ଆଇଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ

ଭୁବନେଶ୍ୱର,୨୫ା୨(ବ୍ୟୁରୋ): ଓଡ଼ିଶା ପ୍ରଶାସନରେ କାର୍ଯ୍ୟରତ କେତେକ ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍‌) ଅଧିକାରୀସ୍ତରରେ ଛୋଟ ଧରଣର ଅଦଳବଦଳ କରାଯାଇଛି। ଏନେଇ ସୋମବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜମିଜମା ରେକର୍ଡ, ସର୍ଭେ ଏବଂ ଚକବନ୍ଦୀ ନିର୍ଦ୍ଦେଶକ ବି.ପରମେଶ୍ୱରନ୍‌(୨୦୦୮)ଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ନିର୍ଦ୍ଦେଶକ ତଥା ଯୁଗ୍ମ ସଚିବଭାବେ ନିଯୁକ୍ତି ମିଳିଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଯୁଗ୍ମ ସଚିବ ଗୁହା ପୁନମ୍‌ ତାପସ କୁମାର(୨୦୦୮) ଏସ୍‌ଟି, ଏସ୍‌ସି, ସଂଖ୍ୟାଲଘୁ ସମ୍ପ୍ରଦାୟ ଏବଂ ଓବିସି କଲ୍ୟାଣ ବିଭାଗ ନିର୍ଦ୍ଦେଶିକା ଦାୟିତ୍ୱ ତୁଲାଇବେ। ହସ୍ତତନ୍ତ, ବୟନଶିଳ୍ପ ଏବଂ ହସ୍ତଶିଳ୍ପ ଅତିରିକ୍ତ ସଚିବ ବୃନ୍ଦାବନ ବେହେରା(୨୦୦୮) ଜମିଜମା ରେକର୍ଡ, ସର୍ଭେ, ଚକବନ୍ଦୀ ନିର୍ଦ୍ଦେଶକଭାବେ ନିଯୁକ୍ତି ପାଇଛନ୍ତି। ସେହିପରି ସ୍ମୃତି ରଞ୍ଜନ ପ୍ରଧାନ(ଏନ୍‌ଏସ୍‌ସିଏସ-୨୦୧୨)ଙ୍କୁ କଟକସ୍ଥିତ ମତ୍ସ୍ୟ ସମ୍ପଦ ନିର୍ଦ୍ଦେଶକ ଏବଂ ଉମାକାନ୍ତ ତ୍ରିପାଠୀ(ଏସ୍‌ସିଏସ୍‌)ଙ୍କୁ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ନିର୍ଦ୍ଦେଶକ ଦାୟିତ୍ୱ ମିଳିଛି।