Categories: ଖେଳ

ଆଇଏସ୍‌ଏଲ୍‌: ବେଙ୍ଗାଲୁରୁ ସହ ଚୁକ୍ତି ବୃଦ୍ଧି କଲେ ଏରିକ୍‌ ପାର୍ଟାଲୁ

ବେଙ୍ଗାଲୁରୁ,୩୦। ୩ (ପି.ଟି.)- ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌ ) କ୍ଲବ ବେଙ୍ଗାଲୁରୁ ଏଫ୍‌ସି ସହିତ ଅଷ୍ଟ୍ରେଲିଆ ମିଡ୍‌ଫିଲ୍ଡର ଏରିକ୍‌ ପାର୍ଟାଲୁ ଚୁକ୍ତି ବଢାଇଛନ୍ତି। ଆଗାମୀ ୨ ବର୍ଷ ପାଇଁ ସେ ଚୁକ୍ତି ବୃଦ୍ଧି କରିଛନ୍ତି। ଫଳରେ ପାର୍ଟାଲୁ ୨୦୨୧- ୨୦୨୨ ସେସନ ଶେଷ ପର୍ଯ୍ୟନ୍ତ ବେଙ୍ଗାଲୁରୁ ସହ ଜଡିତ ରହିବେ। ଏନେଇ ସୋମବାର ବେଙ୍ଗାଲୁରୁ ଟିମ୍‌ ମ୍ୟାନେଜମେଣ୍ଟ ତରଫରୁ ଘୋଷଣା କରାଯାଇଛି।
ବେଙ୍ଗାଲୁରୁ ସହ ୩ ବର୍ଷ ଜଡିତ ରହିବା ପରେ ପାର୍ଟାଲୁ ଆଇଏସଏଲ୍‌ ଓ ସୁପର କପ୍‌ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛନ୍ତି। ଏହି ଦୁଇଟି ବିଜୟ କାରଣରୁ ବେଙ୍ଗାଲୁରୁ ମୋ ସହିତ ଚୁକ୍ତି ବୃଦ୍ଧି କରିବାକୁ ଇଚ୍ଛୁକ ଥିଲା ବୋଲି ସେ କହିଛନ୍ତି। ଗତ ୩ ବର୍ଷ ହେବ ବେଙ୍ଗାଲୁରୁ ପାଇଁ ଖେଳି ଆସୁଛି ଓ ଏହି କ୍ଳବ ମୋ ହୃଦୟରେ ସ୍ଥାନ ପାଇଛି। ଯେତେବେଳେ ବି ବାହାରକୁ ଯାଇଛି ସେତେବେଳେ ବେଙ୍ଗାଲୁରୁକୁ ଟାଣି ହୋଇଛି ଓ ଶେଷରେ ଫେରିଛି। ଏହି ସହରର ପ୍ରଶଂସକ ଓ ବଞ୍ଚିବାର ଶୈଳୀ ମୋତେ ପ୍ରଭାବିତ କରିଛି। ଆଉ ଦୁଇ ବର୍ଷ ବେଙ୍ଗାଲୁରୁ ସହ ଯାତ୍ରା କରିବାକୁ ନିଷ୍ପତ୍ତି ନେଇଛି ବୋଲି ସେ କହିଛନ୍ତି। ବେଙ୍ଗାଲୁରୁ ପାଇଁ ମିଡ୍‌ଫିଲ୍ଡରେ ୩୩ ବର୍ଷୀୟ ପାର୍ଟାଲୁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ସହ ପ୍ରଭାବୀ ପ୍ରଦର୍ଶନ କରି ଆସିଛନ୍ତି। କ୍ଲବର ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ ମଧ୍ୟ ମୋତ ପ୍ରଭାବିତ କରିଛନ୍ତି। କ୍ଲବରେ ଏକାଧିକ ବନ୍ଧୁ ସୃଷ୍ଟି କରିଛି ବୋଲି ସେ କହିଛନ୍ତି।
ଅନ୍ୟପଟେ ପାର୍ଟାଲୁଙ୍କ ଚୁକ୍ତି ବୃଦ୍ଧି କରି ଆମେ ବେଶ୍‌ ଖୁସି ଅଛୁ ବୋଲି ବେଙ୍ଗାଲୁରୁ ମୁଖ୍ୟ କାର୍ଯ୍ୟ ନିର୍ବାହୀ ମନ୍ଦାର ତାମହାନେ କହିଛନ୍ତି। ବେଙ୍ଗାଲୁରୁ ପାଇଁ ପାର୍ଟାଲୁ ବେଶ୍‌ ଗୁରତ୍ୱ ବହନ କରନ୍ତି। ସେ ଜଣେ ପେସାଦାର ଖେଳାଳି। ଟ୍ରେନିଂ ହେଉ କି ମ୍ୟାଚ୍‌ ହେଉ ସବୁବେଳେ ସେ ପେସାଦାର ମନୋବୃତ୍ତି ଆପଣେଇଥାନ୍ତି ବୋଲି ସେ କହିଛନ୍ତି। ଉଲ୍ଲେଖଥାଉ କି, ଚଳିତ ମାସ ପ୍ରାରମ୍ଭରେ ଉଡନ୍ତା ସିଂ ବେଙ୍ଗାଲୁରୁ ସହ ଏକ ୩ ବର୍ଷିୟା ଚୁକ୍ତିରେ ସ୍ବାକ୍ଷର କରିଛନ୍ତି।

Share