Posted inଖେଳ

ଆଇଏଏଏଫ୍‌ ଟେଷ୍ଟୋଷ୍ଟେରୋନ ନିୟମକୁ ସସ୍‌ପେଣ୍ଡ

ଜେନେଭା, ୪ା୬ (ଏଏଫ୍‌ପି)-ସୁଇଜରଲାଣ୍ଡର ଟପ୍‌ କୋର୍ଟ ସୋମବାର ସାମୟିକ ଭାବେ ଇଣ୍ଟରନ୍ୟାଶନାଲ ଆସୋସିଏଶନ ଅଫ୍‌ ଆଥଲେଟିକ୍‌ ଫେଡେରେଶନ୍ସ (ଆଇଏଏଏଫ୍‌)ର ବିବାଦୀୟ ଟେଷ୍ଟୋଷ୍ଟେରୋନ ନିୟମକୁ ସସ୍‌ପେଣ୍ଡ କରିଛନ୍ତି। ଏହି ନିୟମ ଯୋଗୁ କେତୋଟି ଇଭେଣ୍ଟରେ ଅଂଶଗ୍ରହଣ କରିବା ଲାଗି ଡବଲ ଅଲିମ୍ପିକ ଚାମ୍ପିୟନ କାଷ୍ଟର ସିମେନ୍ୟାଙ୍କ ସମେତ କେତେଜଣ ଆଥଲେଟଙ୍କୁ ସେମାନଙ୍କ ଶରୀରରେ ଟେଷ୍ଟୋଷ୍ଟେରୋନ ମାତ୍ରାକୁ ହ୍ରାସ କରିବାକୁ ପଡ଼ିବ। ସୁଇସ୍‌ ଫେଡେରାଲ ଟ୍ରିବ୍ୟୁନାଲ ମୁଖପାତ୍ର ପିଟର ଯୋଶି କହିଛନ୍ତି କୋର୍ଟ ସୁପର ପ୍ରୋଭିଜନାଲ ଅର୍ଡର ଜାରି କରିଛନ୍ତି। ପୁନର୍ବାର ଏକ ଶୁଣାଣି ନ ହେବା ପର୍ଯ୍ୟନ୍ତ ଆଇଏଏଏଫ୍‌ର ନୂଆ ନିୟମକୁ ସସ୍‌ପେଣ୍ଡ କରାଯାଇଛି। ସୂଚନାଯୋଗ୍ୟ, ଆଇଏଏଏଫ୍‌ର ଏହି ନୂଆ ନିୟମ ପୂର୍ବରୁ ଲାଉସାନେସ୍ଥିତ କୋର୍ଟ ଅଫ୍‌ ଆର୍ବିଟ୍ରେଶନ ଫର ସ୍ପୋଟର୍‌ସ (କାସ୍‌) ଦ୍ୱାରା ଅନୁମୋଦନ ଲାଭ କରିସାରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିମାନ ବନ୍ଦରରେ ଏମିତି କିଛି କଥା କହିଲେ ଅନୁଷ୍କା, ହସ ରୋକି ପାରିଲେନି ବିରାଟ, ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୨୨।୨: ଭାରତୀୟ କ୍ରିକେଟର ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ବର୍ତ୍ତମାନ ଭାରତରେ ଅଛନ୍ତି। ସେମାନଙ୍କ ଗସ୍ତ ସମୟରେ, ସେମାନେ ପ୍ରେମାନନ୍ଦ ମହାରାଜ ଜୀଙ୍କ ଆଶ୍ରମ ପରିଦର୍ଶନ…

ଫସିଗଲା ପାକିସ୍ତାନ: ପ୍ରଥମ ମ୍ୟାଚ୍‌ ବାତିଲ, ସେମିଫାଇନାଲ ଖେଳିବା ଏକପ୍ରକାର ମୁସ୍କିଲ? କିଛି ଏମିତି…  

କଲମ୍ବୋ,୨୨।୨: ଆଇସିସି ଟି-୨୦ ବିଶ୍ୱକପ୍‌ ୨୦୨୬ର ସୁପର-୮ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ରେ ବର୍ଷା ବାଧକ ସାଜିଛି। ଗ୍ରୁପ-୨ ରେ ଥିବା ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ କଲମ୍ବୋର…

IND vs PAK: ସେମିଫାଇନାଲରେ ଭାରତକୁ ହରାଇବ ପାକିସ୍ତାନ? ଦାବି କରି ହସିଲେ ପାକିସ୍ତାନୀ ଦିଗଜ୍ଜ; ଦେଖନ୍ତୁ ଭିଡିଓ

ଇସଲାମବାଦ,୨୨।୨: ୨୦୨୬ ଟି୨୦ ବିଶ୍ୱକପର ସେମିଫାଇନାଲରେ ପାକିସ୍ତାନ ଭାରତକୁ ପରାସ୍ତ କରିବ। ଟିମ ଇଣ୍ଡିଆ ସେମିଫାଇନାଲରେ ମଧ୍ୟ ପହଞ୍ଚିପାରିବ ନାହିଁ। ପାକିସ୍ତାନ ପକ୍ଷରୁ ଏପରି ବଡ଼ ଦାବି…

୧୦ ବର୍ଷ ଅପେକ୍ଷାର ଅନ୍ତ, ଅଷ୍ଟ୍ରେଲିଆ ମାଟିରେ ଟି-୨୦ ସିରିଜ ଜିତି ଇତିହାସ ରଚିଲା ଭାରତ

ଆଡିଲେଡ,୨୧।୨: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ ଦଳ ଜବରଦସ୍ତ ପ୍ରଦର୍ଶନ କରି ଟି-୨୦ ସିରିଜକୁ ୨-୧ରେ ନିଜ ନାମରେ କରିଛି। ଶନିବାର ୨୧ ଫେବୃଆରୀରେ…

ଅଭିଷେକଙ୍କ ଫର୍ମକୁ ନେଇ ମୁହଁ ଖୋଲିଲେ ଅଧିନାୟକ ସୂର୍ଯ୍ୟକୁମାର

ଅହମଦାବାଦ,୨୧ା୨: ଭାରତୀୟ ଓପନର ଅଭିଷେକ ଶର୍ମା ୩ ମ୍ୟାଚ୍‌ରେ ୩ ଥର ଖାତା ଖୋଲିବାରେ ବିଫଳ ହେବା ସତ୍ତ୍ୱେ ତାଙ୍କ ଫର୍ମ ଦଳ ପାଇଁ ଚିନ୍ତାର କାରଣ…

ଧାଓ୍ବନଙ୍କ ନୂଆ ଇନିଂସ: ପ୍ରେମିକାଙ୍କ ସହ ଧୁମ୍‌ଧାମରେ ବିବାହ ଶେଷ; ବରଯାତ୍ରୀରେ ସାମିଲ ହେଲେ ଏହି କ୍ରିକେଟର; ଦେଖନ୍ତୁ Photos 

ନୂଆଦିଲ୍ଲୀ,୨୧।୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ଓପନର୍‌ ଶିଖର ଧାଓ୍ବନ ନିଜ ଜୀବନର ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ଶନିବାର ୨୧ ଫେବୃଆରୀରେ ସେ…

ଖରାପ ଫର୍ମ ପାଇଁ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚରୁ ବାଦ ପଡିବେ ଅଭିଷେକ? କ୍ୟାପଟେନ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୨୧।୨: ୨୦୨୬ ଟି୨୦ ବିଶ୍ୱକପ ସୁପର ୮ରେ ଭାରତର ପ୍ରଥମ ମ୍ୟାଚ ରବିବାର, ଫେବୃଆରୀ ୨୨ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ। ଏହା ପୂର୍ବରୁ, ଶନିବାର ଏକ ସାମ୍ବାଦିକ…

ଭାରତ ନା ଦକ୍ଷିଣ ଆଫ୍ରିକା T20ରେ କେଉଁ ଟିମ ଅଧିକ ମଜଭୁତ? ସୁପର ୮ ମୁକାବିଲା ପୂର୍ବରୁ ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ଉଭୟ ଲିଗ ପର୍ଯ୍ୟାୟରେ ସେମାନଙ୍କର ଚାରୋଟି ମ୍ୟାଚ ଜିତିବା ପରେ ସୁପର ୮ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ୨୦୨୬ ଟି୨୦ ବିଶ୍ୱକପର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri