ଆଂଗ୍‌ଠି ନାଇଁ ଲେଖାପଢ଼ା କରମି କେନ୍‌ତା: ମୋର ଜୀବନ୍‌ଟା ମାଏଟ୍‌ କରିଦେଲା

ମନମୁଣ୍ଡା, ୧୬।୫ (ଡି.ଏନ.ଏ)-  ସବୁ ଛୁଆ ଛୋଟବେଲେ ଖାଇପିଇ ଖେଲକୁଦ କରସନ୍‌। ସ୍କୁଲରେ ପାଠ୍‌ପଢ଼ା ବାହାରେ ସାଂଗସରସାକର  ସଂଗେ ମିଶି ହସି ମଜାକ୍‌ରେ ସମିଆ ବିତାସନ୍‌। ଇତାର ବାହାରେ ତାକର କିଛି ଅଲଗ୍‌ କାମ୍‌ କି ଚିନ୍‌ତା ନାଇଁଥାଏ। ହେଲେ ବିନା ଦୋଷ୍‌ରେ ଗୁଟେ ନାବାଲକ୍‌ନୁ ଇ ହକ୍‌ ଛଡ଼େଇ ନେଲେ ତାର ଉପରେ କଣା ବିତବା ଇଥ୍‌ରୁ ଝନେ ଅନ୍‌ମାନ କରିପାରବା। ଏନ୍‌ତା ଗୁଟେ ହୁରୁଦ୍‌ଫଟା ଦୁଖଦ୍‌ ଘଟନା ଦେଖ୍‌ବାକେ ମିଲିଛେ ବୌଦ୍ଧ ଜିଲା କଣ୍ଟାମାଳ ଥାନା ଚନ୍ଦନିଅଁାମୁଣ୍ଡାରେ।

ସୂଚନା ଅନ୍‌ସାରେ କଣ୍ଟାମାଳ ଥାନା ଚନ୍ଦନିଅଁାମୁଣ୍ଡାର କ୍ଷେତ୍ର କର୍ମୀ। ପରିବାର କହେଲେ ମାଏକିନା, ଦୁଇ ଝି’ ଆର ଗୁଟେବଲି ପୁଓ ଚତୁର୍ଭୁଜ କର୍ମୀ(୧୪)କୁଁ ନେଇ ତାକର ସୁଖର ସଁସାର। ପରିବାରଟା ନିହାତି ଗରିବ ହେଇଥିଲାବେଲେ ବାହାଜାଂଗଲ ମାଜି କମେଇ ଖାଉଛନ୍‌। କ୍ଷେତ୍ର ବଡ଼ ଝି’କେ ବିହାଚୁରା କରିସାରିଛନ୍‌। ସାନ୍‌ ଝି’ ମାଟ୍ରିକ ପରୀକ୍ଷା ଦେଇଥିଲାବେଲେ ପୁଓ ଚତୁର୍ଭୁଜ ଦପଲା ହାଇସ୍କୁଲରେ ୮ମ ଶ୍ରେଣୀର ଛାତ୍ର। ଗଲା ୫ ମାର୍ଚ୍ଚ ୨୦୧୯ ବେଲବୁଡ଼େ କ୍ଷେତ୍ରକଁର ମାଏକିନା ସଂଗେ ଗଁାର ଗୁଲଠୁ ବସ୍ତିଆର କେହେନ୍‌ସି କାରନ୍‌ରୁ ଝଗଡ଼ା ହେଇଥିଲା। ଗୁଲଠୁର ପରିବାର ଲୋକ୍‌ ମିଶି ତାହାକୁ ପିଟାମରା କରିଥିଲେ। ହେଲେ କ୍ଷେତ୍ର ଝନେ ନିହାତି ଗରିବ ଆର ସରଲ ଲୋକ୍‌, ସେଥିରଲାଗି ଥାନା ପୁଲିସ ନାଇଁକରି କରି କଥାଟାକେ ଚାପି ଦେଇଥିଲେ। ହେଲେ ଗୁଲଠୁର ରାଗ୍‌ ଏତ୍‌କିରେ ନାଇଁ ଥମଲା। କ୍ଷେତ୍ରକଁର ପୁଓ ଚତୁର୍ଭୁଜ ମାର୍ଚ୍ଚ ୬ ତାରିଖ୍‌ ଦପଲା ହାଇସ୍କୁଲରୁ ପଢ଼ିକରି ଫିରୁଥିଲେ। ଚନ୍ଦନିଅଁାମୁଣ୍ଡା ଆର ଦପଲା ମଝି ଛିନା ରାସ୍‌ତାରେ ଗୁଲଠୁ ଚତୁର୍ଭୁଜକେ ଧରିପକେଇ ଦୁଇ ହାତର କେତେ ଆଂଗୁଠ୍‌କେ ଧାରୁଆ ଛୁରିରେ କାଟି ଦେଇଥିଲା। ପଛେ ପରିବାର ଲୋକ ଚତୁର୍ଭୁଜକେ ବୁର୍ଲା ନେଇଥିଲେ। ସେଠାନେ ଅପରେଶନ କରି ଚତୁର୍ଭୁଜର ୩ଟା ଆଂଗୁଠ୍‌ରେ ଲୁହାତାର ଖଁଜାଯାଇଛେ। ହେଲେ ଇଥ୍‌ରେ ସେ ତାକର ଦୁଇ ହାତର ବୁଢ଼ା ଆଂଗୁଠ୍‌ ହରେଇଛନ୍‌। ଇ ବାବ୍‌ଦେ କଣ୍ଟାମାଳ ଥାନାରେ କେସ ନଂ.୪୪/୭.୩.୨୦୧୯ରେ ଗୁଟେ ମାମଲା ରୁଜୁ ହେଇଛେ। ଏନ୍‌ତା ଅବସ୍‌ତାରେ ଚତୁର୍ଭୁଜ ଆଗକେ କେନ୍‌ଥେଇ ପାଠ୍‌ ପଢ଼ବେ, କେନ୍‌ ହାତେ ଲେଖାପଢ଼ା କରବେ ଭାବି ସବୁବେଲେ କଁାଦୁଛନ୍‌। କଁାଦି କଁାଦି କହୁଛନ୍‌ ମୋର ଆଂଗୁଠ୍‌ କାଟିଦେଲା, ମୁଇଁ କେନ୍‌ଥେଇ ପଢ଼ମି, ମୋର ଜୀବନଟା ପୂରା ମାଏଟ୍‌ କରିଦେଲା ବଲି ସେ କହୁଛନ୍‌। ଇଆଡ଼େ କ୍ଷେତ୍ର ନିହାତି ଗରିବ୍‌ ହେଇଥିବାର ଲାଗି ପୁଓର ଚିକିସତ୍ା ନାଇଁପାରି କରି ଘରେ ରଖିଛନ୍‌। ଗଲା ମଙ୍ଗଳବାର କ୍ଷେତ୍ର ପୁଓର ଚିକିସତ୍ା ସାହାଯ୍‌ ଲାଗି ଜିଲାପାଲକୁଁ ଗୁହାରି କରବାକେ ଆସିଥିଲେ। ଚିକିସତ୍ା ସାହାଯ୍‌ ନାଇଁ ମିଲ୍‌ଲେ ମୋର ପୁଓର ଜୀବନ୍‌ଟା ଅଁଧାର ହେଇଯିବା ବଲି କହି ସେ କଁାଦି ପକେଇଥିଲେ। ଇଆଡ଼େ ଚତୁର୍ଭୁଜ ଇଥର ୮ମ ଶ୍ରେଣୀ ପାସ୍‌ କରିଛନ୍‌, ହେଲେ ଇ ଘଟନାର ଲାଗି ସେ ନବମ ଶ୍ରେଣୀରେ ନଁା ଲେଖେଇ ନାଇଁପାରି। ସାଂଗସାଥିକର ଖେଲାବୁଲା, ପଢ଼ାଗୁନା ଦେଖି ଚତୁର୍ଭୁଜ ସବୁବେଲେ ଅଁାଖିରୁ ଲହ ଗଡ଼ଉଛନ୍‌ ଆର ମୋର ଜୀବନ୍‌ଟା ଅକାରନ୍‌ ହେଇଗଲା ବଲି କହୁଛନ୍‌। ଇ ନାବାଲକ୍‌ ଛାତ୍ରକଁର ଉପରେ ଜିଲା ପରଶାସନ ଦୁରୁଷ୍‌ଟି ଦେଇ ତାକର ସବୁ ଚିକିସତ୍ା ଖରଚ୍‌ ବହନ୍‌ କରବାକେ ଜନସାଧାରନରେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ଅଟୋ, ଚାଲିଗଲା ମହିଳାଙ୍କ ଜୀବନ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଫୁଲଝରଣ ନିକଟରେ ସୋମବାର ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ମନ୍‌ କି ବାତ୍‌ରେ ସମ୍ବଲପୁରର ସୁଜାତା, ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ…

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁ ର ଜିଲାର ଜଣେ ସାଧାରଣ ଗୃହିଣୀରୁ ସଫଳ ମାଛ ଚାଷୀ ସାଜିଥିବା ସୁଜାତା ଭୂୟାଁଙ୍କ ସଫଳତା ଆଜି ସାରା ଦେଶ ପାଇଁ ଏକ…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

ବହୁଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲା; ୫ବର୍ଷ ପରେ ମିଳିଲା ନ୍ୟାୟ, ଏକକାଳୀନ ୭ ଅଭିଯୁକ୍ତଙ୍କୁ…..

ସମ୍ବଲପୁର,୨୬।୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା କତରବଗା ଥାନା ଅନ୍ତର୍ଗତ ଗୁଲାମାଲ ଗ୍ରାମରେ ଗତ ୨୦୨୧ ମସିହାରେ ସଂଘଟିତ ବହୁ ଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲାରେ ଜିଲା…

ମଣ୍ଡଳ କାରାଗାରରେ ପୋଲିସର ବଡ଼ ଧରଣର ଚଢ଼ାଉ: ଆପତ୍ତିଜନକ…

ସମ୍ବଲପୁର,୨୩।୩(ପ୍ରମୋଦ ବହିଦାର): ସମ୍ବଲପୁର ମଣ୍ଡଳ କାରାଗାରରେ ସୋମବାର ଭୋର ସମୟରେ ଉପଜିଲାପାଳ ଡା. ପୁଷ୍ପାଞ୍ଜଳି ପଣ୍ଡାଙ୍କ ଉପସ୍ତିତିରେ ଏକ ଅତର୍କିତ ଚଢ଼ାଉ କରାଯାଇଛି। ସକାଳ ପ୍ରାୟ ୫ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri