Categories: ଖେଳ

ଆଇଏସ୍‌ଏଲ ଦର୍ଶକ ସଂଖ୍ୟା ୫୧ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ, ୨ା୪ (ପି.ଟି.)- ହିରୋ ଇଣ୍ଡିଆ ସୁପର ଲିଗ୍‌ (ଆଇଏସ୍‌ଏଲ) ୨୦୧୯-୨୦ରେ ଦର୍ଶକ ସଂଖ୍ୟା ୫୧ ପ୍ରତିଶତ ବୃଦ୍ଧି ପାଇଛି। ଅକ୍ଟୋବର ୨୦ରେ ଟୁର୍ନାମେଣ୍ଟର ଓପନିଂ ମ୍ୟାଚ କେରଳ ବ୍ଲାଷ୍ଟର୍ସ ଏଫ୍‌ସି ଏବଂ ଏଟିକେ ମଧ୍ୟରେ ହୋଇଥିଲା। ଗତ ସଂସ୍କରଣ ତୁଳନାରେ ଏହାକୁ ଦୁଇଗୁଣା ଦର୍ଶକ ଉପଭୋଗ କରିଥିଲେ। ଟୁର୍ନାମେଣ୍ଟକୁ ଷ୍ଟାର ସ୍ପୋଟର୍‌ସ ଓ ଷ୍ଟାର ଇଣ୍ଡିଆ ନେଟ୍‌ଓ୍ବର୍କ ଏହାର ୧୧ ଟି ଚ୍ୟାନେଲରେ ୭ଟି ବିଭିନ୍ନ ଭାଷାରେ ପ୍ରଚାର କରିଥିଲା। ହଟ୍‌ଷ୍ଟାର ଓ ଜିଓ ଟିଭି ଡିଜିଟାଲ ଷ୍ଟ୍ରିମ୍‌ ଜରିଆରେ ଖେଳର ପ୍ରସାରଣ କରିଥିଲେ। ଟାଇଟଲ ମୁକାବିଲାରେ ଚେନ୍ନାଇନ୍‌ ଏଫ୍‌ସିକୁ ପରାସ୍ତ କରି ଏଟିକେ ରେକର୍ଡ ତୃତୀୟ ଥର ପାଇଁ ଚାମ୍ପିୟନ ହୋଇଥିଲା।

Share