Categories: ଜାତୀୟ

ଆଇଇଡି ବିସ୍ଫୋରଣ: ୨ ଯବାନ ଆହତ

ସୁକମା,୨୧।୫: ଛତିଶଗଡ଼ର ସୁକମା ଜିଲାରେ ମଙ୍ଗଳବାର ହୋଇଥିବା ଏକ ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ୍‌ ଡିଭାଇସ୍‌(ଆଇଇଡି) ବିସ୍ଫୋରଣ ହେବା ଫଳରେ ୨ ଯବାନ ଆହତ ହୋଇଥିବା ସୂଚନା ମିଳିଛି। ତେବେ ସେଠାରେ ଆଇଇଡି ବିସ୍ଫୋରଣ କିଏ ଓ କାହିଁକି କରିଛି ତା’ର କୌଣସି ସ୍ପଷ୍ଟ ତଥ୍ୟ ଏଯାବତ୍‌ ମିଳିପାରି ନାହିଁ। ଯବାନ ୨ଜଣଙ୍କ ଅବସ୍ଥା ଖରାପ ଥିବା ବେଳେ ତାଙ୍କୁ ଏୟାରଲିପ୍ଟ କରାଯାଇ ରାୟପୁର ଆଣି ଚିକିତ୍ସା କରାଯିବ ବୋଲି ଜଣାପଡିଛି।

Share