Categories: ଜାତୀୟ

ଅହମ୍ମଦାବାଦରୁ ମୋଷ୍ଟ ଓ୍ବାଣ୍ଟେଡ୍‌ ଆତଙ୍କବାଦୀ ଗିରଫ

ଗାନ୍ଧୀନଗର,୨୩।୯: ଗୁଜରାଟ ପୋଲିସଙ୍କୁ ସୋମବାର ଏକ ବଡ଼ ସଫଳତା ମିଳିଛି। ଗୁଜରାଟର ଏଟିଏସ୍‌ ଓ ଅହମ୍ମଦାବାଦର କ୍ରାଇମ୍‌ ବ୍ରାଞ୍ଚ ଟିମ୍‌ ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦଦୀ ଅବଦ୍ଦୁଲ ବହାବ ଶେଖଙ୍କୁ ଗିରଫ କରିଛି। ସେ ଜେଦ୍ଦାହରୁ ଅହମ୍ମଦାବାଦକୁ ଫେରୁଥିବା ବେଳେ ତାଙ୍କୁ ଗିରଫ କରାଯାଇଛି। ଅବଦ୍ଦୁଲଙ୍କ ନାଁରେ ଜେହାଦୀଙ୍କୁ ଉସୁକାଇବା ଓ ଫଣ୍ଡିଂ ସାହାଯ୍ୟ କରୁଥିବା ନେଇ ଅଭିଯୋଗ ରହିଛି। ପୂର୍ବରୁ ୨୦୦୩ରେ ମଧ୍ୟ ଏକ ମାମଲାରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।

Share