Categories: ଜାତୀୟ

ଆଇଏଏଫ୍‌ ସ୍କ୍ବାଡ୍ରନ ଲିଡର ମିଣ୍ଟିଙ୍କୁ ଯୁଦ୍ଧ ସେବା ସମ୍ମାନ

ନୂଆଦିଲ୍ଲୀ,୧୫।୮- ଭାରତୀୟ ବାୟୁ ସେନା (ଆଇଏଏଫ୍‌) ସ୍କ୍ବଡ୍ରନ ଲିଡର ମିଣ୍ଟି ଅଗ୍ରଓ୍ବାଲଙ୍କୁ ଗୁରୁବାର ଯୁଦ୍ଧ ସେବା ମେଡାଲ ପ୍ରଦାନ କରାଯାଇଛି। ଏଭଳି ସମ୍ମାନ ପାଇବାରେ ସେ ହେଉଛନ୍ତି ପ୍ରଥମ ମହିଳା। ବାଲାକୋଟ ଏୟାର ଷ୍ଟ୍ରାଇକର ପରଦିନ ପାକିସ୍ତାନ ପକ୍ଷରୁ ହୋଇଥିବା ସାମରିକ କାର୍ଯ୍ୟନୁଷ୍ଠାନର ଜବାବ ଦେବାକୁ ଯାଇ ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଶତ୍ରୁ ହାତରେ ଧରାପଡ଼ିଥିଲେ। ଆକାଶ ମାର୍ଗରେ ହୋଇଥିବା ଏହି ଯୁଦ୍ଧରେ ପାକିସ୍ତାନର ଫାଇଟର ଜେଟ ଏଫ୍‌-୧୬ ଧ୍ୱଂସ ହୋଇଯାଇଥିଲା। ଏହା ସହିତ ବର୍ଥମାନଙ୍କ ମିଗ୍‌-୨୧ ମଧ୍ୟ ପାକିସ୍ତାନ ସୀମାରେ ଖସି ପଡ଼ିଥିଲା। ତେବେ ଏହି ସମୟରେ ମଣ୍ଟି ପ୍ରଚ୍ଛଦ ପଟରେ ରହି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ଏଥିନେଇ ତାଙ୍କୁ ଏଭଳି ସମ୍ମାନ ଦିଆଯାଇଛି।

Share