Categories: ଜାତୀୟ

ଅହମଦାବାଦରୁ ଆଗ୍ରା ହୋଇ ଦିଲ୍ଲୀ ଯିବେ ଟ୍ରମ୍ପ ଦମ୍ପତି

ନୂଆଦିଲ୍ଲୀ,୨୦।୨: ବିଶ୍ୱର ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପଙ୍କ ଭାରତ ଗସ୍ତକୁ ନେଇ ବେଳକୁ ବେଳ ଉତ୍ସାହ ବଢିବାରେ ଲାଗିଛି। ଏମାନେ ପ୍ରଥମେ ଗୁଜରାଟର ଅହମଦାବାଦ ସହର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ୨୪ ଫେବୃୟାରୀ ସକାଳ ପ୍ରାୟ ୧୧ଟା ୫୫ରେ ଟ୍ରମ୍ପ ଦମ୍ପତି ଏକ ବିଶେଷ ବିମାନ ଯୋଗେ ଅହମଦାବାଦର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଅନ୍ତରାଷ୍ଟ୍ରୀୟ ଷ୍ଟାଡିୟମରେ ପହଞ୍ଚିବେ। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରୋଟୋକଲ ଭାଙ୍ଗି ଟ୍ରମ୍ପ ଦମ୍ପତିଙ୍କୁ ସ୍ବାଗତ କରିବେ ବୋଲି ଜଣାପଡିଛି। ଟ୍ରମ୍ପଙ୍କ ଭାରତ ଗସ୍ତର ୪୮ ଘଣ୍ଟା ମଧ୍ୟରେ ଅହମଦାବାଦ ବିମାନ ବନ୍ଦରରରୁ ମୋଟେରା ଷ୍ଟାଡିୟମ ପର୍ଯ୍ୟନ୍ତ ରୋଡ ଶୋ’ କରିବେ। ଏହାପରେ ଟ୍ରମ୍ପ ଦମ୍ପତି ଆଗ୍ରା ଗସ୍ତ କରିବେ। ଆଗ୍ରାରୁ ସେମାନେ ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଛି।

Share