ଆଇଏମ୍‌ଏଫ୍‌ ପରିଚାଳନା ନିର୍ଦ୍ଦେଶକ ପଦବୀ: ଦୌଡ଼ରେ ରଘୁରାମ ରାଜନ ଆଗରେ

ଲଣ୍ଡନ,୨୨।୭: ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌)ର ପରିଚାଳନା ନିର୍ଦ୍ଦେଶକ ପଦବୀରେ ନିଯୁକ୍ତ ହେବା ଆଶା ଉଜ୍ବଳ ହୋଇଛି। ଏହି ପଦବୀ ଦୌଡ଼ରେ ରଘୁରାମ ଆଗରେ ଥିବା ବ୍ରିଟେନ୍‌ର ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ସବୁଜ ସଙ୍କେତ ମିଳିଛି। ଚଳିତଥର ଏହି ପଦବୀରେ ଜଣେ ଭାରତୀୟଙ୍କ ନାମକୁ ସମର୍ଥନ କରିବା ଲାଗି ବ୍ରିଟେନ୍‌ କହିଛି। ଏହି ଦୌଡ଼ରେ ରଘୁରାମଙ୍କ ସହିତ ବ୍ୟାଙ୍କ ଅଫ୍‌ ଇଂଲଣ୍ଡର ପୂର୍ବ ଗଭର୍ନର ମାର୍କ କାର୍ନି, ଜର୍ଜ ଓସବର୍ନ ଏବଂ ନେଦରଲାଣ୍ଡର ପୂର୍ବତନ ଅର୍ଥମନ୍ତ୍ରୀ ଜେରୋଇନ୍‌ ଡିଜସ୍ସେଲବ୍ଲୋଏମ୍‌ ପ୍ରମୁଖ ରହିଛନ୍ତି। ଆଇଏମ୍‌ଏଫ୍‌ ବର୍ତ୍ତମାନ ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟିନ୍‌ ଲେଗାର୍ଡ ଗତ ସପ୍ତାହରେ ଇସ୍ତଫା ଦେଇଛନ୍ତି। ତାଙ୍କର ଇସ୍ତଫା ୧୨ ସେପ୍ଟେମ୍ବରଠାରୁ ଲାଗୁ ହେବ।

Share