) : ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ଶୁଙ୍ଗୁଡ଼ା ଗ୍ରାମ ଦେଇ ବିଲ ମଧ୍ୟରେ ଯାଇଥିବା ଆଇଓସିଏଲ୍‌ର ପାଇପ୍‌ କାଟି ବୁଧବାର ରାତିରେ କେହି ତେଲ ଚୋରି କରି ନେଇଥିବା ଦେଖିବାକୁ ମିଳିଛି। ଗୁରୁବାର ପୂର୍ବାହ୍ନରେ ଏହା ଜଣାପଡ଼ିବା ପରେ ଆଇଓସିଏଲ୍‌ର ଟେକ୍‌ନିସିଆନ୍‌ ସତୀଶ ସାର୍ବୁ, ଇଂ ଶ୍ରୀମନ ନାରାୟଣନ୍‌, ମ୍ୟାନେଜର ଆଦିତ୍ୟ ସାହୁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। କେତେ ପରିମାଣର ତେଲ ଚୋରି ହୋଇଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ।